୨ ଦିନ ପରେ ଧାନକିଣା, ଚାଷୀଙ୍କୁ ମିଳିନି ଟୋକନ: ଖୋଲା ଆକାଶତଳେ ପଡ଼ିଛି ଧାନ

ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉମାତ୍ର ୨ଦିନ ପରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୧୧ତାରିଖରୁ ଜିଲାର ବରଗଡ଼, ଅତାବିରା, ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନ ୧୮୩ ମଣ୍ଡିରେ ଏହି ପ୍ରକ୍ରିୟା ଚାଲିବ। କିନ୍ତୁ ଧାନ କିଣାବିକା ପାଇଁ ଏପର୍ଯ୍ୟନ୍ତ ବିଭାଗୀୟ ତପତ୍ରତା ପରିଲକ୍ଷିତ ହୋଇନାହିଁ। ଜିଲାର ଚାଷୀଙ୍କ ପାଖକୁ ଧାନବିକ୍ରି ଟୋକନ ପହଞ୍ଚି ନାହିଁ। କେବଳ ସେତିକି ନୁହେଁ, ମଣ୍ଡିଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରି ନ ଥିବା ଜଣାପଡ଼ିଛି। ଫଳରେ ଅନ୍ୟଥର ଭଳି ଏଥର ବି ଆରମ୍ଭରୁ ଧାନ କିଣାବିକାରେ ଅଚଳାବସ୍ଥା ପରିସ୍ଥିତି ଉପୁଜିବ ବୋଲି ଏବେଠାରୁ ଜଳଜଳ ଦିଶୁଛି। କିନ୍ତୁ ସେଭଳି ସ୍ଥିତି ସୃଷ୍ଟି ହେଲେ ଅନ୍ୟଥରଠାରୁ ଏଥର ଚାଷୀ ଆନ୍ଦୋଳନ ଆହୁରି ତୀବ୍ର ହେବାର ଆଶଙ୍କା ରହିଛି। କାରଣ ବିଭାଗୀୟ ଅବହେଳା ଯୋଗୁ ପଞ୍ଜୀକରଣରୁ ବାଦ୍‌ ପଡ଼ି ଏବେ ମଧ୍ୟ ଜିଲାର ଅନେକ ଚାଷୀ ଗତବର୍ଷ ଖରିଫ୍‌ରେ ଅମଳ ଧାନ ବିକ୍ରି କରି ନ ପାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଏବଂ ଶୁକ୍ରବାର ଏହି ଧାରଣାକୁ ୨ମାସ ପୂରିବ।
ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତମାସ ୨୪ ତାରିଖ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବସିଥିଲା। ଉକ୍ତ ବୈଠକରେ ଜିଲାର ୪ ବିଧାୟିକା, ବିଧାୟକଙ୍କ ସମେତ ଏମ୍‌ପିଙ୍କ ପ୍ରତିନିଧି, ଜିଲାପାଳ, ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ମେ ମାସ ୧୧ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଜିଲାପାଳ ଆଦିତ୍ୟ ଗୋୟଲ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ସମସ୍ତ ମଣ୍ଡିରେ ଡିଜିଟାଲ ଆର୍ଦ୍ରତା ମିଟର, ତାରପୋଲିନ, ୱେବ୍ରିଜ, ଧାନର ଗୁଣମାନ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ବିଶ୍ଲେଷଣ କିଟ୍‌ ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ, ଆଲୋକ ବ୍ୟବସ୍ଥା, ପାଇଖାନା, ସିସିଟିଭି ଏବଂ ଧାନ ଦର ଉଲ୍ଲେଖିତ ବୋର୍ଡ ପ୍ରଦର୍ଶନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଧାନ କିଣାବିକା ସମୟରେ ଚାଷୀମାନେ ଯେଭଳି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟିଦେବାକୁ ଜନ ପ୍ରତିନିଧିମାନେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ।
ମାତ୍ର ଜିଲାପାଳଙ୍କ ନିର୍ଦ୍ଦେଶ ଏବଂ ଜନ ପ୍ରତିନିଧିଙ୍କ ତାଗିଦ୍‌ ସତ୍ତ୍ୱେ ଧାନ କିଣାବିକା ପ୍ରସ୍ତୁତି ଏପର୍ଯ୍ୟନ୍ତ ଆଶାନୁରୂପ ହୋଇପାରି ନାହିଁ। ବିଗତବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ଟୋକନ ମାଧ୍ୟମରେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣାଯିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଆଉ ୨ ଦିନ ପରେ ମଣ୍ଡି ଖୋଲୁଥିଲେ ହେଁ ଏପର୍ଯ୍ୟନ୍ତ ଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିପାରି ନାହିଁ। ଫଳରେ ମଣ୍ଡିକୁ ଧାନ ନେବା ପାଇଁ ଚାଷୀମାନେ ପ୍ରସ୍ତୁତ ହୋଇପାରୁ ନାହାନ୍ତି। ଅନ୍ୟପଟେ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ଅମଳ ଧାନ ଖୋଲା ଆକାଶତଳେ ପଡ଼ି ରହିଥିବାବେଳେ ଥରକୁ ଥର ଝଡ଼ବର୍ଷା ଲାଗି ରହିଛି। ଏଭଳି ସ୍ଥିତିରେ ଚାଷୀଙ୍କୁ ଟୋକନ ବିଳମ୍ବରେ ପ୍ରଦାନ କଲେ ସେମାନଙ୍କ ଅମଳ ଧାନ ବିକ୍ରି ବିଳମ୍ବିତ ହେବା ସହିତ ଝଡ଼ବର୍ଷାରେ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ନେଇ ଏବେଠାରୁ ଚାଷୀଙ୍କୁ ଝଡ଼ବର୍ଷା ଚିନ୍ତା ଘାରିଥିବା ବେଳେ ଅସନ୍ତୋଷ ମଧ୍ୟ ତୀବ୍ର ହେବାରେ ଲାଗିଛି। ଏ ନେଇ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ଅନ୍ୟବର୍ଷ ମଣ୍ଡି ଖୋଲିବାର ପ୍ରାୟ ସପ୍ତାହକ ପୂର୍ବରୁ କିଛିଚାଷୀଙ୍କୁ ଧାନବିକ୍ରି ଟୋକନ ମିଳି ଯାଉଥିଲା। ହେଲେ ମଣ୍ଡି ଖୋଲିବାକୁ ଆଉ ୩ଦିନ ବାକିଥିବା ବେଳେ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିପାରି ନାହିଁ। ଫଳରେ ମଣ୍ଡି ଖୋଲିଲେ ମଧ୍ୟ ଆରମ୍ଭରୁ ଚାଷୀମାନେ ଧାନବିକ୍ରିରୁ ବଞ୍ଚିତ ହେବେ ଏବଂ ଅନ୍ୟବର୍ଷ ଭଳି ଏଥର ମଧ୍ୟ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ ବୋଲି ମହାପାତ୍ର କହିଛନ୍ତି। ଅପରପକ୍ଷେ ଗତବର୍ଷଠାରୁ ଏଥର ଅଧିକ ଚାଷୀ ଧାନବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି। ଗତବର୍ଷ ଜିଲାର ୯୧ହଜାର ୬ଜଣ ପଞ୍ଜୀକୃତ ହୋଇଥିଲେ। ସେଥିମଧ୍ୟରୁ ୮୯ହଜାର ୮୭୮ ଚାଷୀଙ୍କଠାରୁ ୬୧ଲକ୍ଷ ୭୩ହଜାର ୧୧୩କୁଇଣ୍ଟାଲ ଧାନ କିଣାଯାଇଥିଲା। ତେବେ ଏଥର ୧ଲକ୍ଷ ୫ହଜାର ୪୯୪ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦୃଷ୍ଟିରୁ ଚାଷୀମାନେ ଗତବର୍ଷ ତୁଳନାରେ ଅଧିକ ଧାନ ବିକ୍ରି ପାଇଁ ମଣ୍ଡିକୁ ଆଣିବେ ବୋଲି ଅନୁମାନ କରାଯାଉଛି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାର ଅବ୍ୟବହିତ ପୂର୍ବରୁ ଅବ୍ୟବସ୍ଥା ବାରି ହୋଇ ପଡୁଥିବା ଯୋଗୁ ଏଥର ଅନ୍ୟବର୍ଷ ତୁଳନାରେ ଧାନ ବିକ୍ରିବଟା ଆହୁରି ଅଧିକ ଜଟିଳ ହେବାର ଆଶଙ୍କା ଦେଖାଯାଉଛି। ଫଳରେ ଆରମ୍ଭରୁ ଧାନକିଣା ଏବଂ ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରା ନ ଗଲେ ଗୋଟିଏ ପଟେ ଝଡ଼ବର୍ଷାରେ ଚାଷୀଙ୍କ ଧାନ ନଷ୍ଟ ହେବ ଏବଂ ଅନ୍ୟପଟେ ଜିଲାରେ ଅବ୍ୟବସ୍ଥିତ ଧାନ କିଣାବିକା ବ୍ୟବସ୍ଥାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି। ଫଳରେ ବେଳ ଥାଉ ଥାଉ ଜିଲା ପ୍ରଶାସନ ତ୍ୱରିତ୍‌ ପଦକ୍ଷେପ ନେବା ଜରୁରୀ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?