ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି ଘଟଣାରେ ଭାରତୀୟ କ୍ୟାପ୍ଟେନ୍‌ ସ୍ମିତ ମାଚ୍ଛରଙ୍କୁ ତାଙ୍କ ଓମାନୀ କୋ-ପାଇଲଟ୍‌ ହମାମ ଅଲ୍‌-ହମ୍ମାମି ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଏହା ପରେ ବିମାନଟି ହଜାର ହଜାର ଫୁଟ୍‌ ତଳକୁ ଖସିଥିଲା ଏବଂ ଜରୁରୀକାଳୀନ ଭାବେ ସାଉଦି ଆରବର ତବୁକ୍‌ରେ ଲ୍ୟାଣ୍ଡିଂ କରାଯାଇଥିଲା।

ତଦନ୍ତ ସମ୍ପର୍କିତ ରିପୋର୍ଟ ଅନୁସାରେ, ହମାମିଙ୍କ ପୂର୍ବ ପୃଷ୍ଠଭୂମି ଏବଂ କଥିତ ଅଲ୍-କାଏଦା ସମ୍ପର୍କକୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ଖୋଳତାଡ଼ କରୁଛନ୍ତି। କିଛି ରିପୋର୍ଟରେ ତାଙ୍କ ପୂର୍ବ ଚାକିରି ସମୟରେ ଅଲ୍-କାଏଦା ଚିନ୍ତାଧାରା ନେଇ ଚିନ୍ତା ପ୍ରକାଶ ପାଇଥିବା ଏବଂ ତାଙ୍କୁ ଫ୍ଲାଇଂ ଡ୍ୟୁଟିରୁ ହଟାଯାଇଥିବା ଦାବି କରାଯାଇଛି। ତେବେ ତାଙ୍କର ଅଲ୍‌-କାଏଦା ସହ ସିଧାସଳଖ ସଂଗଠନାତ୍ମକ ସମ୍ପର୍କ ଥିଲା କି ନାହିଁ, ତାହା ତଦନ୍ତର ବିଷୟ ରହିଛି।

ରିପୋର୍ଟ ଅନୁସାରେ, ହମାମିଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଅଲ୍‌-କାଏଦା ସହ ଜଡ଼ିତ ଚରମପନ୍ଥୀ ଚିନ୍ତାଧାରା ଏବଂ ନେତାଙ୍କ ସମ୍ପର୍କିତ କିଛି ସାମଗ୍ରୀ ଥିବା ତଦନ୍ତକାରୀମାନେ ଯାଞ୍ଚ କରୁଛନ୍ତି। ତାଙ୍କ ନାମରେ ଥିବା ଏକ LinkedIn ପ୍ରୋଫାଇଲ୍‌ରେ ଘଟଣା ଦିନ କିଛି ସନ୍ଦେହଜନକ ଭିଡିଓ ପୋଷ୍ଟ ହୋଇଥିବା ରିପୋର୍ଟ ମଧ୍ୟ ଆସିଛି। ତେବେ ଉକ୍ତ ପ୍ରୋଫାଇଲ୍‌ ନିଶ୍ଚିତ ଭାବେ ଅଭିଯୁକ୍ତଙ୍କର ଥିଲା କି ନାହିଁ, ସେନେଇ ସ୍ୱାଧୀନ ଯାଞ୍ଚ ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି। ଘଟଣା ସମୟରେ ହମାମି କକ୍‌ପିଟ୍‌ରେ କ୍ୟାପ୍ଟେନ୍‌ ସ୍ମିତ ମାଚ୍ଛରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନୂଆ ବିବରଣୀ ଅନୁସାରେ, ଆକ୍ରମଣ ପୂର୍ବରୁ ସେ ପ୍ରାର୍ଥନା କରୁଥିବା ଭଳି ବ୍ୟବହାର କରିଥିଲେ ଏବଂ ପରେ କ୍ୟାପ୍ଟେନ୍‌ଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ବିମାନର ଅଟୋପାଇଲଟ୍‌ ବିଚ୍ଛିନ୍ନ ହୋଇ ବିମାନଟି ଦ୍ରୁତ ଗତିରେ ତଳକୁ ଖସିଥିଲା। ଗୁରୁତର ଭାବେ ଆହତ ହୋଇଥିଲେ ମଧ୍ୟ କ୍ୟାପ୍ଟେନ୍‌ ମାଚ୍ଛର କକ୍‌ପିଟ୍‌ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହା ପରେ କ୍ରୁ ଓ ଯାତ୍ରୀମାନେ ମିଶି କୋ-ପାଇଲଟ୍‌ଙ୍କୁ କାବୁ କରିଥିଲେ। ବିମାନରେ ଥିବା ଅନ୍ୟ ଦୁଇଜଣ ପାଇଲଟ୍‌ ନିୟନ୍ତ୍ରଣ ନେଇ ବିମାନକୁ ତବୁକ୍‌ରେ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ।

ଏହି ଘଟଣା ପରେ ଏକ ଅଲ୍‌-କାଏଦା ସମର୍ଥକ ପ୍ରକାଶନରେ ଫ୍ଲାଇଦୁବାଇ ଘଟଣା ଏବଂ ୯/୧୧ ଆତଙ୍କବାଦୀ ଆକ୍ରମଣର ଉଲ୍ଲେଖ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ପ୍ରକାଶନରେ ଆମେରିକୀୟ ଓ ଇସ୍ରାଏଲୀ ଲୋକଙ୍କୁ ନେଇ ଯାଉଥିବା ବିମାନକୁ ଟାର୍ଗେଟ୍‌ କରିବା ପାଇଁ ଆହ୍ୱାନ ଦିଆଯାଇଥିବା ଖବର ମିଳିଛି।

ତେବେ ଏହି ପ୍ରକାଶନର ଉଲ୍ଲେଖକୁ ଆଧାର କରି ହମାମିଙ୍କ ଅଲ୍‌-କାଏଦା ସହ ସିଧାସଳଖ ସମ୍ପର୍କ ଥିଲା ବୋଲି ନିଶ୍ଚିତ କରାଯାଇନାହିଁ। ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ, ପୂର୍ବ ପ୍ରସ୍ତୁତି ଏବଂ କୌଣସି ଆତଙ୍କୀ ସଂଗଠନ ସହ ସମ୍ପର୍କ ଥିଲା କି ନାହିଁ, ସେନେଇ UAE ସମେତ ସମ୍ପୃକ୍ତ ଦେଶର ସୁରକ୍ଷା ଏଜେନ୍ସି ତଦନ୍ତ ଜାରି ରଖିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଟ୍ରାଭେଲ ବଜାର; ଶୁଭାରମ୍ଭ ହେଲା ଓଡ଼ିଶା ମାଇସ୍ ଇନସେଣ୍ଟିଭ ପୋର୍ଟାଲ

ଭୁବନେଶ୍ୱର,୫ା୧୦(ସୌମ୍ୟରଞ୍ଜନ ରାଉତ): ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ବ୍ୟାପକ କରାଯିବ। ଶିଳ୍ପ ବିଶେଷଜ୍ଞ, ହସ୍ପିଟାଲିଟି ଲିଡର୍ସ ଓ ଟୁରିଜମ୍‌ ଷ୍ଟେକ୍‌ ହୋଲ୍ଡର୍ସଙ୍କ ସହଯୋଗରେ ରାଜ୍ୟ ସରକାର…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?