Posted inଖେଳ

ମାଲିକଙ୍କୁ ଦେଖି ଲାଜେଇ ଯାଇଥିଲେ ଏହି ବିସ୍ଫୋରକ ଅଲରାଉଣ୍ଡର

ଦୁବାଇ,୨।୧୧: କୋଲକତା ନାଇଟ୍‌ ରାଇଡର୍ସ(କେକେଆର୍‌) ଦଳର ମାଲିକ ଶାହାରୁଖ ଖାନ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ମାଲିକଙ୍କ ଜନ୍ମଦିନ ଅବସରରେ ଦଳ ଏକ ସ୍ବତନ୍ତ୍ର ଭିଡିଓ ବାର୍ତ୍ତା ଶେୟାର କରିଛି। ଏହି ଭିଡିଓକୁ କେକେଆର୍‌ର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓରେ ଦଳର ଅଧିନାୟକ ଖେଳାଳିମାନେ ଶାହାରୁଖ ଖାନଙ୍କ ସହ ସେମାନଙ୍କର ପୁରୁଣା ସ୍ମୃତି ବାଣ୍ଟିଥିଲେ ଏବଂ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ। ଇଅନ ମୋର୍ଗାନ କହିଛନ୍ତି ଯେ ହଲିଉଡ ତାରକା ଟମ କ୍ରୁଜ ଅପେକ୍ଷା ଶାହରୁଖ ଖାନ ଅଧିକ ଆକର୍ଷଣୀୟ। ଦଳର ବିସ୍ଫୋରକ ଆନ୍ଦ୍ରେ ରସେଲ କହିଛନ୍ତି କହିଛନ୍ତି ଯେ, ଥରେ ଶାହରୁଖ ଖାନଙ୍କୁ ଭେଟିଥିଲେ। ସେ ମୋତେ ଆଲିଙ୍ଗନ କରିଥିଲେ। ମୁଁ ଜଣେ କଠୋର ବ୍ୟକ୍ତି ଭାବେ ପରିଚିତ, କିନ୍ତୁ ଶାହରୁଖ ଦେଖି ମୁଁ ଲାଜେଇ ଯାଇଥିଲି। ସେ ବହୁତ ଶାନ୍ତ। ଦଳର ଦ୍ରୁତ ବୋଲର ପ୍ୟାଟ କମିନ୍ସ ଶାହରୁଖ ଖାନଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ତୁମେ ୫୫ ବର୍ଷ ନୁହେଁ, ୨୧ ବର୍ଷ ବୟସର ଯୁବକ ଭଳି ଜଣାପଡୁଛ। କେକେଆର୍‌ ଟିମ୍‌ ଏବେ ଆଇପିଏଲ୍‌ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାରାଡୋନାଙ୍କ ସଫଳ ଅସ୍ତ୍ରୋପଚାର

ବୁଏନ୍ସ ଏରିଜ୍‌, ୨୫।୭ (ପି.ଟି.)- ବିଶ୍ୱକପ୍‌ ବିଜୟୀ ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳତାର...

ଅନ୍‌ଲାଇନ୍‌ ଚେସ୍‌ରୁ ସାଢ଼େ ୪ ଲକ୍ଷ ଟଙ୍କା ସଂଗ୍ରହ

ଚେନ୍ନାଇ,୧୨।୪(ପି.ଟି.)-ପୂର୍ବତନ ବିଶ୍ୱଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ନେଇ ଆୟୋଜିତ ହୋଇଥିବା ଅନ୍‌ଲାଇନ୍‌ ଚେସ୍‌ ପ୍ରଦର୍ଶନୀରୁ ୪.୫ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି। କୋଭିଡ୍‌-୧୯ ମୁକାବିଲା ପାଇଁ ଏହି...

୩ ବର୍ଷ ପରେ ରାହାନେଙ୍କ ଶତକ

ରାଞ୍ଚି,୨୦।୧୦- ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରହାନେ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଘରୋଇ ମାଟିରେ ଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା...

ବାର୍‌କ୍ଲେଙ୍କୁ ସମର୍ଥନ କରିବ ବିସିସିଆଇ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଚେୟାରମ୍ୟାନ ପଦବୀ ପାଇଁ ହେବାକୁ ଥିବା ନିର୍ବାଚନରେ ଭାରତୀୟ କ୍ରିକେଟ କାଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ଭବତଃ ନ୍ୟୁଜିଲାଣ୍ଡ ପ୍ରାର୍ଥୀ...

ଧୋନୀଙ୍କ ବଡ ଭକ୍ତ ଏହି ବାଂଲାଦେଶ ଖେଳାଳି

ବାଂଲାଦେଶ ଖେଳାଳି ମୁଶଫିକର ରହିମ ଭାରତୀୟ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜ ଆଦର୍ଶ ବୋଲି କହିଛନ୍ତି। ଉଇକେଟ୍‌ କିପିଂ, ବ୍ୟାଟିଂ ଏବଂ ଅଧିନାୟିକତ୍ୱ ସବୁଥିରେ...

ଅବସର ନେବେ ମୋର୍ଗାନ

ଲଣ୍ଡନ,୨୭।୬: ଇଂଲଣ୍ଡର ବିଶ୍ୱକପ୍‌ ବିଜେତା ଅଧିନାୟକ ଇଆନ ମୋର୍ଗାନ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାକୁ ଯାଉଛନ୍ତି। ୩୫ ବର୍ଷୀୟ ମୋର୍ଗାନ ଚଳିତ...

ମେ ୨୮ ପର୍ଯ୍ୟନ୍ତ ପେସାଦାର କ୍ରିକେଟ ସ୍ଥଗିତ ରଖିଲା ଇସିବି

ଲଣ୍ଡନ,୨୧।୩(ପି.ଟି.): ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସମସ୍ତ ପେସାଦାର କ୍ରିକେଟ ଟୁର୍ନାମେଣ୍ଟକୁ ମେ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।...

ଏଟିପି କପ୍‌: ଜେଭରେଭ, ତିସିତ୍‌ସିପାସ୍‌ ପରାସ୍ତ

ସିଡ୍‌ନୀ, ୪ା୧ (ଏଏଫ୍‌ପି)-ଉଦ୍‌ଘାଟନୀ ଏଟିପି କପ୍‌ରେ ଆଲେକ୍‌ଜାଣ୍ଡର ଜେଭରେଭ ଏବଂ ଷ୍ଟିଫାନସ ତିସିତ୍‌ସିପାସଙ୍କ ବିପର୍ଯ୍ୟୟ ଘଟିଛି। ପ୍ରତିଯୋଗିତାରେ ଉଭୟେ ସେମାନଙ୍କ ପ୍ରଥମ ମ୍ୟାଚରେ ପରାଜିତ ହୋଇଛନ୍ତି।...

Advertisement
Archives

Model This Week