ପୁଣି ଅଡୁଆରେ ଜଳସମ୍ପଦ ବିଭାଗ :ବ୍ରିଜ ନିର୍ମାଣରେ ତ୍ରୁଟି ଅଭିଯୋଗ, ତେଜିଲା ଅସନ୍ତୋଷ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଥିବା କାର୍ଯ୍ୟ) ନିର୍ମାଣରେ ଅନିୟମିତତା ଧରାପଡ଼ି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ ହେବା ଘଟଣାକୁ ନେଇ ଚର୍ଚ୍ଚା ନ ଥମୁଣୁ ବର୍ତ୍ତମାନ ଏହି କେନାଲର ପୁରୁଣା ରିଜର୍ଭ ପୋଲିସ ପାଖରେ ନିର୍ମାଣାଧୀନ ଏକ ବ୍ରିଜ୍‌ ନିର୍ମାଣକୁ ନେଇ ପୁଣିଥରେ ଏହି ବିଭାଗ ବିବାଦୀୟ ସ୍ଥିତିରେ ଛନ୍ଦି ହୋଇଯାଇଛି। ବ୍ରିଜ ନିର୍ମାଣର ସ୍ଥାନ ନିରୂପଣରେ ତ୍ରୁଟି ରହିବା ସହିତ ଏଥିରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି। ତେବେ ବ୍ରିଜ ନିର୍ମାଣସ୍ଥଳ ପରିଦର୍ଶନ ସହିତ ସେ ଦିଗରେ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଆଦିତ୍ୟ ଗୋୟଲ କହିଛନ୍ତି।
ସୂଚନା ଅନୁଯାୟୀ, ବରଗଡ଼-ଭେଡ଼େନ ରାସ୍ତାପାର୍ଶ୍ୱ ପୁରୁଣା ରିଜର୍ଭ ପୋଲିସ ନିକଟରେ ଏହି କେନାଲ ପରେ ଏକ ପୁରୁଣା ବ୍ରିଜ ରହିଛି ଏବଂ ତାହା ସେଠାରୁ ଗୋବିନ୍ଦପାଲି ଦେଇ ବରଗଡ଼ ସହରକୁ ସଂଯୋଗ କରୁଛି। ଏହାସହିତ ସେହି ବ୍ରିଜ ଦେଇ ବରଗଡ଼ ସହର ଲୋକେ ଭେଡ଼େନ ରାସ୍ତାକୁ ଆସିବା ସହିତ ତୋରା, ଅଡ଼ଗାଁ ଆଦି ଅଞ୍ଚଳକୁ ଯାତାୟାତ କରିଥାନ୍ତି। ଏହା ସହିତ କେନାଲ ପାର୍ଶ୍ୱରେ ବ୍ୟବସାୟିକ ଗୋଦାମ ଗୃହ ମଧ୍ୟ ରହିଛି। ତେବେ ସେହି ପୁରୁଣା ବ୍ରିଜ୍‌ଟି ସଂକୁଚିତ ଏବଂ ଦୁର୍ବଳ ହୋଇ ପଡ଼ିବାରୁ ତା’ର ପାଖାପାଖି ଉପଯୁକ୍ତ ସ୍ଥାନରେ ଏକ ପ୍ରଶସ୍ତ ବ୍ରିଜ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ଏବଂ ସେହି ପ୍ରସ୍ତାବ ଅନୁଯାୟୀ ବ୍ରିଜ ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରାୟ ୫୦ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ। ଏହାପରେ ସେଠାରେ କେନାଲ ଉପରେ ଏକ ନୂତନ ବ୍ରିଜ ନିର୍ମାଣ ଚାଲିଛି।
ମାତ୍ର ଦୂରଦୃଷ୍ଟି ଅଭାବରୁ ବ୍ରିଜ ନିର୍ମାଣ ସ୍ଥାନ ନିରୂପଣ ଠିକ୍‌ଭାବେ ହୋଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ନୂତନ ବ୍ରିଜ ଦ୍ୱାରା ଲୋକେ ଆଗଭଳି ଉପକୃତ ହେବେ ନାହିଁ, ବରଂ ସମସ୍ୟା ବଢ଼ି ଚାଲିବ ବୋଲି ମତପ୍ରକାଶ ପାଇଛି। ବରଗଡ଼ର ପୂର୍ବତନ ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା କହିଛନ୍ତି, ବ୍ରିଜଟି ଯେଉଁଠି ନିର୍ମାଣ ହେଉଛି, ତା’ର ଗୋଟିଏ ପାର୍ଶ୍ୱରେ ବରଗଡ଼-ଭେଡ଼େନ ରାସ୍ତା ଥିବାବେଳେ ଅନ୍ୟପାର୍ଶ୍ୱରେ ରୟତ ଜମି ରହିଛି। ରୟତ ଜମିରେ ଜମି ମାଲିକ ବାଡ଼ ମଧ୍ୟ ଦେଇଦେଲେଣି। ସେହିପରି ବ୍ରିଜ ନିର୍ମାଣ ମଧ୍ୟ ଅତି ନିମ୍ନମାନର ହେଉଛି। ଫଳରେ ବ୍ରିଜ ନିର୍ମାଣ ହେଲେ ମଧ୍ୟ ସେ ଦେଇ ଭାରିଯାନ ଯାତାୟାତ ସମ୍ଭବ ହେବ ନାହିଁ। ଏ ନେଇ ସେ ବିଭାଗୀୟ ଯନ୍ତ୍ରୀଙ୍କଠାରୁ ଜିଲାପାଳଙ୍କୁ ବାରମ୍ବାର ଅବଗତ କରି ସାରିଛନ୍ତି। କିନ୍ତୁ କିଛି ପଦକ୍ଷେପ ନିଆଯାଇ ନାହିଁ ଏବଂ ଖାମଖିଆଲଭାବେ ବ୍ରିଜ ନିର୍ମାଣ କାମ ଚାଲିଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଅନ୍ୟଜଣେ ସ୍ଥାନୀୟ ନାଗରିକ ଅଭୟ ବାଗ କହିଛନ୍ତି, କେନାଲର ଡାହାଣ ପାର୍ଶ୍ୱରେ ତାଙ୍କର ଏକ ଗୋଦାମ ଗୃହ ରହିଛି। ବିଭିନ୍ନ ସମୟରେ ପୁରୁଣା ବ୍ରିଜ ଦେଇ ସେଠାକୁ ଟ୍ରକ ଏବଂ ଅନ୍ୟ ଗାଡ଼ିଗୁଡ଼ିକ ଯାତାୟାତ କରୁଛି। ନୂତନ ବ୍ରିଜ ହେଲେ ପୂର୍ବାପେକ୍ଷା ଅଧିକ ସୁବିଧା ହେବ ବୋଲି ଆଶା କରୁଥିଲୁ। କିନ୍ତୁ ସେହି ବ୍ରିଜ ଦେଇ ଯଦି ବଡ଼ ଗାଡ଼ି ଅତିକ୍ରମ କରିପାରିବ ନାହିଁ, ନିଶ୍ଚିତ ଭାବେ ତାଙ୍କ ବ୍ୟବସାୟ ସମେତ ଅନେକ ଲୋକେ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ଭିତରେ ପଶିଲା ପାଣି, ପିଲା ପାଠ ପଢ଼ିବାରେ ବ୍ୟାହତ

କର୍ଲାମୁଣ୍ଡା,୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ବାଞ୍ଜିପଦର୍‌ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି।…

ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ…

ଡ୍ରେନେଜ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ: ଅସମ୍ପୁର୍ଣ୍ଣ କାମ ସାରିବାକୁ ନିର୍ଦ୍ଦେଶ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷା ଯୋଗୁ ବରଗଡ଼ ସହରସ୍ଥିତ ସରକାରୀ ବସଷ୍ଟାଣ୍ଡ ସମେତ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିଲା। ଡ୍ରେନେଜ ଅବ୍ୟବସ୍ଥା ଯୋଗୁ ପ୍ରଥମ ବର୍ଷାରେ…

ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ: ମା’ ଅଣ୍ଡାଦାନସ୍ଥଳରେ ଜଗି ରହିଥିବାବେଳେ ପୁରୁଷ କୁମ୍ଭୀର…

ମହାକାଳପଡ଼ା,୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହାନଦୀ ତ୍ରିକୋଣଭୂମି ଅବବାହିକା ଶାଖା ନଦୀ, ନାଳ ଘେରାରେ ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା…

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ବାଇକ୍‌ରେ ଗଲା ମୃତଦେହ

ଲଇକେରା, ୫।୭ (ରଞ୍ଜନ କୁମାର ମେହେର): ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡା ପଞ୍ଚାୟତର ଉଡ଼ିଆପାଲି ଗ୍ରାମରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ହୃଦୟବିଦାରକ ଓ ଲଜ୍ଜାଜନକ…

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ସିମନବାଡି–ତିଲୋରୀ ଯାତାୟାତ ଠପ୍

ଦାରିଙ୍ଗବାଡି, ୫।୭ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା…

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri