ସ୍ବାମୀଙ୍କ ପରି ‘ଅଲ୍‌ରାଉଣ୍ଡର’ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଆଇପିଏଲ୍‌ ଦଳ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ଷ୍ଟାର୍‌ ଅଲ୍‌ରାଉଣ୍ଡର ସେନ୍‌ ଓ୍ବାଟ୍‌ସନଙ୍କ ପରି ତାଙ୍କ ସ୍ତ୍ରୀ ଲି ଫୁର୍‌ଲଙ୍ଗ ମଧ୍ୟ ଜଣେ ଅଲ୍‌ରାଉଣ୍ଡର। ଲି ଜଣେ କ୍ରୀଡ଼ା ଉପସ୍ଥାପିକା, ମଡେଲ୍‌, ଲେଖିକା ଓ ସଫଳ ବିଜନେସଓମ୍ୟାନ। ଅଷ୍ଟ୍ରେଲିଆରେ ଲି’ ଜଣେ ପରିଚିତ ଚେହେରା।
ଅଗଷ୍ଟ ୧୯୮୬ରେ ନ୍ୟୁ ସାଉଥ୍‌ ଓ୍ବେଲ୍ସରେ ଜନ୍ମଗ୍ରହଣ କରିଥିବା ଲି ୨୦୧୦ରେ ଓ୍ବାଟ୍‌ସନଙ୍କୁ ବିବାହ କରିଥିଲେ। ଲି ସ୍କୁଲରେ ପଢ଼ୁଥିବାବେଳେ ଟେନିସ ଖେଳୁଥିଲେ ଏବଂ କଲେଜ ତରଫରୁ ଅନେକ ମ୍ୟାଚ୍‌ରେ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି। ଏପରିକି ପିଲାମାନଙ୍କୁ ମଧ୍ୟ ସେ ଟେନିସ ପ୍ରଶିକ୍ଷଣ ପ୍ରଦାନ କରିଥାନ୍ତି। ଲି ଜର୍ନାଲିଜମ ଓ ମାସ୍‌କମ୍ୟୁନିକେଶନରେ ସ୍ନାତକ ହାସଲ କରିଛନ୍ତି। ଏହାପରେ ସେ ୨ ବର୍ଷ ପର୍ଯ୍ୟନ୍ତ ଚ୍ୟାନେଲରେ ଉପସ୍ଥାପିକା ଭାବେ କାର୍ଯ୍ୟ କରିଥିଲେ। ଏବଂ ପରେ ନିଜକୁ କ୍ରୀଡ଼ା ଆଙ୍କର ଭାବେ ପ୍ରତିଷ୍ଠିତ କରିପାରିଥିଲେ।
ଲାଭ କରିବା ପରେ ମଧ୍ୟ ଫୁର୍‌ଲଙ୍ଗ ଚମତ୍କାର କ୍ୟାରିୟରରୁ ଦୂରେଇ ଯାଇ ନ ଥିଲେ। ଏହାପରେ ସେ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଥିଲେ। ‘ଲେଟ୍ସ ଆକ୍ଟିଭେଟ୍‌’ ନାମକ ଏକ ସଂସ୍ଥା ଖୋଲିଥିଲେ। ଯେଉଁଠାରେ ୨ରୁ ୬ ବର୍ଷର ପିଲାମାନଙ୍କୁ କ୍ରୀଡ଼ା କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯାଇଥାଏ। ସବୁଦିନ ଭୋର ୩ଟାରୁ ବିଛଣା ତ୍ୟାଗ କରୁଥିବା ଲି ସପ୍ତାହକୁ ୬ ଦିନ କାମ କରିଥାନ୍ତି। ୨୦୧୮ରେ ମଧ୍ୟ ସେ କେତେକ ପୁସ୍ତକ ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri