Posted inଫୁରସତ

କର୍ନାଟକର ରେଶମ ସହର ‘ରାମନଗର’

କର୍ନାଟକର ରାମନଗର ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସହର ହେଉଛି ରାମନଗର। ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ରାମନଗରା ବୋଲି ବି କହିଥାନ୍ତି। ଏହା ଜିଲାର ମୁଖ୍ୟାଳୟ ମଧ୍ୟ। ବେଙ୍ଗାଲୁରୁଠାରୁ ପ୍ରାୟ ୫୦ କି.ମି ଦୂରରେ ଥିବା ଏହି ସହରଟି ରେଶମ ଉତ୍ପାଦନ ପାଇଁ ବେଶ୍‌ ପ୍ରସିଦ୍ଧ। ସେଥିପାଇଁ ରାମନଗରକୁ ଅନେକେ କର୍ନାଟକର ରେଶମ ସହର ବୋଲି ବି ସମ୍ବୋଧନ କରିଥାନ୍ତି। କେବଳ ରେଶମ ନୁହେଁ ଗ୍ରାନାଇଟ୍‌ ଉତ୍ପାଦନ ବି ଏଠି ବେଶ୍‌ ଭଲ ହୋଇଥାଏ। ଏଠାକାର ଆଖପାଖ ଅଞ୍ଚଳରେ ବହୁ ଉଚ୍ଚଉଚ୍ଚ ଗ୍ରାନାଇଟ୍‌ ପାହାଡ଼ ଦେଖିବାର ଆନନ୍ଦ ପର୍ଯ୍ୟଟକ ଲଭିପାରିବେ। ଏଥିସହିତ ନିକଟବର୍ତ୍ତୀ ସ୍ଥାନରେ ଥିବା ବହୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ବି ବୁଲିବାର ମଜା ନେଇପାରିବେ।

ଫିଲ୍ମରେ ରାମନଗରର ଦୃଶ୍ୟ
ପ୍ରସିଦ୍ଧ ବଲିଉଡ୍‌ ଫିଲ୍ମ ‘ଶୋଲେ’ର କେତେକ ଦୃଶ୍ୟର ଶୁଟିଂ ଏହି ରାମନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ପାହାଡଗୁଡ଼ିକରେ ହୋଇଥିଲା ବୋଲି ସୂଚନା ରହିଛି। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା ପାହାଡଗୁଡ଼ିକୁ ଅନେକେ ଶୋଲେ ପାହାଡ ବୋଲି ବି ସମ୍ବୋଧନ କରିଥାନ୍ତି।

ଅର୍ଥନୀତି
ଏହି ସହରର ଅର୍ଥନୀତି ମୁଖ୍ୟତଃ ରେଶମ ଓ ଗ୍ରାନାଇଟ୍‌ ଉତ୍ପାଦନ ଉପରେ ହିଁ ନିର୍ଭର କରିଥାଏ। ସୂଚନାନୁଯାୟୀ, ପ୍ରତିଦିନ ଏହି ସହରରୁ କୁଆଡ଼େ ପ୍ରାୟ ୫୦ ଟନ୍‌ ରେଶମ କୋକୁନ୍‌ ଉତ୍ପାଦିତ ହୋଇଥାଏ।

କ’ଣ ଦେଖିବେ
ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଏଠାକାର ପାହାଡିଆ ଅଞ୍ଚଳରେ ବୁଲି ନିଆରା ଆନନ୍ଦ ଲଭିବା ସହିତ ଏଠାରେ ରେଶମ ଉତ୍ପାଦନ କିପରି ହେଉଛି ସେ ସମ୍ପର୍କରେ ମଧ୍ୟ ଅନେକ ତଥ୍ୟ ଜାଣିବାର ସୂଯୋଗ ପାଇପାରିବେ। କେବଳ ସେତିକି ନୁହେଁ, ରାମନଗରର ନିକଟବର୍ତ୍ତୀ ଅଞ୍ଚଳରେ ଥିବା କେତେକ ପର୍ଯ୍ୟଟନସ୍ଥଳୀ ଆଡ଼େ ବି ବୁଲିଯାଇପାରିବେ। ଯେମିତିକି:
* ରେଭାନାସିଦ୍ଦେଶ୍ୱର ବେଟ୍ଟା: ଏହା ହେଉଛି ଏକ ଶୈବପୀଠ। ସମୁଦ୍ରପତ୍ତନରୁ ପ୍ରାୟ ୩,୦୬୬ ଫୁଟ ଉଚ୍ଚତାରେ ଥିବା ଏକ ପାହାଡ଼ ଉପରେ ରହିଛି ଏହି ମନ୍ଦିରଟି। ରାମନଗରଠାରୁ ଏହା ପ୍ରାୟ ୧୫ କି.ମି ଦୂରରେ ଅବସ୍ଥିତ।
* ମେକେଦାଟୁ: ଏହା କର୍ନାଟକର ଚାମରାଜନଗର ଜିଲା ଓ ରାମନଗର ଜିଲାର ସୀମାରେ ଅବସ୍ଥିତ ଏପରି ଏକ ସ୍ଥାନ; ଯେଉଁଠି କାବେରୀ ନଦୀ ଏକ ଆବଡ଼ାଖାବଡ଼ା ଘାଟି ରାସ୍ତା ଦେଇ ପ୍ରବାହିତ ହୋଇଥାଏ। କିନ୍ତୁ ଏଠାକାର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ବେଶ୍‌ ମନୋରମ ଲାଗିଥାଏ।
* କାନ୍‌ଭା ରିଜରଭର୍‌: ଏହା ହେଉଛି ସ୍ଥାନୀୟ ଅଞ୍ଚଳରେ ଥିବା ଏକ କୁତ୍ରିମ ହ୍ରଦ। ପର୍ଯ୍ୟଟକ ଏଠାକୁ ମୁଖ୍ୟତଃ ପିକ୍‌ନିକ୍‌ କରିବାକୁ ଆସିଥାନ୍ତି।
* ଟ୍ରେକିଂର ମଜା ନିଆରା: ଏଠାରେ ଯେହେତୁ ଅନେକ ପାହାଡ଼ ଥିବାର ଦେଖାଯାଏ, ତେଣୁ ପର୍ଯ୍ୟଟକ ଚାହିଁଲେ ଏଠି ଟ୍ରେକିଂର ମଜା ମଧ୍ୟ ନେଇପାରିବେ।

କେବେ ଓ କେମିତି ଯିବେ
ବର୍ଷକ ବାରମାସ ଏଠାକୁ ବୁଲିଯିବାର ସୁବିଧା ଥିଲେ ହେଁ ବର୍ଷାଦିନକୁ ଛାଡ଼ି ବାକି ଅନ୍ୟଦିନରେ ଏଠାକୁ ବୁଲିଗଲେ ବୁଲିବାର ମଜା ଦ୍ୱିଗୁଣିତ ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ବିଶେଷକରି ପର୍ଯ୍ୟଟକ ଚାହିଁଲେ ବେଙ୍ଗାଲୁରୁରୁ ଏଠାକୁ ଟ୍ରେନ୍‌ ହେଉ ଅବା ଟୁରିଷ୍ଟ ବସ୍‌ରେ ଆରାମରେ ଯାଇପାରିବେ। ଏଥିସହିତ ଦେଶର ବିଭିନ୍ନ ସ୍ଥାନରୁ ବି ରାମନଗରକୁ ଯିବା ପାଇଁ ଟୁରିଷ୍ଟ ବସ୍‌ର ବ୍ୟବସ୍ଥା ରହିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?