Posted inଜାତୀୟ

ରାଜନୀତିରୁ ଅବସର ନେଇ ମୁହଁ ଖୋଲିଲେ ସୋନିଆ

ନୂଆଦିଲ୍ଲୀ,୨୬।୨: କଂଗ୍ରେସର ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ଅଧିବେଶନରେ ଦେଇଥିବା ଭାଷଣ ପରେ ସେ ଖୁବ୍‌ଶୀଘ୍ର ରାଜନୀତିରୁ ଅବସର ନେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି କଳ୍ପନାଜଳ୍ପନାକୁ ସୋନିଆ ଗାନ୍ଧୀ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ମୁଖପାତ୍ର ଅଲକା ଲାମ୍ବା ରବିବାର ସୋନିଆଙ୍କ ପକ୍ଷରୁ କହିଛନ୍ତି ଯେ, ସେ କେବେ ଅବସର ନେଇ ନାହାଁନ୍ତି ଏବଂ ଆଗକୁ ମଧ୍ୟ ନେବାର ଯୋଜନା ନାହିଁ।
୮୫ତମ କଂଗ୍ରେସ ସମ୍ମିଳନୀର ଶେଷ ହେବା ପରେ ଅଳକା କହିଛନ୍ତି ଯେ, ଗଣମାଧ୍ୟମ ସୋନିଆ ମ୍ୟାଡାମଙ୍କ ଭାଷଣକୁ ଭୁଲ ବ୍ୟାଖ୍ୟା କରିବା ବନ୍ଦ କରିବା ଉଚିତ। ଯେତେବେଳେ ମୁଁ ତାଙ୍କୁ ଏହି ଖବର ବିଷୟରେ କହିଲି, ସେ ହସି ହସି କହିଲେ ମୁଁ କେବେ ଅବସର ନେଇ ନାହିଁ କିମ୍ବା ମୁଁ ଅବସର ନେବାକୁ ଯାଉନାହିଁ। ତେଣୁ ତାଙ୍କ ଭାଷଣରୁ ଏଭଳି ଅନର୍ଥ ନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, କଂଗ୍ରେସ ସମ୍ମିଳନୀରେ ସୋନିଆ କହିଥିଲେ, ଭାରତ ଯୋଡା ଯାତ୍ରା ସହିତ ମୋର ଇନିଂସ ଶେଷ ହୋଇଛି। କିଛି ଗଣମାଧ୍ୟମ ରିପୋର୍ଟରେ ତାଙ୍କ ବିବୃତ୍ତି ରାଜନୀତିରୁ ଅବସର ନେବା କଥା ବିଷୟ ଧରି ନିଆଯାଇଛି। ଯାହାକୁ କଂଗ୍ରେସ ମଧ୍ୟ ଅସ୍ବୀକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କୃଷ୍ଣ, ହନୁମାନ ସବୁଠୁ ମହାନ୍‌ କୂଟନୀତିଜ୍ଞ’

ନୂଆଦିଲ୍ଲୀ,୩୦ା୧: ଭଗବାନ୍‌ କୃଷ୍ଣ ଓ ହନୁମାନ ବିଶ୍ୱର ସବୁଠୁ ବଡ଼ କୂଟନୀତିଜ୍ଞ ଥିଲେ। କୂଟନୀତି ଦୃଷ୍ଟିରୁ ମହାଭାରତ ଓ ରାମାୟଣର ଗୁରୁତ୍ୱ ସର୍ବାଧିକ ବୋଲି ବହିର୍ବ୍ୟାପାର...

ନନ୍ଦିଗ୍ରାମରେ ରଣହୁଙ୍କାର

କୋଲକାତା/ନୂଆଦିଲ୍ଲୀ,୧୪।୩: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଶହେ ଦିନରୁ ଊର୍ଦ୍ଧ୍ୱ ହେଲା ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିଛି। ବିବାଦୀୟ ଆଇନ ପ୍ରତ୍ୟାହାର...

ପୋଲିସ ବାବୁଙ୍କ କଡ଼ା ପଦକ୍ଷେପ: ୫୦୦୦ ଅମାନିଆଙ୍କ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ମାର୍ଗଦର୍ଶିକା ପାଳନ କରୁ ନ ଥିବା ଅମାନିଆଙ୍କ ପାଇଁ...

ପ୍ରେମିକାଙ୍କଠୁ ଧୋକା ଖାଇବା ପରେ ନିଜ ଚା’ ଦୋକାନର ଏମିତି ନାଁ ରଖିଲେ ପ୍ରେମିକ, ଲୋକେ କରୁଛନ୍ତି ପ୍ରଶଂସା

ଭୋପାଳ,୩୧ା୭: ମଧ୍ୟପ୍ରଦେଶର ବୈତୁଲରେ ଆଜିକାଲି ଏକ ଚା’ ଦୋକାନ ବେଶ୍‌ ଚର୍ଚ୍ଚାରେ ରହିଛି। କାରଣ ଏହି ଚା’ ଦୋକାନର ଅଦ୍ଭୁତ ନାମକରଣକୁ ନେଇ ଚାରିଆଡ଼େ ଚର୍ଚ୍ଚା...

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୨ ଜୈଶ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୧୮।୬: ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର ବଘାମା ଅଞ୍ଚଳରେ ଦ୍ୱିତୀୟ ଥର ପାଇଁ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ଏଥିରେ...

ଥମୁଛି କରୋନା, ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୨୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର...

ଭାରତୀ-ହର୍ଷଙ୍କୁ ସହଯୋଗ ଅଭିଯୋଗ: ୨ ଏନ୍‌ସିବି ଅଫିସର ନିଲମ୍ବିତ

ମୁମ୍ବାଇ,୩।୧୨: ଡ୍ରଗ୍ସ୍‌ ମାମଲାରେ ବଲିଉଡ୍‌ର ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ୨ ଜଣ ନାର୍କୋଟିକ୍‌...

କୋଭିଡ୍‌ ଟିକାରେ ପାର୍ଶ୍ୱପ୍ରତିକ୍ରିୟା

ମୁମ୍ବାଇ,୧୭ା୧ (ଆଇଏଏନ୍‌ଏସ୍‌):ପ୍ରାୟ ୩ବର୍ଷ ହେଲା କୋଭିଡ୍‌ ମହାମାରୀ କଲବଲ କରିଚାଲିଛି। ବିଶ୍ୱରେ ଏବେ ବି କେଉଁଠି ନା କେଉଁଠି ଆତଙ୍କର ପରିବେଶ ରହିଛି। ଏହି ମାରାତ୍ମକ...

Advertisement
Archives

Model This Week