Posted inଜାତୀୟ

କେଜିଏଫ୍‌ ଦେଖି ସିରିଏଲ କିଲର

ଭୋପାଳ, ୩ା୯: ମଧ୍ୟପ୍ରଦେଶରେ ସିକ୍ୟୁରିଟି ଗାର୍ଡଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବା ସିରିଏଲ କିଲରଙ୍କୁ ଧରିବାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଅଦ୍ୟାବଧି ୫ ଜଣଙ୍କ ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତ ୧୯ ବର୍ଷୀୟ ଶିବପ୍ରସାଦ ଧ୍ରୁବେଙ୍କୁ ଶୁକ୍ରବାର ଗିରଫ କରାଯାଇଛି। କେଜିଏଫ୍‌-୨ ଫିଲ୍ମରୁ ଅନୁପ୍ରାଣିତ ହୋଇ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହେବା ଉଦ୍ଦେଶ୍ୟରେ ସେ ଏପରି କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏଥିସହ ସେ ଗତ ୫ ଦିନରେ ୪ଟି ହତ୍ୟାକାଣ୍ଡ ଘଟାଇଥିବା ମାନିଛନ୍ତି ବୋଲି ପୋଲିସ କହିଛି। ଶୁକ୍ରବାର ଭୋର୍‌ ପ୍ରାୟ ସାଢ଼େ ୩ଟାରେ ତାଙ୍କୁ ଧରାଯିବା ପୂର୍ବରୁ ସେ ଆଉ ଜଣଙ୍କୁ ହତ୍ୟା କରିଥିବା ସୂଚନା ଦିଆଯାଇଛି। ତେବେ ଗତ ମେ’ରେ ଆଉ ଜଣେ ଜଗୁଆଳିଙ୍କ ମର୍ଡରରେ ସମ୍ପୃକ୍ତ ଅଛନ୍ତି କି ନା ତାହାର ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।
ସହରର କେସ୍‌ଲି ଅଞ୍ଚଳ ବାସିନ୍ଦା ଶିବପ୍ରସାଦ ଗୁରୁବାର ରାତିରେ ଏକ ମାର୍ବଲ ପଥରରେ ଭୋପାଳର ଲାଲଘାଟିରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। ସିସିଟିଭି ଫୁଟେଜ୍‌ ଏବଂ ମୋବାଇଲ ଫୋନ୍‌ ଟ୍ରାକିଂ ଜରିଆରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଶିବପ୍ରସାଦ କେଜିଏଫ୍‌-୨ ଫିଲ୍ମର ରକି ଭାଇ ଚରିତ୍ରରୁ ଅନୁପ୍ରାଣିତ ହୋଇଥିଲେ। ଏପରି ହତ୍ୟା ମାଧ୍ୟମରେ ପାଣ୍ଠି ସଂଗ୍ରହ କରି ସେ ଗ୍ୟାଙ୍ଗଷ୍ଟାର ହେବାକୁ ଯୋଜନା କରିଥିଲେ। ଏହା ଦ୍ୱାରା ଭବିଷ୍ୟତରେ ପୋଲିସ ଅଧିକାରୀମାନଙ୍କୁ ଟାର୍ଗେଟ କରି ହତ୍ୟା କରିପାରିବେ ଭାବିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶିବପ୍ରସାଦ କେବଳ ଶୋଇଥିବା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରୁଥିଲେ। ସେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବାବେଳେ ଗୋଆରେ କୌଣସି କାମ କରୁଥିଲେ। ସେ କିଛି ମାତ୍ରାରେ ଇଂଲିଶ ମଧ୍ୟ କହିଜାଣିଛନ୍ତି। ପ୍ରଥମେ ସେ ମହାରାଷ୍ଟ୍ରର ପୁଣେରେ ଜଣଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ପରେ ମଧ୍ୟପ୍ରଦେଶର ସାଗର ସହରକୁ ଆସିଥିଲେ। ଅଗଷ୍ଟ ୨୮ରୁ ଲଗାତର ୩ ଦିନରେ ୩ଟି ହତ୍ୟାକାଣ୍ଡ ଘଟିବା ପରେ ପୋଲିସ ତାଙ୍କୁ ଧରିବା ପାଇଁ
ସ୍କେଚ୍‌ ଜାରି କରିବା ସହ ଅଭିଯୁକ୍ତ ବିଷୟରେ ସୂଚନା ଦେଲେ ୩୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସିକ୍ୟୁରିଟି ଗାର୍ଡ ମଙ୍ଗଲ୍‌ ଅହିରଓ୍ବାରଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri