ନୂଆଦିଲ୍ଲୀ, ୮ା୧୧(ପି.ଟି): ଭାରତୀୟ ବାୟୁସେନାର ଆଇଏଲ୍-୭୬ଏମ୍ଡି ‘ଗଜରାଜ’ ପୂର୍ବ ଲଦାଖର ନ୍ୟୋମା ଏୟାର ବେସ୍ରେ ୧୩,୬୦୦ ଫୁଟରୁ ଅଧିକ ଉଚ୍ଚତାରେ ସଫଳତାର ସହ ଅବତରଣ କରି ଐତିହାସିକ ସଫଳତା ହାସଲ କରିଛି। ବିଶ୍ୱର ଯେକୌଣସି ସ୍ଥାନରେ ବିମାନ ଦ୍ୱାରା କରାଯାଇଥିବା ସର୍ବୋଚ୍ଚ ଉଚ୍ଚତାର ଅବତରଣ। ଏହି ଏୟାର ବେସ ଏଲ୍ଏସିଠାରୁ ୨୫ କିଲୋମିଟର ଦୂର। କ୍ରିଉ ସଦସ୍ୟଙ୍କ ‘ଅସାଧାରଣ ଦକ୍ଷତା, ସଠିକତା ଏବଂ ବୃତ୍ତିଗତ ମନୋଭାବ’ ଦ୍ୱାରା ଏହି ଅବତରଣ ସମ୍ଭବ ହୋଇଛି। ଏହି ଅବତରଣ ଏକ ମାଇଲଖୁଣ୍ଟ ଯାହା ଭାରତର ରଣନୀତିକ ଏୟାରଲିଫ୍ଟ କ୍ଷମତାକୁ ଅଧିକ ମଜଭୁତ କରୁଛି। ୧୩,୬୨୯ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ଏୟାର୍ବେସ୍ ଗତବର୍ଷ ନଭେମ୍ବରରେ କାର୍ଯ୍ୟକ୍ଷମ ହୋଇଥିଲା।

