କାମରେ ଆସୁନି ରାତ୍ର ଆଶ୍ରୟସ୍ଥଳ: ଶୀତ କାକରରେ ନିରାଶ୍ରୟ

କେନ୍ଦୁଝର, ୨୮ା୧୨(ସ୍ବ.ପ୍ର.)- କେନ୍ଦୁଝର ସହରରେ ବାସହୀନ ଓ ଅସହାୟ ଲୋକଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳୀ ଅଛି ହେଲେ ଦୂରତା ଦୃଷ୍ଟିରୁ ସେଠାକୁ ଯିବାକୁ ଲୋକେ ପସନ୍ଦ ନାହାନ୍ତି। ଫଳରେ ଏହି ଆଶ୍ରୟସ୍ଥଳୀ କାମରେ ଲାଗି ପାରୁନି। ସେଠାକୁ ଯାତାୟାତ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଏବେ ମଧ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟ ଆଖପାଖ ରାସ୍ତା କଡ଼ରେ ବହୁ ନିରାଶ୍ରୟ ଏବଂ ସହରରେ କାମଧନ୍ଦା କରୁଥିବା ଲୋକ ପ୍ରବଳ ଥଣ୍ଡାରେ ମଧ୍ୟ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି ା ଏପରିକି ଛୋଟ ପିଲାମାନେ ରାସ୍ତାକଡ଼ ଓ ଦୋକାନ ବାରଣ୍ଡାରେ ଶୋଉଥିବା ଦେଖିବାକୁ ମିଳୁଛି।
ମୁଖ୍ୟ ସହରଠାରୁ ୬ କି.ମି ଦୂର ତଥା କେନ୍ଦୁଝର ପୌରାଞ୍ଚଳର ପୁରୁଣା ସହର ଭୂମିଜ ସାହିରେ ୨୦୧୯ରୁ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା ସହାୟତାରେ ଚାଲିଆସୁଛି ଉକ୍ତ ଆଶ୍ରୟସ୍ଥଳୀ। ଏଠାରେ ୫୦ ଜଣ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ବ୍ୟବସ୍ଥା ରହିଛି। ସେମାନଙ୍କୁ ରହିବା, ଶୋଇବା ସହିତ କମ୍ବଳ ଆଦି ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ତେବେ ଏହାର ସୁରକ୍ଷା ପାଇଁ ଆଗ ଓ ପଛ ପାଚେରୀ ନ ଥିବାରୁ ବାହାର ଲୋକ, ଜୀବଜନ୍ତୁ ତଥା ପଶୁମାନଙ୍କ ଅବାଧ ପ୍ରବେଶ ଯୋଗୁ ଏହି ଆଶ୍ରୟସ୍ଥଳୀ ଅସୁରକ୍ଷିତ ଅବସ୍ଥାରେ ରହିଛି ା ଏହାର ସୁରକ୍ଷା ପାଇଁ ୫ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ା କିନ୍ତୁ ବ୍ୟକ୍ତି ପିଛା କମ ଅର୍ଥ ମଞ୍ଜୁର ହେଉଥିବାରୁ ପରିଚାଳନା କିପରି ହେଉଥିବ ବେଶ ଅନୁମାନ କରିହେବ। ସେଥିରୁ ୫ଜଣଙ୍କ ପାଇଁ ଦୈନିକ ୪୦ ଟଙ୍କା ଏବଂ ଅବଶିଷ୍ଟମାନଙ୍କ ପାଇଁ ଦୈନିକ ୧୦ ଟଙ୍କା ହିସାବରେ ଖର୍ଚ୍ଚ ବ୍ୟବସ୍ଥା ରହିଥିବା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ କହିଛନ୍ତି। ଲୋକଙ୍କୁ ସଚେତନ କରାଯାଇ ଆଶ୍ରୟସ୍ଥଳକୁ ଯିବାକୁ କୁହାଯାଉଛି। ସେହିପରି ବସ୍‌ରେ ଲୋକମାନେ ଯାଇ ପାରିବେ ବୋଲି ଆଶ୍ରୟସ୍ଥଳର ପରିଚାଳକ ଦୀପକ ଜେନା କହିଛନ୍ତି ା
ତେବେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସରକାରୀ ବସ୍‌ଷ୍ଟାଣ୍ଡ ଥିବାବେଳେ କଟକ ବସ୍‌ଷ୍ଟପ ତଥା ଦୂରରେ ତେଲକୋଇ, ବଡ଼ବିଲ ତଥା ବାରିପଦା ବସ୍‌ଷ୍ଟପ ରହିଥିବାରୁ ଏହାର ମଧ୍ୟସ୍ଥଳରେ ଆଶ୍ରୟସ୍ଥଳୀ ପ୍ରତିଷ୍ଠା ହେଲେ ଅଧିକ ଲୋକ ଉପକୃତ ହୋଇ ପାରନ୍ତେ ବୋଲି ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି। ସୂଚନାଯୋଗ୍ୟ ଯେ, ଆଶ୍ରୟସ୍ଥଳୀ ସ୍ଥାପନ ପାଇଁ କୃଷକ ବଜାର ସ୍ଥାନରେ ପୂର୍ବରୁ ନିଷ୍ପତ୍ତି ହୋଇଥିଲା ା କିନ୍ତୁ କାହିଁକି ଏଠାରେ ନ କରି ୬ କି.ମି. ଦୂରରେ କରାଗଲା ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେନ୍ଦୁଝର ପୌରାଞ୍ଚଳରେ ସ୍ଥାୟୀ ଆଶ୍ରୟୀସ୍ଥଳ ଥିବା ବେଳେ ବଡ଼ବିଲ, ଚମ୍ପୁଆ, ଯୋଡ଼ା, ଆନନ୍ଦପୁର ପୌରାଞ୍ଚଳରେ ମଧ୍ୟ ସ୍ଥାୟୀ ଆଶ୍ରୟସ୍ଥଳୀ ସ୍ଥାପନା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri