ଅଙ୍ଗନୱାଡ଼ି କର୍ମୀଙ୍କ ଦାବିକୁ ଅଣଦେଖା, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏଶନର ଦାବି ସମୂହ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଙ୍ଗନୱାଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଭାରତୀୟ ମଜଦୂର ସଂଘ ସହବନ୍ଧିତ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏଶନ ବରଗଡ଼ ଜିଲା ଶାଖା ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଜିଲାର ସମସ୍ତ ବ୍ଲକର ଅଙ୍ଗନୱାଡି କର୍ମୀମାନେ ସ୍ଥାନୀୟ ଲୋକମଣ୍ଡପ ପଡ଼ିଆରେ ଏକାଠି ହୋଇଥିଲେ। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ସେମାନେ ବାହାରିଥିଲେ। ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିବା ପୂର୍ବରୁ ପୋଲିସ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଦେଇଥିଲା। ଫଳରେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଦାବି ସମୂହ ନେଇ ନାରାବାଜି କରିଥିଲେ। ଅତିରିକ୍ତ ଜିଲାପାଳ ସାହୁ ସେଠାକୁ ପହଞ୍ଚତ୍ବା ପରେ ଆସୋସିଏଶନ ପକ୍ଷରୁ ତାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ସ୍ମାରକପତ୍ରରେ ୬ଦଫା ଦାବି କରାଯାଇଛି। ଇପିଏସ୍‌-୯୫ ଅନୁଯାୟୀ ସର୍ବନିମ୍ନ ୫ହଜାର ଟଙ୍କା ପେନସନ ତୁରନ୍ତ ପ୍ରଦାନ କରିବା ସହ ଶେଷରେ ଦରମାର ୫୦ପ୍ରତିଶତ ଓ ମହଙ୍ଗା ଭତ୍ତା ପ୍ରଦାନ, ଇପିଏଫ୍‌ ଦରମା ସୀମା ୧୫ହଜାରରୁ ୩୦ହଜାର ଟଙ୍କା ଏବଂ ଇଏସ୍‌ଆଇସି ଦରମା ସୀମା ୨୧ହଜାରରୁ ୪୨ହଜାର ଟଙ୍କାକୁ ବୃଦ୍ଧି, ସାର୍ବଜନୀନ ସମ୍ପତ୍ତି ବିକ୍ରି ତୁରନ୍ତ ବନ୍ଦ କରିବା, ବୀମା ଓ ଆର୍ଥିକ କ୍ଷେତ୍ରରେ ଶହେ ପ୍ରତିଶତ ନିବେଶକୁ ନିଷିଦ୍ଧ କରାଯିବା, ଯୋଜନା କର୍ମୀଙ୍କୁ ସରକାରୀ କର୍ମଚାରୀଙ୍କ ଭଳି ସମାନ ଦରମା ଓ ସାମାଜିକ ସୁରକ୍ଷା ପ୍ରଦାନ ଏବଂ ଅସଙ୍ଗଠିତ କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଉପଲବ୍ଧ କରିବାକୁ ସ୍ମାରକପତ୍ରରେ ଦାବି ହୋଇଛି। ଆସୋସିଏଶନର ବରଗଡ଼ ଜିଲା ସଭାପତି ବବଲି ପୂଝାରୀ, ସମ୍ପାଦିକା ରୀତା ପୂଝାରୀ, ପୂର୍ବତନ ସମ୍ପାଦିକା ଜ୍ୟୋତ୍ସ୍ନାମୟୀ ପାଢ଼ୀ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଖିମୂଠି ଅନୁକୂଳ କଲେ ଆଇନମନ୍ତ୍ରୀ: ହଳଲଙ୍ଗଳ ଯୋଚି ବୁଣିଲେ ବିହନ

ଖୋର୍ଦ୍ଧା,୩୦।୪(ପ୍ରଭାତ ପାଣିଗ୍ରାହୀ) : ଆଜି ପବିତ୍ର ‘ଅକ୍ଷୟ ତୃତୀୟା’। ଏହି ଅବସରରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଜଙ୍ଗଠାରେ ଚାଷୀ ଭାଇ ମାନଙ୍କ ଉପସ୍ଥିତିରେ ଭୂମିପୂଜନ...

ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ଅକ୍ଷୟ ତୃତୀୟା ପାଳିତ

ପଦ୍ମପୁର ୩୦।୪ (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର...

ପଣ୍ଡିତ ରୋହିତ ଦାଶଙ୍କୁ ‘ବିବ୍ୟାବାଚସ୍ପତି’ ସାରସ୍ବତ ସମ୍ମାନ

ଦେବଗଡ, ୩୦।୪(ଶଶାଙ୍କ ଶେଖର ଝାଙ୍କର):ହୋଟେଲ ରେଡିସନ ପାର୍କ ଇନ, ଅଯୋଧ୍ୟା ଧାମ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହିନ୍ଦୀ ବିଦ୍ୟାପୀଠର କୁଳପତି ମାନ୍ୟନୀୟ ଇନ୍ଦୁ ଭୂଷଣ...

ଯୁବକଙ୍କ ଗଳାକାଟି ହତ୍ୟା

ଚିକିଟି,୩୦।୪(ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଧାନଘର ଛକ ଠାରୁ ମା’ ବାଳକୁମାରୀ ମନ୍ଦିର ଯିବା...

ଆଜି ଅକ୍ଷୟ ତୃତୀୟା: ଅଖି ମୁଠି ଅନୁକୂଳ କଲେ ବିଧାୟକ

ପାଟଣା,୩୦।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଂଚାୟତ ଗୁଳୁଦିପୋଷି ଗ୍ରାମର ବନବିହାରୀ ଦାସଙ୍କ କ୍ଷେତରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର...

ପ୍ରତିଶୋଧ ପାଇଁ ପ୍ରେମିକାଙ୍କ ନ୍ୟୁଡ୍‌ ଫଟୋ ଭାଇରାଲ

ଭୁବନେଶ୍ୱର,୩୦।୪(ସତ୍ୟଜିତ୍‌ ରାଉତ): ସମ୍ପର୍କରେ ତିକ୍ତତା ପରେ ପ୍ରତିଶୋଧ ପରାୟଣ ହୋଇପଡିଥିଲେ ପ୍ରେମିକ। ପ୍ରେମିକାଙ୍କ ନାଁରେ ସୋସିଆଲ ମିଡିଆରେ ଫେକ୍‌ ଆଇଡି ଖୋଲି ନଗ୍ନ(ନ୍ୟୁଡ) ଫଟୋ ଛା଼ଡ଼ିଥିଲେ।...

ରାଜଗାଙ୍ଗପୁରରେ ଗୁଳିକାଣ୍ଡ, ଯୁବକ ଆହତ ବନ୍ଧୁକ ଧରି ମଜାମସ୍ତି ବେଳେ ଫୁଟିଲା

ରାଜଗାଙ୍ଗପୁର,୨୯ା୪(ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବାଣ୍ଠୁପଡ଼ାଠାରେ ମଙ୍ଗଳବାର ଅପରାହ୍ନ ୩ଟାରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଆହତ ହୋଇଛନ୍ତି। ୫ଜଣ ସାଙ୍ଗ ବନ୍ଧୁକ ଧରି...

କାଳବୈଶାଖୀରେ ବିଦ୍ୟୁତ୍‌ ତାର ପଡି ଗାଈ ମୃତ

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଖୁଟବନ ଭେରା ପଞ୍ଚାୟତ କରଚୁଳ ଗାଁରେ ସୋମବାର କାଳବୈଶାଖୀରେ ବିଦ୍ୟୁତ୍‌ ତାର ପଡି ଏକ ଗାଈର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri