ଅସ୍ତବ୍ୟସ୍ତ ହେଲା ଅନୁଗୋଳ

ଅନୁଗୋଳ ଅଫିସ, ୧୧ା୪: ପଶ୍ଚିମା ଝଡ଼ ଓ କାଳବୈଶାଖୀ ପ୍ରଭାବ ହ୍ରାସ ପାଇଥିବାରୁ ତାତି ହଠାତ୍‌ ବଢ଼ିଯାଇଛି। ସୋମବାର ଅନୁଗୋଳର ତାପମାତ୍ରା ୩୯.୭ ଡିଗ୍ରୀ ଛୁଇଁଛି। ଏହା ଜିଲାରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ବୋଲି ରେକର୍ଡ କରାଯାଇଛି। ଫଳରେ କିଛିଦିନ ହେଲା ମେଘୁଆ ପାଗ ଯୋଗୁ ତାତିରୁ ତ୍ରାହି ପାଇଥିବା ଅନୁଗୋଳବାସୀ ଗ୍ରୀଷ୍ମ ପ୍ରବାହରେ ଦିନତମାମ ଅସ୍ତବ୍ୟସ୍ତ ହୋଇଛନ୍ତି। ସକାଳୁ ଟାଣ ଖରା ଯୋଗୁ ପୂର୍ବାହ୍ନ ୧୧ଟା ପରେ ସହରରେ ସେତେଟା ଗହଳି ନ ଥିଲା। ରାସ୍ତା ମଧ୍ୟ ଖାଁ ଖାଁ ହୋଇଯାଇଥିଲା। ଜନଗହଳିପୂର୍ଣ୍ଣ ସ୍ଥାନ କୁହାଯାଉଥିବା ବଜାର ଛକରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିଲେ ହେଁ ଗ୍ରାହକଙ୍କ ସଂଖ୍ୟା କମି ଯାଇଥିଲା। ଆଜିଠାରୁ ସରକାରୀ ଅଫିସ ସକାଳୁଆ ହୋଇଥିବା ବେଳେ ମଙ୍ଗଳବାରଠାରୁ ଜିଲାର ସମସ୍ତ ସ୍କୁଲରେ ସକାଳୁଆ ପାଠପଢ଼ା ହେବ। ସକାଳ ୭ଟାରୁ କ୍ଲାସ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ଯାଏ ଚାଲିବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ସାଧାରଣତଃ ଏପ୍ରିଲ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ଜୋର୍‌ ଧରିଥାଏ। ହେଲେ ଚଳିତବର୍ଷ ପଶ୍ଚିମା ଝଡ଼ ଓ କାଳବୈଶାଖୀ ପ୍ରଭାବ ଯୋଗୁ ଏହା ଦ୍ୱିତୀୟ ସପ୍ତାହ ଯାଏ ଅନୁଭବ ହୋଇ ନ ଥିଲା। କିନ୍ତୁ ଏବେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହୋଉଥିବାରୁ ତାତି ହଠାତ୍‌ ବଢ଼ିଯାଇଛି। ଆଗାମୀ ଦିନେ ଦୁଇଦିନ ମଧ୍ୟରେ ତାପମାତ୍ରା ଆହୁରି ଊର୍ଦ୍ଧ୍ୱକୁ ଉଠିବ ବୋଲି ଅନୁଗୋଳ ଉପଜିଲାପାଳଙ୍କ ପାଣିପାଗ ଅଫିସ ପକ୍ଷରୁ କୁହାଯାଇଛି। ତେଣୁ ଆଗକୁ ଅନୁଗୋଳ ସହର ସମେତ ଜିଲା ଏକପ୍ରକାର ତତଲା କଡେଇରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଜିଲାରେ ସୋମବାର ଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସକାଳୁ କାର୍ଯ୍ୟ ଆରମ୍ଭ ହୋଇଛି। ଅନୁଗୋଳ ପୌରପାଳିକା ପକ୍ଷରୁ ସହରରେ ଥିବା ସମସ୍ତ ପାନୀୟ ଜଳ ପ୍ରକଳ୍ପକୁ ଚାଲୁ କରାଯାଇଛି। ଆବଶ୍ୟକସ୍ଥଳେ ଜଳଛତ୍ର ଖୋଲାଯିବାକୁ ଯୋଜନା ହୋଇଛି। ସହରରେ ବୁଲା ଗୋରୁଙ୍କ ପାଇଁ ଜଳ ବ୍ୟବସ୍ଥା କରାଯିବ ବୋଲି ପୌରପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମଙ୍ଗଳବାରଠାରୁ ସବୁ ସ୍କୁଲ ସକାଳୁଆ ହେବ। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏ ସ୍କୁଲ ଚାଲିବ। ଆଗକୁ ତାତି ଅଧିକ ବଢ଼ିବାକୁ ଥିବାରୁ ଲୋକମାନେ ସତର୍କ ରହିବାକୁ ଜିଲା ଜରୁରିକାଳୀନ ବିଭାଗ ପକ୍ଷରୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ମଧ୍ୟାହ୍ନ ସମୟରେ ଲୋକମାନେ ସାଙ୍ଗରେ ଛତା, ଗାମୁଛା ଓ ପାଣି ବୋତଲ ଧରି ଆସିବାକୁ ପରାମର୍ଶ ଦିଆଯାଇଛି। ମଧ୍ୟାହ୍ନ ୧୨ଟା ପରେ ଶ୍ରମିକମାନେ କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ବିଭିନ୍ନ ବିଭାଗକୁ ଚିଠି କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲା ଶ୍ରମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିରେ ଖିଲାପ କରାଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରମ ବିଭାଗ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି।

ଆବଶ୍ୟକସ୍ଥଳେ ଜଳଛତ୍ର ଖୋଲାଯିବ
ଅନୁଗୋଳ ସହରରେ ଥିବା ପ୍ରାୟ ୨୫ରୁ ଅଧିକ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଛି। ଅନ୍ୟ ଯେଉଁଠି ସମସ୍ୟା ରହିଛି, ତାହାକୁ ତୁରନ୍ତ ମରାମତି କରାଯାଇ ଲୋକଙ୍କୁ ପାଣି ଯୋଗାଇ ଦିଆଯିବ। ଆବଶ୍ୟକସ୍ଥଳେ ଜଳଛତ୍ର ଖୋଲଯିବ।
-ଅକ୍ଷୟ କୁମାର ସାମନ୍ତ, ପୌରାଧ୍ୟକ୍ଷ, ଅନୁଗୋଳ

୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ବିଦ୍ୟାଳୟ ସକାଳ ୭ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ଯାଏ ଚାଲିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଛି। ଏହାକୁ ଅନୁଗୋଳ ଜିଲାରେ କାଯର୍ର୍‌ୟକାରୀ କରାଯିବ। ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ ଅନ୍ୟାନ୍ୟ ସୁବିଧା କରାଯାଇଛି।
-ନିରଞ୍ଜନ ସାହୁ, ଜିଲା ଶିକ୍ଷା ଅଧିକାରୀ

ସତର୍କ ରହିବା ଜରୁରୀ
ହଠାତ୍‌ ଗ୍ରୀଷ୍ମ ପ୍ରବାହ ବଢିଯିବା ସମସ୍ତଙ୍କ ଚିନ୍ତାର କାରଣ ହୋଇଛି। ଆଗକୁ ଏହା ଅଧିକ ବୃଦ୍ଧିପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାରୁ ଲୋକମାନେ ସତର୍କ ରହିବା ଜରୁରୀ। ଅତି ଆବଶ୍ୟକ ପଡିଲେ ମଧ୍ୟାହ୍ନରେ ଘରୁ ବାହାରନ୍ତୁ ନ ହେଲେ ଅଂଶୁଘାତର ଆଶଙ୍କା ରହୁଛି।
-ସୌମ୍ୟରଞ୍ଜନ ଦାଶ, ଅନୁଗୋଳ

ପାନୀୟ ଜଳ ଉପରେ ପ୍ରଶାସନ ଗୁରୁତ୍ୱ ଦେଉ
ଅନୁଗୋଳ ଜିଲାର ବିଭିନ୍ନ ଅଞ୍ଚଳରେ ଖରାଦିନେ ପାନୀୟ ଜଳର ଅଭାବ ଦେଖାଦେଇଥାଏ। ତେଣୁ ଲୋକଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଅଚଳ ପ୍ରକଳ୍ପକୁ ତୁରନ୍ତ ମରାମତି କରାଯାଉ।
-ସାକିନ ପ୍ରିୟଦର୍ଶିନୀ ଜେନା, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?