ଦେଢ଼ ମାସ ପରେ ପେଟ ଭିତରେ ରହିବ ଖାଦ୍ୟନଳୀ

ବ୍ରହ୍ମପୁର ଅଫିସ,୨୩ା୮:ଗଞ୍ଜାମ ଜିଲା ବୁଗୁଡ଼ା ଅଞ୍ଚଳର କୃଷ୍ଣଚନ୍ଦ୍ର ରାଉତ ଗୁଜରାଟର ସୁରଟରେ କାମ କରନ୍ତି। ୨ ସପ୍ତାହ ତଳେ ସେଠାରେ ତାଙ୍କ ସହିତ କେତେଜଣ ନିଶାସକ୍ତ ବ୍ୟକ୍ତିଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ କୃଷ୍ଣଙ୍କ ମଳଦ୍ୱାରରେ ଏକ ଷ୍ଟିଲ୍‌ ଗ୍ଲାସ୍‌ ପୂରାଇ ଦେଇଥିଲେ। ଲୋକଲଜ୍ଜା ଭୟରେ ସେ ଘଟଣା ସମ୍ପର୍କରେ କାହାକୁ କିଛି ନ କହି ଗଁାକୁ ଫେରି ଆସିଥିଲେ। ଗ୍ଲାସ୍‌ଟି ପେଟ ଭିତରେ ଥିବାରୁ ଭୀଷଣ ଯନ୍ତ୍ରଣା ହୋଇଥିଲା। ସେ ବ୍ରହ୍ମପୁର ବଡ଼ମେଡିକାଲ ଯାଇ ପରୀକ୍ଷା କରାଇଥିଲେ। ଡାକ୍ତରୀ ଟିମ୍‌ ଶୁକ୍ରବାର ଅସ୍ତ୍ରୋପଚାର କରି ତାଙ୍କ ମଳଦ୍ୱାରରୁ ଗ୍ଲାସ ବାହାର କରିଛନ୍ତି। ତାଙ୍କର ଖାଦ୍ୟନଳୀ ଏବେ ପେଟ ବାହାରକୁ ବାହାର କରାଯାଇଛି। ସେ ଏବେ ଉକ୍ତ ନଳୀ ବାଟେ ଖାଦ୍ୟ ଖାଉଛନ୍ତି। ବର୍ତ୍ତମାନ ସେ ସର୍ଜରି ବିଭାଗର ୪୫୪ ନମ୍ବର ବେଡ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଦେଢ଼ମାସ ପରେ ବାହାରେ ଥିବା ଖାଦ୍ୟନଳୀକୁ ପେଟ ଭିତରେ ରଖାଯିବ ବୋଲି ଡାକ୍ତର ସ୍ବତୀସ୍ବରୂପ ପଟ୍ଟନାୟକ ସୂଚନା ଦେଇଛନ୍ତି। ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡା. ଚରଣ ପଣ୍ଡାଙ୍କ ନେତୃତ୍ୱରେ ଅନ୍ୟ ଡାକ୍ତରମାନେ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ। ଏ ନେଇ ଥାନାରେ ଅଭିଯୋଗ କରାଯାଇ ନ ଥିବା କୃଷ୍ଣଙ୍କ ପରିବାର ଲୋକେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରବି ଫସଲ ଯୋଜନା ବାଧାପ୍ରାପ୍ତ

ରସୁଲପୁର,୨୨ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ କୃଷି କାର୍ଯ୍ୟାଳୟରେ ଥିବା ୨ଟି ଯାକ ସହକାରୀ କୃଷି ଅଧିକାରୀ ପଦବୀ ଖାଲିପଡ଼ିଛି। ତେଣୁ ରବି ଫସଲ ଯୋଜନା ପ୍ରସ୍ତୁତି ଓ...

ବର୍ଷାରେ ବେହାଲ ରାସ୍ତା

ପରଜଙ୍ଗ, ୨୮।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି ଅଦିନିଆ ବର୍ଷା। ଏଥିରେ ଶୋଚନୀୟ ହୋଇପଡ଼ିଛି ଗ୍ରାମ୍ୟ ସଡ଼କ। ଖାଲଖମାରେ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ବସ୍‌ ଚାଳକ ଅଟକ

ଦାରିଙ୍ଗବାଡ଼ି,୫।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘରୋଇ ବସ୍‌ ଚାଳକଙ୍କ ଆକ୍ରମଣରେ ଗ୍ରାମର ମହାଦେବ ମାଝୀ ଗୁରୁତର ଆହତ ହୋଇଛନ୍ତି। ବୁଧବାର...

ସ୍ତ୍ରୀ ଖୁସି ପାଇଁ ଅନ୍ୟର ପିଲାକୁ ହସ୍ପିଟାଲରୁ ନେଇଥିଲେ ସ୍ବାମୀ

ରାୟଗଡ଼ା ଅଫିସ,୨୩ା୯: ପ୍ରସବ ବେଳେ ନିଜ ସନ୍ତାନ ନଷ୍ଟ ହୋଇଯିବାରୁ ସ୍ତ୍ରୀ ଭାଙ୍ଗିପଡ଼ିଥିଲେ। ଫଳରେ ଅନ୍ୟର ଶିଶୁପୁତ୍ରକୁ ଡାକ୍ତରଖାନାରେ ଏକା ଦେଖି ସ୍ବାମୀ ଘରକୁ ନେଇଗଲେ।...

ଭତ୍ତା ପାଇଁ ଟ୍ରାଇ ସାଇକେଲରେ ୧୮ କି.ମି.

ଚମ୍ପୁଆ,୧୪।୧୦(ଡି.ଏନ.ଏ.)-ସରକାର ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଏହାର ସୁଫଳ ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଦିବ୍ୟାଙ୍ଗ ଅସହାୟମାନେ ଭତ୍ତା ପାଇଁ...

କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ: ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା ଅଫିସ,୧୮।୯: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଣିକୁଣ୍ଡ ଛକରେ ଘଟିଥିବା ଗୁଳିକାଣ୍ଡରେ ବୁଧବାର ସକାଳେ ଜଣେ ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ...

ବିଭାଗରେ ରହୁନାହାନ୍ତି ପୌର କର୍ମଚାରୀ: ଅଭିଯୋଗକାରୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଅନୁଗୋଳ ଅଫିସ, ୧୦।୧- ଅନୁଗୋଳ ପୌରପାଳିକାକୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ସହରବାସୀ ଅନେକ ସମୟରେ ବିଭାଗୀୟ କର୍ମଚାରୀଙ୍କୁ ଅଫିସରେ ପାଉନାହାନ୍ତି। କାର୍ଯ୍ୟାଳୟ ଖୋଲାଥିଲେ ବି...

ନକଲି ବାବା ବେଶରେ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ ଯୁବକ, ଆଉ ତା’ ପରେ…

ଯାଜପୁର ଅଫିସ,୩୦।୧: ଯାଜପୁରରୋଡ୍‌ ରମ୍ପାସ ଅଞ୍ଚଳକୁ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ଘରକୁ ବାବା ବେଶରେ ଆସି ଧରାପଡ଼ି ନିର୍ଧୂମ ଛେଚା ଖାଇବା ଘଟଣା ଅଞ୍ଚଳରେ...

Advertisement
Archives

Model This Week