Posted inଜାତୀୟ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବର୍ଷେ

ନୂଆଦିଲ୍ଲୀ ,୧୩ା୬: ଗତବର୍ଷ ଜୁନ୍‌ ୧୨ରେ ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ଚଳିତ ଦଶନ୍ଧିରେ ବିଶ୍ୱର ଅନ୍ୟତମ ସବୁଠୁ ଭୟାବହ ବିମାନ ଦୁର୍ଘଟଣା ଥିଲା। ବିମାନଟି ଉଡ଼ାଣ ଆରମ୍ଭ କରିବା ପରେ କିପରି ଖସିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୃତକଙ୍କ ପରିବାର ଏବେ ବି ତଦନ୍ତ ରିପୋର୍ଟକୁ ଚାହିଁ ରହିଛନ୍ତି। ତଦନ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରି ନାହିଁ।
ଯିବାକୁ ଥିବା ଫ୍ଲାଇଟ୍‌ ଏଆଇ୧୭୧ ଅହମଦାବାଦରୁ ଉଡ଼ାଣ ଭରିବାର ଗୋଟିଏ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ଏକ ମେଡିକାଲ କଲେଜ ହଷ୍ଟେଲକୁ ଧକ୍କା ଦେଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନରେ ୧୪୨ ଜଣ ଥିବାବେଳେ ସେମାନଙ୍କ ମଧ୍ୟର ୧୪୧ ଜଣ ଏବଂ ତଳେ ଥିବା ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା। ବୋଇଂ ୭୮୭ ଡ୍ରିମ୍‌ଲାଇନରରେ ଏହା ପ୍ରଥମ ମରଣାନ୍ତକ ଦୁର୍ଘଟଣା ଥିଲା। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେଶନ ବ୍ୟୁରୋ (ଏଏଆଇବି)କୁ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ଦୁର୍ଘଟଣାକୁ ବର୍ଷେ ପୂରିଥିଲେ ମଧ୍ୟ ଏହି ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ରିପୋର୍ଟ ଦେଇନାହିଁ। ତଦନ୍ତକାରୀ ଅଧିକାରୀମାନେ ବିମାନର ଜିଇ ଏରୋସ୍ପେସ୍‌ ଇଞ୍ଜିନ ଏବଂ କଣ୍ଟ୍ରୋ ସିଷ୍ଟମ ଆଦିର ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ଅନୁଧ୍ୟାନ କରୁଥିବାର ତଦନ୍ତ ବିଳମ୍ବିତ ହୋଇଛି। ଆଗାମୀ ୩ ମାସ ମଧ୍ୟରେ ତଦନ୍ତର ସ୍ଥିତି ସମତେ ଏକ ଅନ୍ତରୀଣ ରିପୋର୍ଟ ଦାଖଲ କରାଯିବା ନେଇ ତଦନ୍ତ ସହ ସମ୍ପୃକ୍ତ ଏକ ସୂତ୍ରରୁ କୁହାଯାଇଛି। ଗତବର୍ଷ ପ୍ରକାଶ ପାଇଥିବା ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଥିଲା, ବିମାନ ଉଡ଼ାଣ ଆରମ୍ଭ କରିବା ପରେ ପରେ ଇଞ୍ଜିନର ୨ଟି ଯାକ ଇନ୍ଧନ ନିୟନ୍ତ୍ରଣ ସୁଇଚ୍‌ ସ୍ବତଃ ‘ରନ୍‌’ ସ୍ଥିତିରୁ ‘କଟ୍‌ଅଫ୍‌’ ସ୍ଥିତିକୁ ପରିବର୍ତ୍ତନ ହୋଇଯାଇଥିଲା। ଇଞ୍ଜିନ୍‌କୁ ଇନ୍ଧନ ନ ଯିବାରୁ ଏହାର ଶକ୍ତି ବିପର୍ଯ୍ୟୟ ଭାବେ ହ୍ରାସ ପାଇଥିଲା। ତେବେ ସୁଇଚ୍‌ରେ ପରିବର୍ତ୍ତନ ପାଇଁ ପ୍ରାରମ୍ଭିକ ରିପୋର୍ଟରେ କାହାକୁ ଦାୟୀ କରାଯାଇ ନ ଥିଲା କି ସୁଇଚ୍‌ ସ୍ଥିତି କ’ଣ ପାଇଁ ବଦଳିଲା, ସେ ନେଇ ମଧ୍ୟ କୌଣସି ସୂଚନା ଦିଆଯାଇ ନ ଥିଲା। ତଦନ୍ତ ସମ୍ପୂର୍ଣ୍ଣ ନ ହେବା ଯାଏ, କୌଣସି ଚୂଡ଼ାନ୍ତ ନିଷ୍କର୍ଷରେ ନ ପହଞ୍ଚତ୍ବାକୁ କର୍ତ୍ତୃପକ୍ଷ ବାରମ୍ବାର ସତର୍କ କରାଇଆସୁଛନ୍ତି।
ତଦନ୍ତ ପ୍ରକ୍ରିୟାରେ ଅତ୍ୟଧିକ ବିଳମ୍ବ ହେଉଥିବାରୁ ବହୁ କଳ୍ପନାଜଳ୍ପନା ଓ ମତାନ୍ତର ସୃଷ୍ଟି ହୋଇଛି, ଯେଉଁଥିରେ ଯାନ୍ତ୍ରିକ ତ୍ରୁଟିଠାରୁ ଆରମ୍ଭ କରି ମାନବୀୟ ତ୍ରୁଟି ପର୍ଯ୍ୟନ୍ତ ବହୁ କାରଣକୁ ଦାୟୀ କରାଯାଉଛି। ତଦନ୍ତ ସମ୍ପୂର୍ଣ୍ଣ ନ ହୋଇ ଅଧୁରା ରିପୋର୍ଟ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଓ ଭୁଲ୍‌ ବୁଝାମଣା ସୃଷ୍ଟି କରିପାରେ ବୋଲି ଦର୍ଶାଇ ଫେଡେରେଶନ ଅଫ୍‌ ଇଣ୍ଡିଆ ପାଇଲଟ୍ସ ଚଳିତ ସପ୍ତାହରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିଲା। କୌଣସି ପ୍ରକାର ଅନ୍ତରୀଣ ରିପୋର୍ଟ ଜାରି ନ କରିବାକୁ ଫେଡେରେଶନ କହିଥିଲା। ଟାଟା ଗ୍ରୁପ୍‌ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପରେ ଏହା ଉକ୍ତ ଏୟାରଲାଇନ୍ସ ପାଇଁ ସବୁଠୁ ବଡ଼ ସଙ୍କଟ ସୃଷ୍ଟି କରିଥିଲା। ଦୁର୍ଘଟଣାର ବର୍ଷ ପୂର୍ତ୍ତି ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଶୁକ୍ରବାର କହିଛନ୍ତି, ଜାତୀୟ ଏବଂ ଅନ୍ତର୍ଜାତୀୟ ନିୟମାବଳୀ ଅନୁଯାୟୀ ନିଷ୍ଠା ଓ ପେସାଦାରୀ ଭାବେ ଦୁର୍ଘଟଣାର ତଦନ୍ତ କରାଯାଉଛି। ଆମେ ଦୁର୍ଘଟଣାର କାରଣଗୁଡ଼ିକର ପୁଙ୍ଖାନୁପୁଙ୍ଖ ଏବଂ ନିରପେକ୍ଷ ନିର୍ଣ୍ଣୟ ତଥା ବିମାନ ଚଳାଚଳ ନିରାପତ୍ତାକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ ବୋଲି ମନ୍ତ୍ରୀ କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?