ସୂର୍ଯ୍ୟ ଦେଓଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଚଳଚ୍ଚିତ୍ର ସମୀକ୍ଷକ ତଥା ଲେଖକ ସୂର୍ଯ୍ୟ ଦେଓ। ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୨ରେ ତାଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁସ୍ତକ ଭାବେ ମନୋନୀତ ହୋଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଆ ଚଳଚ୍ଚିତ୍ର ଉପରେ ଲିଖିତ ସୂର୍ଯ୍ୟ ଦେଓଙ୍କ ଏହି ପୁସ୍ତକ ଏକ ବୈପ୍ଳବିକ ସୃଷ୍ଟି। ଏଥିରେ ଥିବା ଫଟୋଗ୍ରାଫ ଓ ତଥ୍ୟଗୁଡ଼ିକ ଭବିଷ୍ୟତ ପିଢ଼ିଙ୍କ ପାଇଁ ସହଯୋଗୀ ହେବ ବୋଲି ପ୍ରକାଶ ପାଇଛି। ଏଥର କୌଣସି ଓଡ଼ିଆ ଚଳଚ୍ଚିତ୍ର କିମ୍ବା କେହି ଅଭିନେତା ଓ ଅଭିନେତ୍ରୀ ଜାତୀୟ ପୁରସ୍କାର ପାଇ ନ ଥିବାବେଳେ କେବଳ ଚଳଚ୍ଚିତ୍ରର ସ୍ବତନ୍ତ୍ର ବର୍ଗରେ ସୂର୍ଯ୍ୟ ଦେଓଙ୍କ ପୁସ୍ତକ ମନୋନୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ପୁସ୍ତକ ବିବେଚିତ ହେବା ଅତ୍ୟନ୍ତ ଖୁସିର ବିଷୟ ବୋଲି ପ୍ରକାଶ କରିଛନ୍ତି। ସିନେମାରେ ଅଧିକ ଗବେଷଣା କ୍ଷେତ୍ରରେ ଏହି ପୁସ୍ତକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୁସ୍ତକର ସଫଳତା ନେଇ ସୂର୍ଯ୍ୟ କହିଛନ୍ତି, ଗତକାଲିର ସିନେମା କିଭଳି ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ ହୋଇ ରହିପାରିବ ତାହା ଏହି ପୁସ୍ତକର ମୂଳ ଲକ୍ଷ୍ୟ। ଓଡ଼ିଆ ଚଳଚ୍ଚିତ୍ର ଇତିହାସର ପ୍ରାୟ ୪୦ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ସୀତା ବିବାହ, ମମତା, ସିନ୍ଦୂର ବିନ୍ଦୁ, ଅଭିମାନ ଭଳି ଚଳଚ୍ଚିତ୍ରର କୌଣସି ଅଂଶବିଶେଷ ନାହିଁ। ପୁରୁଣା ଚଳଚ୍ଚିତ୍ର ତଥ୍ୟକରଣ ଓ ସଂରକ୍ଷିତ ହେବା ଆବଶ୍ୟକ। ପୁସ୍ତକରେ କେବଳ ଓଡ଼ିଆ ଚଳଚ୍ଚିତ୍ର ବିଷୟରେ ଲେଖାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଅତି ପାଖରୁ ଦେଖିଥିବା ୨୧ଟି ସିନେମା ଓ ସାମ୍ବାଦିକତା କରୁଥିବା ସମୟରେ ଭେଟିଥିବା ବିଭିନ୍ନ ନିର୍ମାତାଙ୍କ ସହ ଭେଟି ସାଉଣ୍ଟିଥିବା ଅନୁଭୂତିକୁ ନେଇ ପୁସ୍ତକରେ ବିଷୟୀକରଣ କରିଛି। ଗତକାଲି ସହ ବର୍ତ୍ତମାନ, ବର୍ତ୍ତମାନ ସହ ଭବିଷ୍ୟତ ଯୋଡ଼ି ହୋଇ ରହିଛି। ତେଣୁ ଅତୀତର ତଥ୍ୟକୁ ସଂରକ୍ଷିତ କରି ରଖିବା ପାଇଁ ଏହି ପୁସ୍ତକ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ସୂର୍ଯ୍ୟ ଆଶା ରଖିବା ସହ ଏଭଳି ଅନେକ ପୁସ୍ତକ ଲେଖାହେବାର ଆବଶ୍ୟକତା ରହିଥିବା କହିଛନ୍ତି।
‘କାଲି ପାଇଁ କାଲିର ସିନେମା’ ପୁସ୍ତକରେ ୧୯୪୮ରୁ ୧୯୮୬ ମଧ୍ୟରେ ରିଲିଜ ହୋଇଥିବା ୨୧ଟି ଚଳଚ୍ଚିତ୍ର ସମ୍ପର୍କରେ ତଥ୍ୟ ରହିଛି। ଉକ୍ତ ଚଳଚ୍ଚିତ୍ର ହେଲା ଲଳିତା, ଶ୍ରୀ ଜଗନ୍ନାଥ, କୃଷ୍ଣ ସୁଦାମା, ଭକ୍ତ ସାଲବେଗ, ନୂଆ ବୋହୂ, ସାଧନା, କାଁ, ଭାଇ ଭାଉଜ, ଘର ବାହୁଡ଼ା, ରକ୍ତ ଗୋଲାପ, ଶ୍ରୀ ଲୋକନାଥ, ଭାଇଭାଇ, ସଂସାର, ସୂର୍ଯ୍ୟମୁଖୀ, ଜୀବନସାଥୀ, କିଏ କାହାର, ସ୍ତ୍ରୀ, ସମୟ, ନାଗଫାଶ, ଚିଲିକା ତୀରେ ଓ ମାୟା ମିରିଗ। ଏଥିସହ ୧୯୭୦ରୁ ୮୦ ମଧ୍ୟରେ ଚଳଚ୍ଚିତ୍ର ସହ ଜଡିତ ଅନେକ ବ୍ୟକ୍ତି ବିଶେଷଙ୍କ ସାକ୍ଷାତକାରକୁ ମଧ୍ୟ ସୂର୍ଯ୍ୟ ନିଜ ପୁସ୍ତକରେ ସ୍ଥାନ ଦେଇଛନ୍ତି। ପୁସ୍ତକଟି ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ହିନ୍ଦୁ ସମାଜ ସପକ୍ଷରେ ଯିବ ବୋଲି ଆଶା କରୁଛୁ: ଭୈୟାଜୀ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି) ଲାଗୁ ହେବା ଉଚିତ। ଦେଶରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଏକ ରାଷ୍ଟ୍ରୀୟ ନୀତି...

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଓ୍ବେବ୍‌ସାଇଟ, ମୋବାଇଲ ଆପ୍‌ ଶୁଭାରମ୍ଭ

ଭୁବନେଶ୍ୱର,୧ା୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମେକ୍‌ ଇନ୍‌ ଓଡ଼ିଶା ୱେବ୍‌ସାଇଟ(https://www.mio.investodisha.gov.in) ଏବଂ ମୋବାଇଲ ଆପ୍‌ର ଶୁଭାରମ୍ଭ କରିଛନ୍ତି। ପ୍ରତିନିଧିମାନେ ସର୍ବଦଳୀୟ ଅଧିବେଶନ, ଥିମେଟିକ୍‌ ଅଧିବେଶନ, ବ୍ୟବସାୟ...

ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ଉପରେ ପାରଦ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ହଠାତ ଶୀତ ଗାଏବ ହୋଇଯାଇଛି। ଆଉ ଶୀତ ବସ୍ତ୍ରର ଆବଶ୍ୟକତା ପଡୁନାହିଁ। ଜାନୁୟାରୀ ପ୍ରଥମ ସପ୍ତାହରୁ ଦିନର...

ନଦୀ ଘାଟରେ ହେବ ନାହିଁ ଛଟ୍‌ ପୂଜା: ଜାରି ହେଲା କଟକଣା

ଭୁବନେଶ୍ବର,୧୬।୧୧(ବ୍ୟୁରୋ)- ଚଳିତ ବର୍ଷ ନଦୀ ଘାଟରେ ହେବ ନାହିଁ ଛଟ୍‌ ପୂଜା। କରୋନା କାଳରେ ନଦୀ ଘାଟରେ ଅଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସରକାର...

ଗଣତନ୍ତ୍ରରେ ଭିନ୍ନମତକୁ ଗ୍ରହଣ କରୁନାହିଁ କେନ୍ଦ୍ର ସରକାର: କଂଗ୍ରେସ

ଭୁବନେଶ୍ୱର,୬।୧(ବ୍ୟୁରୋ): ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ରବିବାରଠାରୁ ଉପୁଜିଥିବା ଛାତ୍ର ହିଂସା ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ କଂଗ୍ରେସ। ଉକ୍ତ...

ନେପାଳ ବିମାନ ଦୁର୍ଘଟଣା: ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରୁ ୪ ଓଡ଼ିଶାର

ଭୁବନେଶ୍ୱର,୨୯।୫(ବ୍ୟୁରୋ): ନେପାଳରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୨୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଥିବା...

ପୁଣି ଏକ ମାଈହାତୀର ମୃତ୍ୟୁ

ବଣାଇ,୧୭ା୮(ସ୍ବ.ପ୍ର.): ସାରା ରାଜ୍ୟରେ ହାତୀ ମୃତ୍ୟୁ ନେଇ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ତାମଡ଼ା ରେଞ୍ଜର କୁସୁମଡିହି ସେକ୍ସନର କେନ୍ଦୁଡିହି...

‘ଓମିକ୍ରନ’ ନେଇ ବଢ଼ିଲା ଚିନ୍ତା: ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ସରକାର

ଭୁବନେଶ୍ବର, ୨୧।୧୨(ବ୍ୟୁରୋ): ଓଡ଼ିଶାରେ ଦୁଇ ଓମିକ୍ରନ ଆକ୍ରାନ୍ତ ମଙ୍ଗଳବାର ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ଏନେଇ ପ୍ରସ୍ତୁତି ସମ୍ପର୍କରେ ସରକାର...

Advertisement
Archives

Model This Week