Posted inରାଜ୍ୟ

ମହାପ୍ରଭୁଙ୍କ ଆଦ୍ୟଲୀଳା

ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଆଙ୍କ ଆରାଧ୍ୟ ଦେବତା। ତାଙ୍କର ସମସ୍ତ ନୀତିକାନ୍ତି ମୂଳରେ ରହିଛି ଜଗତମଙ୍ଗଳ। ତେବେ ଏହି ନୀତିକାନ୍ତି ମଧ୍ୟରୁ ଅନ୍ୟତମ ସ୍ନାନ ଉତ୍ସବ। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥିରେ ଶ୍ରୀକ୍ଷେତ୍ରରେ ଏହା ପାଳନ କରାଯାଏ। ଉକ୍ତ ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିନୀତିରେ ବେଦ ଧ୍ୱନି ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରାଯାଏ। ଏହାପରେ ଦିଅଁଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ବର୍ଷକରେ ଥରେ ଦିଅଁ ସ୍ନାନ ମଣ୍ଡପରେ ଜଳସ୍ନାନ କରନ୍ତି ଏବଂ ଅନ୍ୟ ଦିନରେ କେବଳ ମନ୍ତ୍ର ସ୍ନାନ କରାଯାଏ।
ଦାରୁଦିଅଁଙ୍କ ଲୀଳାକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ଭିତ୍ତିଭୂମି ଆଧାରିତ ଲୀଳା। ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଏହାକୁ ମଧ୍ୟ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟ ଲୀଳା ବୋଲି କୁହାଯାଏ। ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନ ଲୀଳା କରିଥିଲେ।
ମହାରାଜା ଇନ୍ଦ୍ରଦ୍ୟୁମ୍ନ ସେତେବେଳେ ସ୍ନାନ ମଣ୍ଡପ ନ ଥିବାରୁ ମଞ୍ଚ ନିର୍ମାଣ କରାଇ ତା ଉପରେ ସ୍ନାନ ବିଧି କରାଉଥିଲେ। ଅନେକେ ଶାସ୍ତ୍ରରେ ଏହାକୁ ମଞ୍ଚ ସ୍ନାନ ବୋଲି ଅଭିହିତ କରିଅଛନ୍ତି। ଶାସ୍ତ୍ର ଅନୁଯାୟୀ ୧୦୮ ସୁନା ଗରାରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ସମାପନ ହୋଇଥିଲା,ସେହି ଶାସ୍ତ୍ରୀୟ ମତାନୁସାରେ ଆଜିବି ସ୍ନାନ ଉତ୍ସବ ଅତି ଆନନ୍ଦ ଓ ଭକ୍ତିମୟ ପରିବେଶରେ ପାଳନ କରାଯାଉଛି।
ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ପ୍ରଭୁଙ୍କ ସମସ୍ତ ନୀତି କାନ୍ତି ସମ୍ପନ୍ନ ହେବାପରେ ସ୍ବଳ୍ପ ସମୟ ପାଇଁ ପହୁଡ଼ ନୀତି ହୋଇ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହୁଏ। ଏହିଦିନ କୋଠ ସୁଅଁାସିଆ ସେବକ ମନ୍ଦିରରେ ପ୍ରବେଶ କରି ଚାରମାଳ ବାନ୍ଧି, ଦିଅଁଙ୍କ ସେନାପଟା ଓ ବାହୁଟି ଲାଗି କରାନ୍ତି। ପରେ ରତ୍ନ ସିଂହାସନ ଉପରେ ମଙ୍ଗଳ ଆଳତି ହୁଏ।
ତାପରେ ଦଇତା ସେବକମାନେ ଦିଅଁଙ୍କ ପହଣ୍ଡି କରିବା ବେଳେ ମଦନମୋହନଙ୍କୁ ମହାଜନ ସେବକ ମାନେ ସ୍ନାନ ମଣ୍ଡପକୁ ବିଜେ କରାନ୍ତି। ପହଣ୍ଡି ସମୟରେ ଦିଅଁମାନେ ସାତ ପାହାଚରେ ଚୂଳ ଓ ଟାହିଆ ଲାଗି ହୁଅନ୍ତି। ଏହି ସାତ ପାହାଚରେ ହିଁ ଦ୍ୱିତୀୟ ଥର ମଙ୍ଗଳ ଆଳତି ହୁଏ। ବନ୍ଦାପନା ପରେ ରଘୁଦାସ ମଠରୁ ଆସିଥିବା ଘଷା ଲାଗି ହୋଇ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନ ବେଦିକୁ ବିଜେ କରନ୍ତି। ସୁଆର ସେବକ ମାନେ ଅହ୍ମୁଣିଆ ପାଣି ଛିଞ୍ଚନ୍ତି। ଗରାବଡୁ ସେବକ ସୁନା ଗରା ଧରି ଶୀତଳା ମାତାଙ୍କ ମନ୍ଦିର ସାମନାରେ ଥିବା ସୁନା କୂଅରୁ ଜଳ ଆଣନ୍ତି। ଏହି କୂଅ ବର୍ଷ ସାରା ଅବ୍ୟବହୃତ ହୋଇ ରହିଥାଏ। କିମ୍ବଦନ୍ତୀ ରହିଛି ଯେ ମା’ ଶୀତଳାଙ୍କ ବାହନ ସିଂହ ଏହାକୁ ଜଗି ରହିଛି। ବର୍ଷ ସାରା ଏହି କୂଅର ଜଳ ବ୍ୟବହାର ନ ହେଉଥିବାରୁ ଏହାକୁ ମଧ୍ୟ ଅଣତୁଠ ଜଳ ବୋଲି କୁହାଯାଏ। ତେବେ ସ୍ନାନ ପୂର୍ଣ୍ଣିମା ଦିନ ଏହି ଜଳୁ ଆଣି ତାକୁ ଅଭିମନ୍ତ୍ରିତ କରାଯାଇ ସେଥିରେ ୧୩ ଗୋଟି ପଦାର୍ଥ ମିଶ୍ରଣ ହୁଏ। ସେଗୁଡିକ ହେଲା ଅଷ୍ଟବନ୍ଧ,କୃଷ୍ଣ ଗୁର,ଉଷିର, ଗୋରଚନା, ଦେବଦାରୁ, ମୁଥା, ହରିତାଲ,ବାହାଡ଼ା,ଆମଳକି, ସଂଜିଷ୍ଠା, ତାମ୍ବ୍ରପର୍ଣ୍ଣ,ଶୋମପର୍ଣି ଓ ଲୋଧା। ଏହା ପରେ ସେହି ସୁଗନ୍ଧ ଜଳରେ ଦିଅଁଙ୍କୁ ସ୍ନାନ କରାଯାଏ। ଏହି ୧୦୮ ଗରାରୁ ୩୩ ଗରା ବଳଭଦ୍ର ,୩୫ ଗରା ଜଗନ୍ନାଥ , ୨୨ ଗରା ସୁଭଦ୍ରା ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରନ୍ତି। ଏହା ପରେ ରଘୁଦାସ ମଠରୁ ମା’ ସୁଭଦ୍ରା ଙ୍କ ପାଇଁ ଫୁଲଚୂଳ,ଚନ୍ଦ୍ରିକା ଓ ଛତ୍ରି ଲାଗି କରାଯାଇଥିବାବେଳେ ଗୋପାଳ ତୀର୍ଥ ମଠ ଦ୍ବାରା ଶ୍ରୀ ବଳଭଦ୍ର,ଶ୍ରୀ ଜଗନ୍ନାଥଙ୍କୁ ଗଜାନନ ବେଶ ଓ ସୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ।
ତାପରେ ଦିଅଁମାନେ ପୁଣି ଗୋଟି ପହଣ୍ଡିରେ ଶ୍ରୀ ମନ୍ଦିରକୁ ଫେରନ୍ତି। କିନ୍ତୁ ରତ୍ନ ସିଂହାସନ ଆରୋହଣ ନ କରି ଭିତର କାଠ ପାଖ ଅଣସର ପିଣ୍ଡିରେ ବିଜେ କରନ୍ତି। ତାଙ୍କ ସମ୍ମୁଖରେ ତାଟି ବାନ୍ଧି ଦିଆଯାଏ। ସେଠାରେ ପଟିଦିଅଁଙ୍କୁ ରଖି ପୂଜା କରାଯାଏ। ଏଠାରେ ଦିଅଁମାନେ ସ୍ନାନ ପୂର୍ଣ୍ଣମୀରୁ ନେତ୍ର ଉତ୍ସବ ପର୍ଯ୍ୟନ୍ତ ଜ୍ୱରରେ ପଡନ୍ତି। ଏହି ସମୟରେ ଦିଅଁମାନଙ୍କୁ କେବଳ ଖେଚୁଡ଼ି ଭୋଗ ଲାଗି ହୁଏ। ଏହି ସମୟରେ ଶ୍ରୀମନ୍ଦିର ବନ୍ଦ ରହୁ ଥିବାରୁ ଭକ୍ତ ମାନେ ବ୍ରହ୍ମଗିରିର ଅଲାରନାଥଙ୍କ ଦର୍ଶନ ପାଇଁ ଯାଆନ୍ତି। ସ୍ନାନ ପୂର୍ଣ୍ଣିମାରେ ଦିଅଁମାନଙ୍କ ଗଜାନନ ବେଶ ଭକ୍ତଙ୍କ ପାଇଁ ଅନନ୍ୟ। ଥରେ ମହାରାଷ୍ଟ୍ରର ଜଣେ ଗଣେଶଙ୍କ ଭକ୍ତ ଶ୍ରୀଗଣପତି ଭଟ୍ଟ ଶ୍ରୀକ୍ଷେତ୍ରର ମହିମା ଶୁଣି ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ରତ୍ନ ସିଂହାସନରେ ତାଙ୍କର ଇଷ୍ଟ ଦେବତା ଶ୍ରୀ ଗଜାନନଙ୍କୁ ନ ଦେଖି ଦିଅଁଙ୍କୁ ପରଂବ୍ରହ୍ମ ବୋଲି ଅସ୍ବୀକାର କରି ମନ୍ଦିର ବାହାରକୁ ଚାଲି ଆସିଲେ। ତା’ ପରଦିନ ଦିଅଁଙ୍କ ସ୍ନାନ ଯାତ୍ରା ଥିଲା। ଠାକୁରେ ବଡ ପଣ୍ଡାଙ୍କୁ ସ୍ବପ୍ନାଦେଶ କଲେ ଯେ ସେ ଗଣପତି ଭଟ୍ଟଙ୍କୁ ଆମନ୍ତ୍ରଣ କରି ସ୍ନାନ ମଣ୍ଡପରେ ତାଙ୍କୁ ଦର୍ଶନ କରାଇବା ପାଇଁ। କିନ୍ତୁ ଯେତେବେଳେ ଗଣପତି ଭଟ୍ଟ ସ୍ନାନ ମଣ୍ଡପରେ ପହଞ୍ଚିଲେ ସେ ଦେଖିଲେ ଯେ ତାଙ୍କ ସମ୍ମୁଖରେ ତାଙ୍କ ଆରାଧ୍ୟ ସ୍ବୟଂ ପ୍ରଭୁ ଗଜାନନ। ସେଠାରେ ଏହା ଦେଖି ସେ ସ୍ତମ୍ଭୀଭୂତ ହୋଇଗଲେ ଏବଂ ତାଙ୍କର ଚେତନା ଜାଗ୍ରତ ହୋଇଗଲା ସେ ନିଜକୁ ଓ ଦିଅଁଙ୍କୁ ଠିକ ବୁଝିପାରିଲେ। ସେହି ଦିନଠାରୁ ବିଶ୍ୱନିୟନ୍ତାଙ୍କ ନିର୍ଦ୍ଦେଶରେ ପ୍ରତି ସ୍ନାନ ପୂର୍ଣ୍ଣିମା ରେ ଦିଅଁମାନଙ୍କ ଗଜାନନ ବେଶ ହୁଏ, ଏବେ ବି ଚାଲିଛି ଓ ଯୁଗ ଯୁଗ ପାଇଁ ଚାଲିଥିବ।
-ପ୍ରଦୀପ୍ତ କୁମାର କର
ପ୍ଲଟ ନଂ ୨୫,ସୂର୍ଯ୍ୟ ନଗର, ଭୁବନେଶ୍ୱର, ମୋ: ୯୪୩୭୦୮୪୩୧୨


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?