‘ଯାତ୍ରା ଗୀତ ଲେଖିବା କଷ୍ଟକର’

ଜଗତ୍‌ସିଂହପୁର ଅଫିସ,୨୨।୧: ‘ଚିରିଦେବା ଆଗରୁ ଚିଠି ଥରେ ପଢ଼ି ଦେଖ, ଭୁଲିଯିବା ଆଗରୁ ଆଉଥରେ ଭାବି ଦେଖ’, ଏହି ଲୋକାଦୃତ ସଙ୍ଗୀତ ଯେତେବେଳେ ଛକ, ବଜାରରେ ବାଜିଉଠେ ସେତେବେଳେ ଯାଉଥିବା ଲୋକଟିର ପାଦ ଆପେ ଆପେ ସ୍ଥିର ହୋଇଯାଏ। ଏହି କବିତାର ଲେଖକ ହେଉଛନ୍ତି ଓଡ଼ିଶାର ସୁନାମଧନ୍ୟ ଗୀତିକାର ତଥା ଜଗତ୍‌ସିଂହପୁର ମାଟିର ଗର୍ବ ଅରୁଣ ମନ୍ତ୍ରୀ। ଶନିବାର ୨୪ତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ଉଦ୍‌ଯାପନୀ ସନ୍ଧ୍ୟାରେ ଅନୁଷ୍ଠିତ ସାହିତ୍ୟ ଆସରରେ ମନ୍ତ୍ରୀ ଯୋଗଦେଇ କବିତାଟି କେଉଁ ପରିସ୍ଥିତିରେ ସୃଷ୍ଟି ହୋଇଥିଲା, ତା’ଉପରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ଏକଦା ଗାଁରେ ଥିବାବେଳେ ଘରେ ଖାଉଥିଲେ। ପାଖରେ କାଚଗ୍ଲାସରେ ପାଣି ଥିଲା। କୌଣସି କାରଣରୁ ସେ କ୍ରୋଧାନ୍ବିତ ହୋଇ କାଚଗ୍ଲାସ୍‌ଟିକୁ ଭାଙ୍ଗି ଦେଇଥିଲେ। ତାଙ୍କର ଏତାଦୃଶ ଆଚରଣ ଦେଖି ବୋଉ ଗ୍ଲାସ୍‌ଟି ଭାଙ୍ଗିଦେଲୁ, ଗଢ଼ିପାରିବୁ କି ବୋଲି ପ୍ରଶ୍ନ କରିଥିଲେ। ଏହି କଥାଟି ତାଙ୍କ ହୃଦୟକୁ ଛୁଇଁଥିଲା ଏବଂ ତା’ପରେ କବିତାଟି ରଚନା କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି। କେବଳ ଏତିକି ନୁହେଁ, ସେହିପରି ‘ମୁଁ ଜୀବନେ କରିଛି ଅନେକ ଲାଭ, ବେପାର ନୁହେଁ କି ବଣିଜ ନୁହଁ, ମତେ ତ ମିଳିଛି କାଳିଆ ଭାବ। ହଁ ମୁଁ ଜୀବନେ କରିଛି ଅନେକ ଗର୍ବ, ଯଶରେ ନୁହେଁ କି ମାନରେ ନୁହଁ, ମୋର ବନ୍ଧୁ ତ କଳାମାଧବ’ ଆଦି କବିତା ବେଶ୍‌ ହୃଦୟସ୍ପର୍ଶୀ ହୋଇଛି। ଏହାଛଡ଼ା ଅନ୍ୟାନ୍ୟ କବିତାର ସୃଷ୍ଟି ଉପରେ ମଧ୍ୟ ମନ୍ତ୍ରୀ ଅନେକ କିଛି ମତ ରଖିଥିଲେ। ତେବେ ଜଣେ ଗୀତିକାର ପାଇଁ ଯାତ୍ରା ଗୀତ ଲେଖିବା କଷ୍ଟକର ବୋଲି ସେ ମତ ରଖିଥିଲେ । କାରଣ ସେଇଠି ଜହ୍ନ ସେଇଠି ତାରା, ସେଇଠି ଛାଇ ସେଇଠି ଖରା ସବୁକିଛି ନିଜ ଭିତରେ ଦେଖିବାକୁ ପଡ଼େ । ୩/୪ ଘଣ୍ଟାର ନାଟକ ପାଇଁ ୩ ମିନିଟ୍‌ର ଗୀତ ଲେଖିବା କଷ୍ଟକର। ଯଦି କେହି ସେଥିରୁ ପାର ହୋଇଯାନ୍ତି ତେବେ ଆଉ ସେଭଳି କିଛି କଷ୍ଟ ଲାଗିବ ନାହିଁ ବୋଲି କହିଥିଲେ। ଏହି ଅବସରରେ ସେ ଜନ୍ମମାଟିର ଗୁଣଗାନ କରିଥିଲେ। ତାଙ୍କ ସହ ଉପସ୍ଥିତ ଥିଲେ ଜିଲାର ଅନ୍ୟତମ ଗର୍ବ ତଥା କବି ଡା. ଶୁଭ ଦାଶ। ସେ ଅତି ସୁନ୍ଦର ଭାବେ କବିତାଗୁଡିକୁ ଆବୃତ୍ତି କରି ଉପସ୍ଥିତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ। ଜଗତ୍‌ସିଂହପୁର ସାଂସ୍କୃତିକ ପରିଷଦର ସମ୍ପାଦକ ସାରଦା ଦାସ ମଞ୍ଚ ପରିଚାଳନା କରିଥିଲେ। ଦୀର୍ଘସମୟ ଧରି ଚାଲିଥିବା ଆସରରେ କମ୍‌ ସଂଖ୍ୟାରେ ଲୋକଙ୍କ ଉପସ୍ଥିତି ଥିଲେ ସୁଦ୍ଧା ସାରଗର୍ଭକ ଆଲୋଚନା ନିଆରା ପରିବେଶ ସୃଷ୍ଟି କରିଥିଲା। ଅନ୍ୟପଟେ ଦିନବେଳା ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଔପନ୍ୟାସିକ ଭାଗୀରଥି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିନା ସଂଗ୍ରାମରେ ଜୀବନର କିଛି ମାନେ ନ ଥିବା କହିଥିଲେ। ସେ ନିଜ ଅତୀତକୁ ମନେପକାଇ କହିଥିଲେ, ଯେତେବେଳେ ପ୍ରଥମେ ଲେଖା ଆରମ୍ଭ କରିଥିଲେ ସେତେବେଳେ ତାହା ପ୍ରକାଶ ପାଇଁ କୌଣସି ପ୍ରକାଶକ ଆଗ୍ରହ ପ୍ରକାଶ କରୁ ନ ଥିଲେ। ଏପରି କି ୧୯୬୯ରେ ଜଣେ ପ୍ରକାଶକ ଲେଖା ଫୋପାଡି ଦେଇଥିଲେ। ଏହାଦ୍ୱାରା ମନରେ ନିରାଶା ଭାବ ସୃଷ୍ଟି ହୋଇଥିଲା। ଆଉ ନ ଲେଖିବା ପାଇଁ ମନସ୍ଥ କରିଥିଲେ। ଫେରିଲା ବେଳେ ଜଣେ ପ୍ରକାଶକ ପଇସା ଦେଲେ ଛାପିଦେବେ ବୋଲି କହିଥିଲେ। ମାତ୍ର ସେତେବେଳେ ଅର୍ଥାଭାବ କାରଣରୁ ବହି ଛାପିବା ସମ୍ଭବ ହେଲାନି। ସହଧର୍ମିଣୀ ମନଦୁଃଖ ଦେଖି ଗହଣା ବିକି ବହି ଛାପିବାକୁ ଉତ୍ସାହିତ କରିଥିଲେ। ସେବେଠାରୁ ଆଉ ପଛକୁ ଅନାଇ ନାହାନ୍ତି। ଏଥିମଧ୍ୟରେ ୫୦୦ ଉପନ୍ୟାସ, ୪୦ ଯାତ୍ରା ନାଟକ ଓ ୩୦ ଚଳଚ୍ଚିତ୍ରର କାହାଣୀ ରଚନା କରିସାରିଲେଣି। ତେଣୁ ଜୀବନଟା ହେଉଛି ସଂଗ୍ରାମ। ବିନା ସଂଗ୍ରାମରେ ଜୀବନର କିଛି ମାନେ ନାହିଁ ବୋଲି ଦାଶ କହିଛନ୍ତି। ଏହି ଅବସରରେ ସୁନାମଧନ୍ୟ ନାଟ୍ୟକାର କୈଳାସ ମଲ୍ଲିକ ଶିଶୁ କବିତା ଲେଖା କମି ଯାଉଥିବାରୁ ଦୁଃଖ ପ୍ରକାଶ କରିଥିଲେ। କବିତା ପାଠ ଆସରରେ ଅନେକ କବି ସେମାନଙ୍କ କବିତା ପାଠ କରିଥିଲେ। ଅମରଜ୍ୟୋତି ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆସରରେ ଅନ୍ୟତମ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ନାଗମଣି କର ତାଙ୍କ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ପରିଷଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri