Posted inଖେଳ

ଟେଷ୍ଟ କ୍ୟାରିୟର୍‌ ପ୍ରଥମଥର ପାଇଁ ଏମିତି ଅବସ୍ଥା ଭୋଗିଲେ ଅଜିଙ୍କେ ରାହାନେ

ମେଲବୋର୍ନ,୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋନର୍ର୍ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ଅଧିନାୟକ ଅଜିଙ୍କ୍ୟ ରାହାନେ ୧୨୨ ରନ୍‌ରେ ରନ୍‌ଆଉଟ୍‌ ହୋଇଛନ୍ତି। ଉଇକେଟ କିପର ଟିମ ପେନ୍‌ ଏବଂ ମାର୍ନସ ଲାବୁସାଗ୍ନେ ରାହାନେଙ୍କୁ ଆଉଟ୍‌ କରିଥିଲେ। ଟେଷ୍ଟ କ୍ୟାରିୟରରେ ରାହାନେ ପ୍ରଥମ ଥର ରନ୍‌ଆଉଟ ହୋଇଛନ୍ତି। ଗୋଟିଏ ସିଙ୍ଗଲ ନେବା ଚକ୍କରରେ ସେ ଆଉଟ ହୋଇଥିଲେ।
ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନରେ ଅଜିଙ୍କ୍ୟ ରାହାଣେ ବ୍ୟାଟିଂ ଆରମ୍ଭ କରିଥିଲେ। ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ସେ ୧୦୪ ରନ ଖେଳୁଥିଲେ। ମ୍ୟାଚର ତୃତୀୟ ଦିନରେ ପୂର୍ବ ଦିନ ସ୍କୋରରେ ୮ରନ ଯୋଡିବା ପରେ ସେ ପାଭିଲିୟନକୁ ଫେରିଥିଲେ। ଅଜିଙ୍କ୍ୟା ଏମସିଜିରେ ୧୧୨ ରନ୍‌ର ଚମତ୍କାର ଇନିଂସ ଖେଳି ୨୨୩ ବଲରେ ୧୨ ଚୌକା ସହ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ଏହି ସମୟରେ ରାହାନେଙ୍କ ଷ୍ଟ୍ରାଇକ ହାର ୫୦.୨୨ ଥିଲା। ତେବେ ଅନେକ ଉତ୍କୃଷ୍ଟ ରେକର୍ଡ ସହିତ ଟେଷ୍ଟ କ୍ରିକେଟ ରେ ରନ ଆଉଟ ହେବାର ଅବାଞ୍ଛିତ ରେକର୍ଡରେ ତାଙ୍କ ନାମ ଯୋଡି ହୋଇଥିଲା।
୩୨ ବର୍ଷୀୟ ଅଜିଙ୍କ୍ୟ ରାହାଣେ ତାଙ୍କ ଟେଷ୍ଟ କ୍ୟାରିୟରରେ ୬୬ଟି ମ୍ୟାଚ ଖେଳିଛନ୍ତି। ସେ ହାରାହାରି ୪୨.୪୫ ରେ ୧୧୧ ଇନିଂସରେ ୪୨୪୫ ରନ କରିଛନ୍ତି। ରାହାନେ ତାଙ୍କ ଟେଷ୍ଟ କ୍ୟାରିୟରରେ ୧୧ ଶତକ ଏବଂ ୨୨ ଅର୍ଦ୍ଧଶତକ ହାସଲ କରିଛନ୍ତି ।ଏହି ସମୟ ମଧ୍ୟରେ ତାଙ୍କର ସର୍ବାଧିକ ସ୍କୋର ୧୮୮ ରନ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri