ଗରାଏ ପାଣି ପାଇଁ ଘଣ୍ଟାଏ

ବଇଣ୍ଡା, ୧୬।୫:  ଗ୍ରାମାଞ୍ଚଳବାସୀଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଅନେକ ଯୋଜନା କରିଛନ୍ତି ସରକାର। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ‘ବସୁଧା’ ଯୋଜନାରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ପାଇପ୍‌ ପାଣି ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଅଗ୍ରାଧିକାର ଦିଆଯାଉଛି। ଏହା ସତ୍ତ୍ୱେ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ଉତ୍କଟ ଜଳସଙ୍କଟରୁ ମୁକ୍ତି ମିଳୁନାହିଁ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ ଅନ୍ତର୍ଗତ ଖମାର ଗ୍ରାମ ଏହାର ଏକ ଉଦାହରଣ। ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବା ଏବଂ ପାନୀୟ ଜଳ ପ୍ରକଳ୍ପ ବର୍ଷେ ହେଲା ଅଚଳ ହୋଇପଡ଼ିବା ପରେ ଅଞ୍ଚଳବାସୀଙ୍କ ସମସ୍ୟା ବଢ଼ିଛି। ଏବେ ପରିସ୍ଥିତି ଏମିତି ହୋଇଛି ଯେ, ନଳକୂଅରୁ ଘଣ୍ଟାଏରେ ଗରାଏ ପାଣି ବାହାରୁଛି। ଗ୍ରାମବାସୀ ପାଣି ଚିନ୍ତାରେ ଦିନ ବିତାଉଥିବାବେଳେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ସାପଘରା ପଞ୍ଚାୟତ ୩ନଂ. ୱାର୍ଡ ଅନ୍ତର୍ଗତ ଖମାର ଗ୍ରାମରେ ବାସ କରନ୍ତି ୭୦ ପରିବାର। ମୋଟ ଜନସଂଖ୍ୟା ୪୦୦। ଗ୍ରାମରେ ଥିବା ୩ ନଳକୂପ ମଧ୍ୟରୁ ୨ଟି ଅଚଳ ହୋଇପଡ଼ିଛି। ଭୂତଳ ଜଳସ୍ତର ନିମ୍ନଗାମୀ ହେବା ଯୋଗୁ ସଚଳ ଥିବା ଗୋଟିଏ ନଳକୂପରୁ ଆବଶ୍ୟକ ପରିମାଣର ପାଣି ବାହାରୁ ନାହିଁ। ଘଣ୍ଟାଏରେ ବଡ଼କଷ୍ଟରେ ଗରାଏ ପାଣି ବାହାରୁଛି। ସେହିପରି ଗୋଟିଏ ଖୋଲାକୂଅ ମଧ୍ୟ ଶୁଖିଲା ପଡ଼ିଛି। ଜଙ୍ଗଲ ଅଧ୍ୟୁଷିତ ଖମାର ଗ୍ରାମବାସୀଙ୍କ ପାଣିକଷ୍ଟ ଦୂର କରିବା ଲାଗି ୨୦୧୫ରେ ସୋଲାର ଜଳପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହା ବର୍ଷେ ହେଲା ଅଚଳ ହୋଇପଡ଼ିଛି। ତେଣୁ ଦୈନିକ ଆବଶ୍ୟକତା ମେଣ୍ଟାଇବା ଲାଗି ଗ୍ରାମର ମହିଳାମାନେ ୪ ମାସ ହେଲା ଗ୍ରାମଠାରୁ ୧ କିଲୋମିଟର ଦୂର ଅନ୍ୟ ଏକ ଖୋଲାକୂଅ ଉପରେ ନିର୍ଭର କରୁଛନ୍ତି। ପୁରୁଷମାନେ ସ୍ନାନଶୌଚ କରିବା ଲାଗି ୨ କିମି ଦୂର ନାଳକୁ ଯାଉଛନ୍ତି। ଜଳସଙ୍କଟରେ ଗୋମହିଷାଦି ପ୍ରାଣୀ ସମ୍ପଦ ମଧ୍ୟ ପ୍ରଭାବିତ ହେଉଛନ୍ତି। ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ବ୍ଲକ ପ୍ରଶାସନ, ଜିଲା ପ୍ରଶାସନ ସମେତ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସମସ୍ୟାର ସ୍ଥାୟୀ ସମାଧାନ ହେବା ଯାଏ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ଏ ନେଇ ଆଠମଲ୍ଲିକ ଜଳ ଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, ଖମାର ଗ୍ରାମରେ ଅଚଳ ଥିବା ନଳକୂଅ ସଜାଡ଼ିବା ଲାଗି ଶୀଘ୍ର ପଦକ୍ଷେପ ନିଆଯିବ।

ରାତି ପାହିଲେ ଚିନ୍ତା ଘାରୁଛି
ଦୀର୍ଘଦିନ ହେଲା ଗ୍ରାମରେ ପାଣି ସମସ୍ୟା ଲାଗି ରହିଛି। ରାତି ପାଇଲେ ପାଣି ଚିନ୍ତା ଘାରୁଛି। ରୋଷେଇ କାର୍ଯ୍ୟ ଲାଗି ୧କିମି ଦୂରରୁ ପାଣି ବୋହି ଆଣିବା ବେଶି କଷ୍ଟଦାୟକ ହେଉଛି।
– ବିଘ୍ନଶିନୀ ନାୟକ, ଗ୍ରାମବାସୀ

ପାଣି କିଣିବାକୁ ପଡୁଛି
ସୋଲାର ପାଣି ପ୍ରକଳ୍ପ ଅଚଳ ହୋଇପଡ଼ିବା ପରେ ସମସ୍ୟା ବଢ଼ିଛି। ମେଳା ମହୋତ୍ସବ, ପର୍ବପର୍ବାଣିରେ ପାଣି କିଣିବାକୁ ପଡୁଛି। ଏହାର ସ୍ଥାୟୀ ପ୍ରତିକାର ଲାଗି ଏକ ପ୍ରକଳ୍ପ ନିର୍ମାଣ କରାଯିବା ଜରୁରୀ।
– ଚନ୍ଦ୍ରମଣି ନାୟକ, ଗ୍ରାମବାସୀ

ଅଣଦେଖା କରାଯାଉଛି
ଖମାର ଗ୍ରାମକୁ ପ୍ରଶାସନ ଅଣଦେଖା କରିଚାଲିଛି। ବର୍ଷସାରା ପାଣି ଚିନ୍ତାରେ ଗ୍ରାମବାସୀ ଦିନ କାଟୁଛନ୍ତି। ଖରାଦିନେ ସ୍ଥିତି ଆହୁରି ବିଗିଡ଼ି ଯାଉଛି। ତୁରନ୍ତ ଟ୍ୟାଙ୍କର ସହାୟତାରେ ପାଣି ଯୋଗାଇ ଦିଆଯାଉ।
– ମାନସ ନାୟକ, ଗ୍ରାମବାସୀ

ପ୍ରଶାସନ ଦୃଷ୍ଟି ଦେଉ
ନଳକୂପ ଅଚଳ ହୋଇଯିବା, ଖୋଲାକୂଅ ଶୁଖିଯିବା ପରେ ଗ୍ରାମରେ ଜଳସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଦୈନିକ ଦୀର୍ଘପଥ ଅତିକ୍ରାନ୍ତ କରି ପାଣି ଆଣିବାକୁ ପଡୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ।
– ତରଣୀ ରଣା, ଗ୍ରାମବାସୀ

ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ
ଅଭିଯୋଗ ସମ୍ପର୍କରେ ଅବଗତ ନାହିଁ। ଖମାରବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ଲାଗି ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ। ଅଚଳ ନଳକୂଅ ମରାମତି ଲାଗି ବିଭାଗକୁ ନିର୍ଦ୍ଦେଶ ଦିଆଯିବ।
– ସନ୍ତୋଷ କୁମାର ସାହୁ, ବିଡିଓ

 


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri