ଟ୍ରାଇ କଲର୍‌ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ନିଜେ ଓ ନିଜ ଘରକୁ ଦିଅନ୍ତୁ ଟ୍ରାଇ କଲର୍‌ ଲୁକ୍‌…

* ଟ୍ରାଇ କଲର୍‌ ଶାଢି: ଏଭଳି ଏକ ବିଶେଷ ଦିନରେ ଟ୍ରାଇ୍‌ କଲର୍‌ ଥିମ୍‌ବାଲା ରେଡିମେଡ୍‌ ଶାଢି ପିନ୍ଧି ଅତି ସହଜରେ ଆକର୍ଷଣୀୟ ଲୁକ୍‌ ପାଇହେବ। ଯଦି ଆପଣଙ୍କର ଏଭଳି ଶାଢି ପିନ୍ଧିବା ପସନ୍ଦ ନୁହେଁ, ତା’ହେଲେ ଧଳା ରଙ୍ଗର ଶାଢି ସହ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ବ୍ଲାଉଜ୍‌କୁ ମ୍ୟାଚିଂ କରି ପିନ୍ଧି ଏହି ଅବସରରେ ଡିଫରେଣ୍ଟ ଲୁକ୍‌ ପାଇପାରିବେ।

* ସାଲଓ୍ବାର୍‌ରେ ଟ୍ରାଇ କଲର୍‌ ଲୁକ୍‌: ଧଳା ରଙ୍ଗର ସାଲଓ୍ବାର୍‌ ସାଙ୍ଗକୁ ଟ୍ରାଇ କଲର୍‌ ଥିମ୍‌ ବାଲା ଦୁପଟ୍ଟା ବା ଚୁନି ପକାଇ ବି ଆରାମରେ ଟ୍ରାଇ କଲର୍‌ ଲୁକ୍‌ ପାଇହେବ। ଯଦି ଟ୍ରାଇ କଲର୍‌ ଦୁପଟ୍ଟା ଆପଣଙ୍କର ପସନ୍ଦ ନୁହେଁ ତା’ହେଲେ ଧଳା ରଙ୍ଗର ସାଲଓ୍ବାର୍‌ ଉପରେ କେବଳ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଦୁପଟ୍ଟା ବି ପକାଇ ପାଇପାରିବେ।

* ଟ୍ରାଇ କଲର୍‌ ଆସେସରିଜ୍‌: ଶାଢି ହେଉ ଅବା ସାଲଓ୍ବାର୍‌ ଶୁଟ୍‌ ସହିତ ଯଦି ମ୍ୟାଚିଂ କରି ଚୁଡ଼ି, ଇୟର ରିଂ ଓ ବିନ୍ଦି ପିନ୍ଧାଯାଏ ତା’ହେଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ବିଶେଷକରି ସାଧାରଣତନ୍ତ୍ର ଦିବସ ଭଳି ଖାସ୍‌ ଦିନରେ ଯଦି ଟ୍ରାଇ କଲର୍‌ ଥିମ୍‌ ବାଲା ଫ୍ୟାଶନ ଆସେସରିଜ୍‌କୁ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧାଯାଏ, ତା’ହେଲେ ତ ଟ୍ରାଇ କଲର୍‌ ଲୁକ୍‌ ବେଶ୍‌ ଆରାମରେ ମିଳିଯାଏ।

* ଟ୍ରାଇ କଲର୍‌ ନେଲ୍‌ଆର୍ଟ: ଟ୍ରାଇ କଲର୍‌ ନେଲ୍‌ଆର୍ଟର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ବିଶେଷକରି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଷ୍ଟ୍ରାଇପ୍‌, ଭର୍ଟିକାଲ୍‌, ହରାଇଜଣ୍ଟାଲ୍‌, ଫ୍ଲୋରାଲ୍‌, ଡଟେଡ୍‌, ନେଚର୍‌ ଥିମ୍‌ବାଲା ଟ୍ରାଇ କଲର୍‌ ନେଲ୍‌ ଆର୍ଟ ଯୁବତୀଙ୍କୁ ଭିନ୍ନ ଲୁକ୍‌ ଦେଇଥାଏ।

* ମେକ୍‌ଅପ୍‌ରେ ଦେଶୀ ଲୁକ୍‌: ଏଭଳି ଏକ ବିଶେଷ ଦିନରେ ଟିକେ ଡିଫରେଣ୍ଟ ଲୁକ୍‌ ପାଇବା ପାଇଁ ଯୁବତୀମାନେ ଚାହିଁଲେ ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ଆଖିରେ ଟ୍ରାଇ କଲର୍‌ର ଆଇଶାଡୋ ଲଗାଇପାରିବେ। ନଚେତ୍‌ ଗାଲରେ ଟ୍ରାଇ କଲର୍‌ର ଆର୍ଟିଫିସିଆଲ୍‌ ଷ୍ଟିକର୍‌ ଟାଟୁ ବି ଲଗାଇପାରିବେ। କେଶକୁ ବି ଚାହିଁଲେ ଟ୍ରାଇ କଲର୍‌ କରି ଭିନ୍ନ ଲୁକ୍‌ ପାଇପାରିବେ।

* ଘରର ସାଜସଜ୍ଜାରେ ଟ୍ରାଇ କଲର୍‌: କେବଳ ନିଜକୁ ନୁହେଁ ଏହିଦିନ ଘରକୁ ବି ଟ୍ରାଇ କଲର୍‌ ଥିମ୍‌ରେ ସଜାଇ ଭିନ୍ନ ଲୁକ୍‌ ଦେଇପାରିବେ। ଯେମିତିକି, ତ୍ରିରଙ୍ଗାର ତିନୋଟି ରଙ୍ଗକୁ ମ୍ୟାଚ୍‌ କଲା ଭଳି ବେଲୁନ୍‌ କିଣି ଘରକୁ ସଜାଇପାରିବେ। ନଚେତ୍‌ ତ୍ରିରଙ୍ଗାର ତିନି ରଙ୍ଗକୁ ମ୍ୟାଚ୍‌ କଲା ଭଳି ରଙ୍ଗୀନ କାଗଜକୁ ବିଭିନ୍ନ ଡିଜାଇନ୍‌ର ଫୁଲ ହେଉ ଅବା ପ୍ରଜାପତି ଶେପ୍‌ରେ କାଟି ତାହାକୁ କାନ୍ଥରେ ଟାଙ୍ଗି ମଧ୍ୟ ଘରକୁ ଭିନ୍ନ ଲୁକ୍‌ ଦେଇପାରିବେ। ଘରର କାନ୍ଥ ହେଉ ଅବା ପିଲାଙ୍କ ଷ୍ଟଡି ଟେବୁଲ୍‌ରେ ଛୋଟ ଛୋଟ ତ୍ରିରଙ୍ଗା ଲଗାଇ ବି ଘରକୁ ଭିନ୍ନ ଲୁକ୍‌ ଦେଇହେବ। ବେଡ୍‌ରୁମ୍‌ର ସାଜସଜ୍ଜା ପାଇଁ ଆପଣ ଚାହିଁଲେ ନାରଙ୍ଗୀ, ଧଳା ତଥା ସବୁଜ ରଙ୍ଗର ଡୋର୍‌ ସ୍କ୍ରିନ୍‌ ଲଗାଇ ରୁମ୍‌କୁ ଡେକୋରେଟ୍‌ କରିପାରିବେ। ସେହିପରି ସୋଫା ହେଉ ଅବା କୁସନ୍‌ରେ ତ୍ରିରଙ୍ଗା ରଙ୍ଗକୁ ମ୍ୟାଚ୍‌ କଲା ଭଳି ଭିନ୍ନ ଭିନ୍ନ ରଙ୍ଗର କଭର୍‌ କିଣି ଭିନ୍ନ ଲୁକ୍‌ ଦେଇପାରିବେ। ଆପଣ ଚାହିଁଲେ ଟ୍ରାଇ କଲର୍‌ ଥିମ୍‌ର ଫୁଲକୁଣ୍ଡ ଆଣି ତାହାକୁ ଫୁଲ ଦ୍ୱାରା ସଜାଇ ପାରିବେ ନଚେତ୍‌ ସେଥିରେ କିଛିଟା ଇଣ୍ଡୋର ପ୍ଲାଣ୍ଟ ବି ଲଗାଇ ଘରକୁ ଭିନ୍ନ ଲୁକ୍‌ ଦେଇପାରିବେ। ଏସବୁବାଦ୍‌ ରଙ୍ଗୋଲୀ ଦ୍ୱାରା ବି ସାଧାରଣତନ୍ତ୍ର ଦିବସରେ ଘରକୁ ଆକର୍ଷଣୀୟ ଲୁକ୍‌ ଦେଇହେବ। ଟ୍ରାଇ କଲର୍‌ ଥିମ୍‌ରେ ଘରର ବିଭିନ୍ନ ସ୍ଥାନରେ ଖୁବ୍‌ ସୁନ୍ଦର ସୁନ୍ଦର ଝୋଟି କରି ଘରକୁ ସୁନ୍ଦର ଭାବେ ସଜାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri