ଭାଜପା ପରେ ଏବେ କଂଗ୍ରେସ କରୋନା କବଳରେ

ନୂଆଦିଲ୍ଲୀ,୩।୮: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ଧନୀ ହେଉ କି ଗରିବ, ଜନତା ହୁଅନ୍ତୁ କି ନେତା ମନ୍ତ୍ରୀ ସମସ୍ତେ ଏବେ କରୋନା କବଳରେ। ଇତିମଧ୍ୟରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ କରୋନାରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ଏନେଇ କାର୍ତ୍ତି ଟୁଇଟରରେ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ କାର୍ତ୍ତିଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବାରୁ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ତେବେ ସୋମବାର ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଛି। ଏହାପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଏବେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନେ ନିଜର ଯାଞ୍ଚ କରାଇ ସୁରକ୍ଷା ଦୃଷ୍ଟିରୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ କାର୍ତ୍ତି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଭାଜପାର କେତେକ ନେତାମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଏହା କଂଗ୍ରେସକୁ ବ୍ୟାପିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ଭେଟିଲେ ହରିଶ ରାୱତ: ଛାଡି ପାରନ୍ତି ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ,୨୮ ।୮: କଂଗ୍ରେସରେ ପୁଣିଥରେ ହୋଇପାରେ କିଛି ପରିବର୍ତ୍ତନ । ଦୁଇ ରାଜ୍ୟର ଚାପକୁ ସାମ୍ନା କରୁଥିବା ହରିଶ ରାୱତ ଶନିବାର କଂଗ୍ରେସ ନେତା ରାହୁଲ...

ଗୋଟିଏ ବର୍ଷରେ ୨୫ ରାଜନୈତିକ ଦଳଙ୍କ ପାଣ୍ଠି ସଂଗ୍ରହ ୧୧୫୫ କୋଟିରୁ ଅଧିକ: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ,୮।୧୨: ଦେଶର ୨୫ଟି ରାଜନୈତିକ ଦଳର ମୋଟ ପାଣ୍ଠି ସଂଗ୍ରହ ଗୋଟିଏ ବର୍ଷ ମଧ୍ୟରେ ୩୨୯ କୋଟିରୁ ବୃଦ୍ଧି ପାଇ ୧୧୫୫ କୋଟି ଟଙ୍କା ହୋଇଛି।...

ଶ୍ରୀଲିଙ୍ଗରାଜ ମାର୍କେଟରେ ସାମାଜିକ ଦୂରତ୍ୱ ଅମାନ୍ୟ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଲୋକଙ୍କୁ ସଚେତନ କରିବାରେ ଲାଗିପଡିଛି। ହେଲେ ହାଟଗୁଡିକରେ ସାମାଜିକ ଦୂରତ୍ୱକୁ ବ୍ୟବସାୟୀ ଓ ଲୋକେ...

କପିଲ ମିଶ୍ରାଙ୍କୁ ମିଳିବ ଓ୍ବାଇ ପ୍ଲସ ସୁରକ୍ଷା!

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ଦଙ୍ଗା ପୂର୍ବରୁ ନିଜର ଉତ୍ତେଜିତ ଭାଷଣ ଭାଷଣ ପାଇଁ ଚର୍ଚ୍ଚାରେ ରହିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା କପିଲ ମିଶ୍ରାଙ୍କ ସୁରକ୍ଷାକୁ ବଢାଇ...

ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜନ୍ମମାଟିକୁ ଭୁଲି ନ ଥିଲେ ମୁଲାୟମ: ଏପରି ବିକାଶ କରିଥିଲେ ଯେ ବଡ଼ ବଡ଼ ସହର ବି ଫିକା ପଡ଼ିବ

ଲକ୍ଷ୍ନୌ,୧୧।୧୦: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଉ ନାହାନ୍ତି। ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର ଜନ୍ମିତ ଗ୍ରାମ...

ଆଉ ରକ୍ଷା ନାହିଁ, ଏବେ ଏଭଳି ବ୍ୟାପୁଛି କରୋନା…

ଓ୍ବାଶିଂଟନ/ଲଣ୍ଡନ,୧୭।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ପୂର୍ବରୁ କରୋନା ଭୁତାଣୁ...

ରବିବାର ପଞ୍ଜାବରେ ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…

ଚଣ୍ଡିଗଡ଼,୧୯।୨ : ରବିବାର ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ୨.୧୪ କୋଟି ଭୋଟର ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ରାଜ୍ୟର ୧୧୭...

ନଦୀକୁ ଡେଇଁ କାରରୁ ନବବିବାହିତଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

ପାଲାମୁ (ଝାଡ଼ଖଣ୍ଡ), ୨୨।୬- ଝାଡ଼ଖଣ୍ଡରେ ନବବିବାହିତ ଦମ୍ପତ୍ତିଙ୍କୁ ନେଇ ଯାଉଥିବା ଏକ କାର୍‌ ନଦୀ ମଧ୍ୟକୁ ଖସି ପଡ଼ିଥିଲା। କାର୍‌ଟି ଅଧାବୁଡ଼ି ନଦୀର ପ୍ରଖର ସ୍ରୋତରେ...

Advertisement
Archives

Model This Week