କ୍ଷମା ମାଗିଲେ ଅମିତାଭ

ମୁମ୍ବାଇ,୬।୮: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କ୍ଷମା ମାଗିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। କରୋନା ମହାମାରୀରେ ପୀଡ଼ିତ ଥିବା ଅମିତାଭ ଶେଷରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏବେ ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହୁଛନ୍ତି। ଘରେ ରହି ସେ ଏବେ ଭଲ ଭଲ ପୋଷ୍ଟ ଶେୟାର କରୁଥିବା ଦେଖାଯାଉଛି। ଯାହା ତାଙ୍କ ପ୍ରଶଂସକଙ୍କ ମନକୁ ପାଉଛି। ନିକଟରେ ଏହି ମହାନାୟକ କ୍ଷମା ମାଗି ଆସିଛନ୍ତି ଚର୍ଚ୍ଚାକୁ। ପୂର୍ବରୁ ସେ ଯେଉଁ କବିତା ପୋଷ୍ଟ କରିଥିଲେ ସେଥିରେ ସେ କବିଙ୍କ ନାମ ଭୁଲ ଲେଖିଥିବା ସଫେଇ ଦେଇ କ୍ଷମା ମାଗିଛନ୍ତି। ସେ ତାଙ୍କ ଟୁଇଟର ପୋଷ୍ଟରେ କରେକସନ୍‌ ଲେଖି ଲେଖିଛନ୍ତି, କାଲି T 3617ରେ ଯେଉଁ କବିତା ଛପା ଯାଇଥିଲା ଏହାର ଲେଖକ ବାବୁଜୀ ନୁହେଁ କବି ପ୍ରସୁନ ଯୋଶୀ। ଏଥିପାଇଁ ମୁଁ କ୍ଷମା ମାଗୁଛି। ଏହାସହ ହାତ ଯୋଡିବାର ଏକ ଇମୋଜି ମଧ୍ୟ ସେ ଶେୟାର କରିଥିଲେ। ଏହାସହ ସେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କର ଏକ କବିତା ମଧ୍ୟ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ ଅଭିନେତାଙ୍କ ନାଁରେ ସ୍ତ୍ରୀ ଆଣିଲେ ପ୍ରତାରଣା ଅଭିଯୋଗ

ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ନାଁରେ ତାଙ୍କ ସ୍ତ୍ରୀ ଆଲିଆ ବଳାତ୍କାର ଓ ପ୍ରତାରଣା ଅଭିଯୋଗ ଆଣିଛନ୍ତି। ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେଶନରେ ସେ ଲିଖିତ ଅଭିଯୋଗ...

‘ପତି ପତ୍ନୀ ଔର ଓ୍ବ’ରେ ଭୂମି ପେଡ଼ନେକର

ଲକ୍ଷ୍ନୌ: ଅଭିନେତ୍ରୀ ଭୂମି ପେଡନେକର ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ଶୁଟିଂ ଆରମ୍ଭ କରିଛନ୍ତି। ରବିବାର ଲକ୍ଷ୍ନୌ ବିମାନବନ୍ଦରରୁ ତାଙ୍କର ଏକ...

ଯୁଦ୍ଧପ୍ରିୟ ନୁହେଁ, ଦେଶଭକ୍ତ

ଲସ୍‌ ଆଞ୍ଜେଲ୍ସ୍‌ : ମୁଁ ଯୁଦ୍ଧପ୍ରିୟ ନୁହେଁ, ବରଂ ଜଣେ ସଚ୍ଚୋଟ ଦେଶଭକ୍ତ ବୋଲି ଆମେରିକାର ଲସ୍‌ ଆଞ୍ଜେଲ୍ସ୍‌ରେ ଭାରତୀୟ ସିନେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା...

୩୫ ବର୍ଷ ଧରି ଅମିତାଭଙ୍କ ସାଙ୍ଗରେ ଥିବା ଶୀତଲ ଜୈନଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଏବେ ଅଛନ୍ତି ଦୁଃଖରେ। କାରଣ ଦୀର୍ଘ ୩୫ ବର୍ଷ ଧରି ତାଙ୍କ ପାଖରେ ଥିବା ଶୀତଲ ଜୈନଙ୍କର ଶନିବାର ପରଲୋକ ହୋଇଛି।...

ସୀତା ଲୋ…ଗୀତକୁ ଲଗାତର ୪ ଥର ଗାଇଥିଲି

କଣ୍ଠଶିଳ୍ପୀ ଟି. ସୌରୀ ଓଡ଼ିଆ ସିନେମା, ଆଲ୍‌ବମ, ଭଜନ କ୍ଷେତ୍ରରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି। ଏବେ ଏକ ମ୍ୟୁଜିକ ଇନଷ୍ଟିଚ୍ୟୁଟ ଖୋଲି କୁନି କୁନି...

ପ୍ରଶଂସକଙ୍କ ଭିଡ଼ରେ ଫସିଲେ ରଣବୀର, କାର୍‌ ଉପରେ ଚଢ଼ି ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। କେବେ ନଜର ଫ୍ୟାଶନ ଷ୍ଟାଇଲ୍‌କୁ ନେଇ ତ କେବେ ଥ୍ରୋବ୍ୟାକ୍‌ ଫଟୋ କିମ୍ବା...

ଫିଲ୍ମ ‘ଗଲି ବୟ୍‌’ ଓସ୍କାର ଏଣ୍ଟ୍ରି ପରେ ଏମିତି କହିଲେ ଆଲିଆ, ରଣବୀର

ଓସ୍କାର ୨୦୨୦ ପାଇଁ ଫିଲ୍ମ ‘ଗଲି ବୟ’କୁ ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ ମନୋନୀତ କରାଯାଇଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂହ...

ଏହି ସୁନ୍ଦରୀଙ୍କ ସରଳତା ଦେଖି ବୋଲ୍ଡ ହୋଇଥିଲେ ଅର୍ଜୁନ ବିଜଲାନୀ: ୮ ବର୍ଷ ଡେଟ୍‌ କରିବା ପରେ…

ବମ୍ବେ: ପ୍ରଥମ ଦେଖାରେ ପ୍ରେମ କେବଳ ସିନେମାରେ ହୁଏ ବୋଲି କୁହାଯାଏ। ହେଲେ ଟେଲି ପରଦାର ସୁପରଷ୍ଟାର ଅର୍ଜୁନ ବିଜଲାନୀ ଏହି ଉକ୍ତିକୁ ଭୁଲ ପ୍ରମାଣିତ...


Coronavirus Update

Archives

Model This Week

Why Dharitri