‘ଯାତ୍ରା ଗୀତ ଲେଖିବା କଷ୍ଟକର’

ଜଗତ୍‌ସିଂହପୁର ଅଫିସ,୨୨।୧: ‘ଚିରିଦେବା ଆଗରୁ ଚିଠି ଥରେ ପଢ଼ି ଦେଖ, ଭୁଲିଯିବା ଆଗରୁ ଆଉଥରେ ଭାବି ଦେଖ’, ଏହି ଲୋକାଦୃତ ସଙ୍ଗୀତ ଯେତେବେଳେ ଛକ, ବଜାରରେ ବାଜିଉଠେ ସେତେବେଳେ ଯାଉଥିବା ଲୋକଟିର ପାଦ ଆପେ ଆପେ ସ୍ଥିର ହୋଇଯାଏ। ଏହି କବିତାର ଲେଖକ ହେଉଛନ୍ତି ଓଡ଼ିଶାର ସୁନାମଧନ୍ୟ ଗୀତିକାର ତଥା ଜଗତ୍‌ସିଂହପୁର ମାଟିର ଗର୍ବ ଅରୁଣ ମନ୍ତ୍ରୀ। ଶନିବାର ୨୪ତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ଉଦ୍‌ଯାପନୀ ସନ୍ଧ୍ୟାରେ ଅନୁଷ୍ଠିତ ସାହିତ୍ୟ ଆସରରେ ମନ୍ତ୍ରୀ ଯୋଗଦେଇ କବିତାଟି କେଉଁ ପରିସ୍ଥିତିରେ ସୃଷ୍ଟି ହୋଇଥିଲା, ତା’ଉପରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ଏକଦା ଗାଁରେ ଥିବାବେଳେ ଘରେ ଖାଉଥିଲେ। ପାଖରେ କାଚଗ୍ଲାସରେ ପାଣି ଥିଲା। କୌଣସି କାରଣରୁ ସେ କ୍ରୋଧାନ୍ବିତ ହୋଇ କାଚଗ୍ଲାସ୍‌ଟିକୁ ଭାଙ୍ଗି ଦେଇଥିଲେ। ତାଙ୍କର ଏତାଦୃଶ ଆଚରଣ ଦେଖି ବୋଉ ଗ୍ଲାସ୍‌ଟି ଭାଙ୍ଗିଦେଲୁ, ଗଢ଼ିପାରିବୁ କି ବୋଲି ପ୍ରଶ୍ନ କରିଥିଲେ। ଏହି କଥାଟି ତାଙ୍କ ହୃଦୟକୁ ଛୁଇଁଥିଲା ଏବଂ ତା’ପରେ କବିତାଟି ରଚନା କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି। କେବଳ ଏତିକି ନୁହେଁ, ସେହିପରି ‘ମୁଁ ଜୀବନେ କରିଛି ଅନେକ ଲାଭ, ବେପାର ନୁହେଁ କି ବଣିଜ ନୁହଁ, ମତେ ତ ମିଳିଛି କାଳିଆ ଭାବ। ହଁ ମୁଁ ଜୀବନେ କରିଛି ଅନେକ ଗର୍ବ, ଯଶରେ ନୁହେଁ କି ମାନରେ ନୁହଁ, ମୋର ବନ୍ଧୁ ତ କଳାମାଧବ’ ଆଦି କବିତା ବେଶ୍‌ ହୃଦୟସ୍ପର୍ଶୀ ହୋଇଛି। ଏହାଛଡ଼ା ଅନ୍ୟାନ୍ୟ କବିତାର ସୃଷ୍ଟି ଉପରେ ମଧ୍ୟ ମନ୍ତ୍ରୀ ଅନେକ କିଛି ମତ ରଖିଥିଲେ। ତେବେ ଜଣେ ଗୀତିକାର ପାଇଁ ଯାତ୍ରା ଗୀତ ଲେଖିବା କଷ୍ଟକର ବୋଲି ସେ ମତ ରଖିଥିଲେ । କାରଣ ସେଇଠି ଜହ୍ନ ସେଇଠି ତାରା, ସେଇଠି ଛାଇ ସେଇଠି ଖରା ସବୁକିଛି ନିଜ ଭିତରେ ଦେଖିବାକୁ ପଡ଼େ । ୩/୪ ଘଣ୍ଟାର ନାଟକ ପାଇଁ ୩ ମିନିଟ୍‌ର ଗୀତ ଲେଖିବା କଷ୍ଟକର। ଯଦି କେହି ସେଥିରୁ ପାର ହୋଇଯାନ୍ତି ତେବେ ଆଉ ସେଭଳି କିଛି କଷ୍ଟ ଲାଗିବ ନାହିଁ ବୋଲି କହିଥିଲେ। ଏହି ଅବସରରେ ସେ ଜନ୍ମମାଟିର ଗୁଣଗାନ କରିଥିଲେ। ତାଙ୍କ ସହ ଉପସ୍ଥିତ ଥିଲେ ଜିଲାର ଅନ୍ୟତମ ଗର୍ବ ତଥା କବି ଡା. ଶୁଭ ଦାଶ। ସେ ଅତି ସୁନ୍ଦର ଭାବେ କବିତାଗୁଡିକୁ ଆବୃତ୍ତି କରି ଉପସ୍ଥିତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ। ଜଗତ୍‌ସିଂହପୁର ସାଂସ୍କୃତିକ ପରିଷଦର ସମ୍ପାଦକ ସାରଦା ଦାସ ମଞ୍ଚ ପରିଚାଳନା କରିଥିଲେ। ଦୀର୍ଘସମୟ ଧରି ଚାଲିଥିବା ଆସରରେ କମ୍‌ ସଂଖ୍ୟାରେ ଲୋକଙ୍କ ଉପସ୍ଥିତି ଥିଲେ ସୁଦ୍ଧା ସାରଗର୍ଭକ ଆଲୋଚନା ନିଆରା ପରିବେଶ ସୃଷ୍ଟି କରିଥିଲା। ଅନ୍ୟପଟେ ଦିନବେଳା ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଔପନ୍ୟାସିକ ଭାଗୀରଥି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିନା ସଂଗ୍ରାମରେ ଜୀବନର କିଛି ମାନେ ନ ଥିବା କହିଥିଲେ। ସେ ନିଜ ଅତୀତକୁ ମନେପକାଇ କହିଥିଲେ, ଯେତେବେଳେ ପ୍ରଥମେ ଲେଖା ଆରମ୍ଭ କରିଥିଲେ ସେତେବେଳେ ତାହା ପ୍ରକାଶ ପାଇଁ କୌଣସି ପ୍ରକାଶକ ଆଗ୍ରହ ପ୍ରକାଶ କରୁ ନ ଥିଲେ। ଏପରି କି ୧୯୬୯ରେ ଜଣେ ପ୍ରକାଶକ ଲେଖା ଫୋପାଡି ଦେଇଥିଲେ। ଏହାଦ୍ୱାରା ମନରେ ନିରାଶା ଭାବ ସୃଷ୍ଟି ହୋଇଥିଲା। ଆଉ ନ ଲେଖିବା ପାଇଁ ମନସ୍ଥ କରିଥିଲେ। ଫେରିଲା ବେଳେ ଜଣେ ପ୍ରକାଶକ ପଇସା ଦେଲେ ଛାପିଦେବେ ବୋଲି କହିଥିଲେ। ମାତ୍ର ସେତେବେଳେ ଅର୍ଥାଭାବ କାରଣରୁ ବହି ଛାପିବା ସମ୍ଭବ ହେଲାନି। ସହଧର୍ମିଣୀ ମନଦୁଃଖ ଦେଖି ଗହଣା ବିକି ବହି ଛାପିବାକୁ ଉତ୍ସାହିତ କରିଥିଲେ। ସେବେଠାରୁ ଆଉ ପଛକୁ ଅନାଇ ନାହାନ୍ତି। ଏଥିମଧ୍ୟରେ ୫୦୦ ଉପନ୍ୟାସ, ୪୦ ଯାତ୍ରା ନାଟକ ଓ ୩୦ ଚଳଚ୍ଚିତ୍ରର କାହାଣୀ ରଚନା କରିସାରିଲେଣି। ତେଣୁ ଜୀବନଟା ହେଉଛି ସଂଗ୍ରାମ। ବିନା ସଂଗ୍ରାମରେ ଜୀବନର କିଛି ମାନେ ନାହିଁ ବୋଲି ଦାଶ କହିଛନ୍ତି। ଏହି ଅବସରରେ ସୁନାମଧନ୍ୟ ନାଟ୍ୟକାର କୈଳାସ ମଲ୍ଲିକ ଶିଶୁ କବିତା ଲେଖା କମି ଯାଉଥିବାରୁ ଦୁଃଖ ପ୍ରକାଶ କରିଥିଲେ। କବିତା ପାଠ ଆସରରେ ଅନେକ କବି ସେମାନଙ୍କ କବିତା ପାଠ କରିଥିଲେ। ଅମରଜ୍ୟୋତି ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆସରରେ ଅନ୍ୟତମ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ନାଗମଣି କର ତାଙ୍କ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ପରିଷଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?