Posted inଖେଳ

ରୋଜେରିଓ ରାମୋସ୍‌ ଓଡ଼ିଶା ଏଫ୍‌ସି ଗୋଲକିପିଂ କୋଚ୍‌

ଭୁବନେଶ୍ୱର,୬।୮(ସ୍ପୋଟର୍‌ସ ବ୍ୟୁରୋ): ବ୍ରାଜିଲର ରୋଜେରିଓ ରାମୋସ୍‌ଙ୍କୁ ଓଡ଼ିଶା ଏଫ୍‌ସି ତା’ର ନୂଆ ଗୋଲକିପିଂ କୋଚ୍‌ ହିସାବରେ ନିଯୁକ୍ତ କରିଛି। ହିରୋ ଇଣ୍ଡିଆ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରର ପୂର୍ବରୁ ଓଡ଼ିଶା ଏଫ୍‌ସି ଏହି ନିଷ୍ପତ୍ତି ନେଇଛି। ରାମୋସ ପୂର୍ବରୁ ଭାରତୀୟ ଜାତୀୟ ଦଳର ଗୋଲ୍‌କିପିଂ କୋଚ୍‌ ହିସାବରେ କାର୍ଯ୍ୟ କରିଛନ୍ତି। ଦୁଇବର୍ଷ ପାଇଁ ସେ ଭୁବନେଶ୍ୱର ପର୍ଯ୍ୟବେଷିତ ଓଡ଼ିଶା ଏଫ୍‌ସି ସହିତ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି।
ଭାରତୀୟ ସିନିୟର ଦଳ ବ୍ୟତୀତ ସେ ବିଭିନ୍ନ ବୟସବର୍ଗର ଦଳ ସହ ମଧ୍ୟ କାର୍ଯ୍ୟ କରିଛନ୍ତି। ରାମୋସ୍‌ ମଧ୍ୟ ଆଫ୍ରିକୀୟ ଦେଶ ସୁଦାନ ଜାତୀୟ ଦଳର ଗୋଲକିପିଂ କୋଚ୍‌ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ୪୬ ବର୍ଷୀୟ ଏହି ପୂର୍ବତନ ପେସାଦାର ଗୋଲକିପର ଗୋଲକିପିଂ କୋଚ୍‌ ଭାବେ ବିଭିନ୍ନ କ୍ଲବ୍‌ ପାଇଁ ଦାୟିତ୍ୱ ନେଇଛନ୍ତି। ସେ ବ୍ରାଜିଲରେ ଇସି ସାଣ୍ଟୋ ଆନ୍ଦ୍ରେ ଏସ୍‌ପି ଓ ଇସି ନୋଭୋ ହାମ୍‌ବୁର୍ଗୋ ଆରଏସ୍‌ ପାଇଁ କାର୍ଯ୍ୟ କରିଛନ୍ତି। ସେହିପରି ଭାରତର ଭାସ୍କୋ ସ୍ପୋଟର୍‌ସ କ୍ଲବ, ଦକ୍ଷିଣ କାରିଆର ୟଙ୍ଗ ଇନ୍‌ ଏକାଡେମୀ ଓ ସାଇପ୍ରସ୍‌ର ଏନ୍‌ଇଏ ସାଲାମିନା କ୍ଲବ୍‌ ତରଫରୁ ମଧ୍ୟ ସେ ଗୋଲ୍‌କିପିଂ କୋଚ୍‌ ଭାବେ ସଫଳତାର କାର୍ଯ୍ୟ କରିଛନ୍ତି।
ରୋମୋସ୍‌ଙ୍କ ନିଯୁକ୍ତିରେ ଓଡ଼ିଶା ଏଫ୍‌ସି ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବେକ୍ସଟର ଖୁସି ଜାହିର କରିଛନ୍ତି। ଆମ କୋଚିଂ ଟିମ୍‌ରେ ରାମୋସ ସାମିଲ ହେବା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ। ଏହାଦ୍ୱାରା ଓଡ଼ିଶା ଏଫ୍‌ସିର ପ୍ରଦର୍ଶନରେ ଉନ୍ନତି ହେବ ବୋଲି ଷ୍ଟୁଆର୍ଟ ଆଶା ପ୍ରକାଶ କରିଛନ୍ତି। ଭାରତରେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ସେ ମଧ୍ୟ ସହକାରୀ କୋଚ୍‌ ଗେରୀ ପେଟନଙ୍କ ସହିତ କଥା ହୋଇଛନ୍ତି। ଦଳର ଗୋଲକିପରମାନଙ୍କ ପ୍ରଦର୍ଶନରେ ଉନ୍ନତି ପାଇଁ ଆମେ ସମସ୍ତେ କାର୍ଯ୍ୟ କରିବୁ। ରାମୋସ୍‌ଙ୍କ ନିଯୁକ୍ତି ପରେ ଦଳ ନିଶ୍ଚିତ ଭାବେ ଫାଇଦାରେ ରହିବ ବୋଲି ଷ୍ଟୁଆର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?