ସ୍ବାମୀଙ୍କଠାରୁ ୨୬ ବର୍ଷ ସାନ ଅଙ୍କିତା

ମୁମ୍ବାଇ: ଅଙ୍କିତା କୁଓ୍ବର ଏବେ ଏକ ପରିଚିତ ନାଁ। ସେ ଜଣାଶୁଣା ଅଭିନେତା ମିଲିନ୍ଦ ସୋନମଙ୍କ ପତ୍ନୀ। ଏକଥା ଅବଶ୍ୟ ସମସ୍ତେ ଜାଣିଛନ୍ତି ଅଙ୍କିତା ମିଲିନ୍ଦଙ୍କଠାରୁ ବୟସରେ ୨୬ ବର୍ଷ ସାନ। ହେଲେ ଦୁଇଜଣଙ୍କ ମଧ୍ୟରେ ଭଲପାଇବା ଖୁବ୍‌ ଗଭିର। ଉଭୟ ଉଭୟଙ୍କୁ ବେଶ୍‌ ସମ୍ମାନ ମଧ୍ୟ କରନ୍ତି। ଅଙ୍କିତାଙ୍କର ଆଜି ହେଉଛି ଜନ୍ମଦିନ। ତେବେ ସବୁବେଳେ ମିଲିନ୍ଦଙ୍କ ପ୍ରଶଂସକ ଏମାନଙ୍କ ପ୍ରେମ କାହାଣୀ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି। ମିଲିନ୍ଦ ପ୍ରଥମେ ୨୦୦୬ରେ ଫ୍ରେଞ୍ଚ ଆକ୍ଟ୍ରେସ୍‌ ମିଲେନେ ଜାମ୍ପାନେଇଙ୍କୁ ବିବାହ କରିଥିଲେ। ଉଭୟଙ୍କ ଦେଖା ପ୍ରଥମେ ଗୋଆର ଏକ ଫିଲ୍ମ ସେଟ୍‌ରେ ହୋଇଥିଲା। ଏହାପରେ କିନ୍ତୁ ଏମାନଙ୍କ ବୈବାହିକ ଜୀବନ ବେଶିଦିନ ତିଷ୍ଠି ନ ଥିଲା। ୨୦୦୮ରେ ମିଲିନ୍ଦ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଅଲଗା ହୋଇଯାଇଥିଲେ। ଏହାର କିଛି ବର୍ଷ ପରେ ମିଲିନ୍ଦଙ୍କ ଜୀବନରେ ଆସିଲେ ଅଙ୍କିତା। ଏହାପରେ ଏକ ସାକ୍ଷାତ୍‌କାରରେ ଉଭୟ ତାଙ୍କ ରିଲେସନଶିପକୁ ନେଇ ଖୋଲାଖୋଲି କଥା ହୋଇଥିଲେ। ଏମାନଙ୍କ ପ୍ରେମ କାହାଣୀକୁ ନେଇ କିନ୍ତୁ ଉଭୟଙ୍କ ମା’ ଚିନ୍ତିତ ଥିଲେ। ଅଙ୍କିତାଙ୍କ ମା’ କହିଥିଲେ ଦିନେ ନା ଦିନେ ତୋର ମନ ପରିବର୍ତ୍ତନ ହେବ। ହେଲେ ଅଙ୍କିତାଙ୍କ ଉତ୍ତର ଥିଲା ମୋ ଜୀବନରେ ଯିଏ ଅଛନ୍ତି ମୁଁ ତାଙ୍କ ସହ ସାରା ଜୀବନ କାଟିବାକୁ ଚାହୁଁଛି। ବିବାହ ହେଉ ବା ନ ହେଉ କିନ୍ତୁ ଅଙ୍କିତା ମିଲିନ୍ଦଙ୍କ ସହ ରହିବାକୁ ଏକ ପ୍ରକାର ସିଦ୍ଧାନ୍ତ ନେଇସାରିଥିଲେ ବୋଲି ଅତୀତରେ କହିଥିଲେ। ଏମିତିକି ମିଲିନ୍ଦଙ୍କଠାରୁ ଅଙ୍କିତା ବୟସରେ ବହୁତ ସାନ ହୋଇଥିବାରୁ କେବେ କେବେ ସେ ମିଲିନ୍ଦଙ୍କୁ ପାପାଜି ବୋଲି କହିଥିବା ମିଲିନ୍ଦ ପ୍ରକାଶ କରିଛନ୍ତି। କିନ୍ତୁ ଏମାନେ ଯେତେବେଳେ ବିବାହ କରିଥିଲେ ସେତେବେଳେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏବେବି ଏମାନଙ୍କ ପ୍ରେମ କାହାଣୀ ସିନେ ପ୍ରେମୀଙ୍କୁ ଗସିପ୍‌ କରିବାକୁ ଖୋରାକ ଯୋଗାଏ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri