Posted inଜାତୀୟ

ରାଜନୀତିରୁ ଅବସର ନେଇ ମୁହଁ ଖୋଲିଲେ ସୋନିଆ

ନୂଆଦିଲ୍ଲୀ,୨୬।୨: କଂଗ୍ରେସର ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ଅଧିବେଶନରେ ଦେଇଥିବା ଭାଷଣ ପରେ ସେ ଖୁବ୍‌ଶୀଘ୍ର ରାଜନୀତିରୁ ଅବସର ନେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି କଳ୍ପନାଜଳ୍ପନାକୁ ସୋନିଆ ଗାନ୍ଧୀ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ମୁଖପାତ୍ର ଅଲକା ଲାମ୍ବା ରବିବାର ସୋନିଆଙ୍କ ପକ୍ଷରୁ କହିଛନ୍ତି ଯେ, ସେ କେବେ ଅବସର ନେଇ ନାହାଁନ୍ତି ଏବଂ ଆଗକୁ ମଧ୍ୟ ନେବାର ଯୋଜନା ନାହିଁ।
୮୫ତମ କଂଗ୍ରେସ ସମ୍ମିଳନୀର ଶେଷ ହେବା ପରେ ଅଳକା କହିଛନ୍ତି ଯେ, ଗଣମାଧ୍ୟମ ସୋନିଆ ମ୍ୟାଡାମଙ୍କ ଭାଷଣକୁ ଭୁଲ ବ୍ୟାଖ୍ୟା କରିବା ବନ୍ଦ କରିବା ଉଚିତ। ଯେତେବେଳେ ମୁଁ ତାଙ୍କୁ ଏହି ଖବର ବିଷୟରେ କହିଲି, ସେ ହସି ହସି କହିଲେ ମୁଁ କେବେ ଅବସର ନେଇ ନାହିଁ କିମ୍ବା ମୁଁ ଅବସର ନେବାକୁ ଯାଉନାହିଁ। ତେଣୁ ତାଙ୍କ ଭାଷଣରୁ ଏଭଳି ଅନର୍ଥ ନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, କଂଗ୍ରେସ ସମ୍ମିଳନୀରେ ସୋନିଆ କହିଥିଲେ, ଭାରତ ଯୋଡା ଯାତ୍ରା ସହିତ ମୋର ଇନିଂସ ଶେଷ ହୋଇଛି। କିଛି ଗଣମାଧ୍ୟମ ରିପୋର୍ଟରେ ତାଙ୍କ ବିବୃତ୍ତି ରାଜନୀତିରୁ ଅବସର ନେବା କଥା ବିଷୟ ଧରି ନିଆଯାଇଛି। ଯାହାକୁ କଂଗ୍ରେସ ମଧ୍ୟ ଅସ୍ବୀକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଦୁର୍ଗାପୂଜା ପୂର୍ବରୁ ବଡ଼ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ବଡ଼ ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?