ଏଇ ଭାରତରେ

ପରିବେଶ ପ୍ରଦୂଷଣ ରୋକିବାରେ ରାଜସ୍ଥାନରେ ଜଣେ ଚା’ ବିକାଳିଙ୍କ ପ୍ରୟାସ ପ୍ରଶଂସନୀୟ। ଯେଉଁମାନେ ତାଙ୍କ ଦୋକାନକୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ଆଣୁଛନ୍ତି, ସେମାନଙ୍କୁ ସେ ଚା’ ଓ ଜଳଖିଆ ମାଗଣାରେ ଦେଉଛନ୍ତି। ସେହି ଚା’ ଦୋକାନୀ ହେଉଛନ୍ତି ଭାଗା ସିଂ। ଭାଗାଙ୍କ ବୟସ ୩୧। ରାଜସ୍ଥାନର କୁମ୍ଭଗଡ଼ ଦୁର୍ଗ ନିକଟରେ ତାଙ୍କ ଦୋକାନ। ଭାଗା ରୁହନ୍ତି ଦୁର୍ଗ ନିକଟସ୍ଥ କେଲଓ୍ବାରା ଗଁାରେ। ଆର୍ଥିକ ଅନଟନରୁ ସେ ୮ମ ଶ୍ରେଣୀ ଯାଏ ପଢ଼ିଛନ୍ତି ଏବଂ ୧୨ ବର୍ଷ ହେଲା ଚା’ ବିକ୍ରି କରୁଛନ୍ତି। ଏହି ଦୋକାନ ରୋଜଗାରରେ ସେ ତାଙ୍କ ଦିବ୍ୟାଙ୍ଗ ପିତାଙ୍କ ସହ ୫ ଜଣ ପରିବାର ସଦସ୍ୟଙ୍କ ଭରଣପୋଷଣ କରୁଛନ୍ତି। କୁମ୍ଭଗଡ଼ ଦୁର୍ଗର ପାଚେରି ୩୬ କି.ମି. ଓ ଏହା ଚାଇନା ଓ୍ବାଲ୍‌ ପରେ ବିଶ୍ୱର ଦ୍ୱିତୀୟ ଦୀର୍ଘତମ। ପ୍ରତିଦିନ ସେଠାକୁ ବହୁ ପର୍ଯ୍ୟଟକ ଅସିଥା’ନ୍ତି। ତେବେ ସେଠାକାର ପରିବେଶକୁ ସ୍ବଚ୍ଛ ରଖିବା ଲାଗି ଭାଗା ଡିସେମ୍ବର ୨୦୨୨ରୁ ଏହି ବ୍ୟବସ୍ଥା ଖଞ୍ଜିଛନ୍ତି ଓ ମାସକ ଭିତରେ ୫୦ କେ.ଜି. ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରିିଛନ୍ତି। ୧ କେ.ଜି. ପ୍ଲାଷ୍ଟିକ ବର୍ଜ୍ୟ ଦେଲେ ସେ ଚା’ ସହ ସିଙ୍ଗଡ଼ା ବି ଦେଉଛନ୍ତି। ଭାଗା ଦୋକାନ ଆଗରେ ଲେଖିଛନ୍ତି- ପ୍ଲାଷ୍ଟିକ୍‌ ଦିଅ, ଚା’ ପିଅ। ସେ ଲୋକଙ୍କଠାରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରି ବର୍ଜ୍ୟ ସଂଗ୍ରହକାରୀଙ୍କୁ ଦେଉଛନ୍ତି। ସେଥିରୁ ଲାଭ ଆଶା ନ ରଖି କେବଳ ପରିବେଶକୁ ପ୍ଲାଷ୍ଟିକମୁକ୍ତ କରିବାକୁ ଚାହଁୁଛନ୍ତି ବୋଲି କହନ୍ତି ଭାଗା। କେବଳ ଏତିକି ନୁହେଁ, ସେ ତାଙ୍କ ଗଁାରେ ସ୍ବଚ୍ଛ ପରିମଳ ପାଇଁ ୧୦୦-୧୫୦ ଘରେ ପାଇଖାନା କରିବାକୁ ସାହାଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri