ଗୋଟିଏ ବି ସରିଲାନି ମେଗା ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୨୮।୧୨: ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ୮ ଜିଲାର ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ପାନୀୟ ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ଜିଲାଗୁଡିକ ହେଲା ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, କୋରାପୁଟ, ଝାରସୁଗୁଡ଼ା, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝର। ୨୧୭ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ୬୯୧ ଗ୍ରାମର ବାସିନ୍ଦା ଉପକୃତ ହୋଇପାରିବେ। ଏଥିପାଇଁ ୮୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ୪୭୨.୮୯ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ମେଗା ଜଳଯୋଗାଣ ପ୍ରକଳ୍ପ ପାଇଁ ୪ ଠିକାସଂସ୍ଥା ଯଥା ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ(ଏନ୍‌ସିସି) ଲିଃ, ଏଲ୍‌ଆଣ୍ଡଟି, ଏମ୍‌ଇଆଇଏଲ୍‌ ଓ ଭୋଲଟାସ୍‌କୁ ଇପିସି ମୋଡ୍‌ରେ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ୩୦ା୧୧ା୨୦୨୦ ସୁଦ୍ଧା ସେଥିରୁ ୨୦୩ କ୍ଷୁଦ୍ର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୮ଟି ମେଗା ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ଗୋଟିଏ ବି ସମ୍ପୂର୍ଣ୍ଣ ହୋଇପାରିନାହିଁ। କାର୍ଯ୍ୟ ଆରମ୍ଭ ହେବାର ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଥିଲା, ଯାହାକି ଅତିବାହିତ ହୋଇଯାଇଛି। ଫଳରେ ଆସନ୍ତା ଗ୍ରୀଷ୍ମ ମାସ ପୂର୍ବରୁ ଶୁଦ୍ଧ ପାନୀୟ ଜଳ ପାଇବା ଆଶା ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ମଉଳିଯାଇଛି ବୋଲି ମତପ୍ରକାଶ ପାଇଛି।
ସରକାରୀ ନିୟମ ଅନୁସାରେ ଖଣି ସଂସ୍ଥାଗୁଡ଼ିକ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କଥାକୁ ଭୁଲିଯାଇଥିଲେ। ସରକାରଙ୍କ ଦ୍ୱାରା ପ୍ରଣିତ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ଏବଂ ଓଏମ୍‌ବିଏଡିସି ପାଣ୍ଠି ମଧ୍ୟ ସୁଚାରୁରୂପେ ବିନିଯୋଗ ହୋଇ ପାରି ନ ଥିଲା। ଫଳରେ ଯାଜପୁର ଜିଲାର ଖଣି ପ୍ରଭାବିତ ସୁକିନ୍ଦା ବ୍ଲକର ନଗଡ଼ା ଭଳି ଚିତ୍ର ସାମ୍ନାକୁ ଆସିଥିଲା। ଏହାପରେ ଗତ କିଛି ବର୍ଷ ହେଲା ଡିଏମ୍‌ଏଫ୍‌ ଏବଂ ଓଏମ୍‌ବିଏଡିସି ପାଣ୍ଠି ବିନିଯୋଗ କଥା ଶୁଣିବାକୁ ମିଳୁଛି। ଏହି କ୍ରମରେ ଅନୁଗୋଳ ଜିଲାର ୯୫, ଢେଙ୍କାନାଳରେ ୪, ମୟୂରଭଞ୍ଜରେ ୧୭, କୋରାପୁଟରେ ୫୮, ଝାରସୁଗୁଡ଼ାରେ ୮, ଯାଜପୁରରେ ୨, ସୁନ୍ଦରଗଡ଼ରେ ୨ ଓ କେନ୍ଦୁଝରରେ ୨୬ଟି କ୍ଷୁଦ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଗତ ୫ ବର୍ଷ ହେବ ୩୫୪ ଗ୍ରାମର ବାସିନ୍ଦାଙ୍କ ପାଇଁ ୩୨ଟି ପ୍ରଥମ ପର୍ଯ୍ୟାୟ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ସେଥିରୁ ଗୋଟିଏ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରି ନ ଥିବାବେଳେ ୧୮ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୪୪୭୮.୬୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ୧୮୨୬.୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେଥିରୁ ୧୨୭୭.୭୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିନିଯୋଗ ପତ୍ର(ୟୁସି) ଦାଖଲ ହୋଇଛି। ହେଲେ ଗୋଟିଏ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ସେଗୁଡ଼ିକ ହେଲା ହାଟଡିହି, ଚମ୍ପୁଆ, ହରିଚନ୍ଦନପୁର, ରାଇରଙ୍ଗପୁର, କୁସୁମୀ, ଯଶିପୁର, ହେମଗିର, କୁତ୍ରା, ରାଜଗାଙ୍ଗପୁର, ଗୁରୁଣ୍ଡିଆ, କୋଇଡା, ଲହୁଣିପଡା, କୁଆଁରମୁଣ୍ଡା, ନୂଆଗାଁ, ସୁକିନ୍ଦା ୧, ସୁକିନ୍ଦା ୨। ଏହାବାଦ୍‌ ସୁନ୍ଦରଗଡ଼ ଜିଲାର ୧୨୨ ଗ୍ରାମ ଓ କେନ୍ଦୁଝରର ୧୧୫ ଗ୍ରାମର ବାସିନ୍ଦାଙ୍କ ପାଇଁ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିରୁ କେତେକ ପ୍ରକଳ୍ପରେ ସମ୍ପୃକ୍ତ ଠିକାସଂସ୍ଥା ଦ୍ୱାରା ଚଞ୍ଚକତା କରି ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ହେଉଥିବା ନେଇ ପୂର୍ବରୁ ମାନ ଯାଞ୍ଚକାରୀ ଅଥରିଟି ଇଞ୍ଜିନିୟର୍ସ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଉପରୋକ୍ତ ତଥ୍ୟକୁ ଅବଲୋକନ କଲେ କ୍ଷୁଦ୍ର ଓ ମେଗା ଜଳଯୋଗାଣ ପ୍ରକଳ୍ପରେ ଖଣି ସମୃଦ୍ଧ ଯାଜପୁର ଜିଲାକୁ ଉପେକ୍ଷା କରାଯାଇଥିବା ମନେହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ଦର୍ଶାଇଥିଲା।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri