Posted inରାଜ୍ୟ

ଜମି ସେଟଲ୍‌ମେଣ୍ଟ ଆକ୍ଟ ୧୯୮୩ରେ ସଂଶୋଧନ

ଭୁବନେଶ୍ୱର,୫ା୫(ବ୍ୟୁରୋ): ରାଜ୍ୟ ସରକାର ଜମି ସେଟଲମେଣ୍ଟ ଆକ୍ଟ ୧୯୮୩ରେ ସଂଶୋଧନ କରିଛନ୍ତି। ମାଓବାଦୀ ବିରୋଧୀ କାର୍ଯ୍ୟନୁଷ୍ଠାନରେ ପ୍ରାଣ ହରାଇଥିବା ଆମ ରାଜ୍ୟର ପାରା ମିଲିଟାରି ଫୋର୍ସ ଓ ପୋଲିସ ପରିବାର ଲୋକଙ୍କୁ ଭୁବନେଶ୍ୱର ବ୍ୟତୀତ ଅନ୍ୟ ସହରାଞ୍ଚଳରେ ୪ ଡିସିମିଲ ଓ ଗ୍ରାମାଞ୍ଚଳରେ ୧୦ ଡିସିମିଲ ଜମି ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସଂଶୋଧନ ପରେ ଜନସାଧାରଣ ସରକାରଙ୍କ ରାଜସ୍ବ ଦେୟକୁ ଇଲେକ୍ଟ୍ରୋନିକ ଉପାୟ ମାଧ୍ୟମରେ ଦେଇପାରିବେ ବୋଲି ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ସମସ୍ତଙ୍କୁ ବାସଯୋଗ୍ୟ ଜମି ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ତେଣୁ ପ୍ରତ୍ୟେକ ଗ୍ରାମରେ ଆବଶ୍ୟକ ହେଉଥିବା ଗୋଚର ଜମି ପରିମାଣକୁ ସରକାର ଶତକଡା ୫ରୁ ୩ ଭାଗକୁ କମେଇ ଦେଇଛନ୍ତି ା ପୂର୍ବରୁ କିଛି ଗ୍ରାମରେ ବାସହୀନ ଲୋକ ଏହି ଜମିରେ ବାସ କରୁଥିଲେ ମଧ୍ୟ ଗୋଚର ଜମିର ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ସେହି ଲୋକଙ୍କୁ ଆବଶ୍ୟକ ଘରଡିହ ଯୋଗାଇ ହେଉ ନ ଥିଲା। ସେହି ବାସହୀନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରେ ଘର ମିଳୁଥିଲେ ମଧ୍ୟ ବାସଯୋଗ୍ୟ ଜମି ଅଭାବରୁ ସେମାନଙ୍କୁ ଘର କରିବାର ସୁଯୋଗ ମିଳିପାରୁ ନ ଥିଲା । ସେଥିପାଇଁ ସେହି ଗ୍ରାମର ଗୋଚର ଜମି ପରିମାଣକୁ କମାଇ ଅଣସଂରକ୍ଷିତ କରିବାକୁ ଜିଲାପାଳଙ୍କୁ କ୍ଷମତାପ୍ରାପ୍ତ କରାଯାଇଛି । ମାତ୍ର ଏହି ଅଣସଂରକ୍ଷିତ କରିବାର ବ୍ୟବସ୍ଥା ସଂରକ୍ଷିତ ଜଙ୍ଗଲର ୩ କିଲୋମିଟର ଅଞ୍ଚଳ ମଧ୍ୟରେ ଥିବା ଗ୍ରାମ ପାଇଁ ପ୍ରଯୁଜ୍ୟ ହେବନାହିଁ ।

ସେହିପରି ଗ୍ରାମକଣ୍ଠ ପରମ୍‌ବୋକ, ନଜୁଲ, ଆବାଦୀ ଓ ଖାସ୍‌ମାହାଲ ଜମିରେ ବସବାସ କରୁଥିବା ଲୋକମାନେ ଅକ୍ଟୋବର ୨୨, ୨୦୧୮ ପୂର୍ବରୁ ସେଠାରେ ରହୁଥିଲେ ପଟ୍ଟା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ପୂର୍ବରୁ ୨୬ ଫେବୃୟାରୀ ୨୦୦୬ ପୂର୍ବରୁ ବସବାସ କରୁଥିବା ଲୋକଙ୍କୁ ଏହିସବୁ ଜମିର ପଟ୍ଟା ପାଇଁ ଆବେଦନ କରିପାରୁଥିଲେ । ସରକାର ମଧ୍ୟ ଏହାର ଅବଧିକୁ ଏହି ସଂଶୋଧନରେ ବଢ଼ାଇଛନ୍ତି। ସରକାର ଆଗରୁ କେବଳ ବନୀକରଣ ଓ ବୃକ୍ଷରୋପଣ ନିମନ୍ତେ ଦଖଲ ଅନୁମତି ପ୍ରଦାନ କରୁଥିଲେ ।

ଏହି ସଂଶୋଧନ ପରେ ବନୀକରଣ ଓ ବୃକ୍ଷରୋପଣ ସହିତ ଅନ୍ୟାନ୍ୟ ଉଦ୍ଦେଶ୍ୟ ଯଥା କୌଣସି ନଦୀ, ନାଳ, କେନାଲ ଉପରେ ପୋଲ ତିଆରି ଇତ୍ୟାଦି କାର୍ଯ୍ୟ ନିମନ୍ତେ ଦଖଲ ଅନୁମତି ଦିଆଯାଇପାରିବ। ଏହାଦ୍ୱାରା ଜାତୀୟ ରାଜପଥ, ରେଳପଥ ତଥା ଅନ୍ୟାନ୍ୟ ରାସ୍ତା ତ୍ୱରିତ ବେଗରେ ଆଗେଇପାରିବ। ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁମୋଦନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧୀନରେ ଥିବା ସହରାଞ୍ଚଳରେ ୧୦ ଏକର ଓ ଗ୍ରାମାଞ୍ଚଳରେ ୧୫ ଏକର ପର୍ଯ୍ୟନ୍ତ ସରକାରୀ ଜମିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନାମରେ ସମ୍ପୃକ୍ତ ବିଦ୍ୟାଳୟକୁ ମାର୍ଫତ ରଖି ବିନା ମୂଲ୍ୟରେ ରେକର୍ଡ କରିବା ପାଇଁ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ସେହିପରି ମହାବିଦ୍ୟାଳୟଗୁଡିକ ଅଧୀନରେ ଥିବା ଜମିକୁ ଉଚ୍ଚଶିକ୍ଷା ବିଭାଗ ମାର୍ଫତ୍‌ ସମ୍ପୃକ୍ତ ମହାବିଦ୍ୟାଳୟ ନାମରେ ରେକର୍ଡ କରିବାକୁ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଗୁପ୍ତେଶ୍ୱର ଶୈବପୀଠରେ ଏକାଠି ହେଲେ ୧୯୮୨ ମାଟ୍ରିକ ବ୍ୟାଚର ଛାତ୍ର, ସରକାରୀ ସ୍କୁଲର ଅଭାବ….

ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ୧୯୮୨ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରସଂଘର ଆଲୋଚନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ…

ସରିଲା ମା’ ଫୁଲସୁନ୍ଦରୀଙ୍କ ଠାକୁରାଣୀ ଯାତ୍ରା, ମନ୍ଦିରକୁ ଫେରିଲେ ଫୁଲସୁନ୍ଦରୀ-ବରାହୀ ଠାକୁରାଣୀ

ପୁରୁଷୋତ୍ତମପୁର,୭।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଚାଲିଥିବା ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ଉଦଯାପନ ହୋଇଛି । ରାତିରେ ମା’ ଫୁଲସୁନ୍ଦରୀ ଓ ମା’ ବରାହୀ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଏୟାରଫୋର୍ସ Y ଗ୍ରୁପ ପରୀକ୍ଷା, ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କଲେ ଆସୁରାଳୀର ସୌରଜ୍ୟୋତି ଦାସ

ତିହିଡ଼ି,୭ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକର ଆସୁରାଳୀ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅସୁରାଳିର ଯୁବ ପ୍ରତିଭା ସୌରଜ୍ୟୋତି ଦାସ । ପ୍ରଥମ…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri