ବିଧାୟକଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିବି: ଅମରେଶ

ଭୁବନେଶ୍ୱର, ୨୨।୬ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ଶୁକ୍ରବାର ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ୨୦୨୨ ଓ ୨୦୨୩ରେ ଦୁଇଥର ପବ୍ଲିକ ଓ୍ବାର୍କସ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିବା ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ନେତା ତଥା କର୍ପୋରେଟର ଅମରେଶ ଜେନା ଏଥର ଏହି ପଦ ପାଇଁ ନାମାଙ୍କନପତ୍ର ଭରି ନ ଥିଲେ। ଫଳରେ ଅନ୍ୟ ଜଣେ ବିଜେଡି କର୍ପୋରେଟର ସମ୍ପୃକ୍ତ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ଏପରିସ୍ଥିତିରେ ଅମରେଶ ଖୁବ୍‌ଶୀଘ୍ର ଭାଜପାରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ଅମରେଶ କହିଛନ୍ତି, ସେ ଏବେ ବି ଦଳରେ ଅଛନ୍ତି। ଆଗକୁ ବିଜେଡି ପାଇଁ କାମ କରିବେ। ଏଥିସହ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ବର୍ତ୍ତମାନର ବିଧାୟକଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିବେ। ଏନେଇ ତଦନ୍ତ ପାଇଁ ଉଦ୍ୟମ କରିବେ ବୋଲି ଅମରେଶ କହିଛନ୍ତି। ଅନ୍ୟପକ୍ଷରେ ଏକାମ୍ର ନିର୍ବାଚନମଣ୍ଡଳୀର ବିଜେଡି ନେତା ତଥା କର୍ପୋରେଟର ବିରଞ୍ଚତ୍ ନାରାୟଣ ମହାସୁପକାର ମଧ୍ୟ ଭାଜପାରେ ମିଶିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।
ବିଧାନସଭା ନିର୍ବାଚନରେ ଏହି ଦୁଇ ବିଜେଡି ନେତା ବିରଞ୍ଚତ୍ ଓ ଅମରେଶ ବିଧାୟକ ଟିକେଟ୍‌ ଆଶାୟୀ ଥିଲେ। ତେବେ ଦଳ ସେମାନଙ୍କୁ ଟିକେଟ୍‌ ନ ଦେଇ ପୁରୁଣା ପ୍ରାର୍ଥୀଙ୍କୁ ଭରସା କରିଥିବାରୁ ଏମାନେ ଦଳର ନିଷ୍ପତ୍ତିକୁ ବିରୋଧ କରିଥିଲେ। ତେବେ ବୁଝାଶୁଝା ପରେ ସେମାନେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ମଧ୍ୟ ଭିତିରିଆ ଭାଜପାକୁ ସମର୍ଥନ କରିଥିବା ଅଭିଯୋଗ ହୋଇଥିଲା। ଏକାମ୍ରରେ ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ନିର୍ବାଚନ ହାରିଥିବାବେଳେ ମଧ୍ୟ ନିର୍ବାଚନମଣ୍ଡଳୀରେ ଅନନ୍ତ ନାରାୟଣ ଜେନା ମାତ୍ର ୩୭ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ଦଳର ଏଭଳି ସ୍ଥିତି ପାଇଁ ଅନ୍ୟ ବିଜେଡି କର୍ପୋରେଟରମାନେ ବିରଞ୍ଚତ୍ ଓ ଅମରେଶଙ୍କୁ ଦାୟୀ କରୁଥିବାବେଳେ ଖୁବ୍‌ଶୀଘ୍ର ଏମାନେ ଭାଜପାରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।
ଶୁକ୍ରବାର ଅନୁଷ୍ଠିତ ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ବିରଞ୍ଚତ୍ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ବିଜେଡିରୁ ନାମାଙ୍କନପତ୍ର ଦାଖଲ କରିଥିଲେ। ହେଲେ ଅଶୋକଙ୍କ ହାରିବା ପଛରେ ବିରଞ୍ଚତ୍ଙ୍କ ହାତ ଥିବା ଅଭିଯୋଗ କରି ଅନ୍ୟଜଣେ ବିଜେଡି କର୍ପୋରେଟର ତାଙ୍କ ବିରୋଧରେ ନାମାଙ୍କନପତ୍ର ଭରି ଥିଲେ। ଗୋଟିଏ ପଦ ପାଇଁ ଦୁଇ ବିଜେଡି କର୍ପୋରେଟର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ଏବେ ଜୋର୍‌ ଆଲୋଚନା ଚାଲିଛି। ଏହାସହ ଖୁବ୍‌ଶୀଘ୍ର ବିରଞ୍ଚତ୍ ଭାଜପାରେ ସାମିଲ୍‌ ହେବା ନେଇ ମଧ୍ୟ ଶୁଣାଯାଉଛି। ଏହି ଚର୍ଚ୍ଚା ଅଧିକ ରୋଚକ ହେବାରେ ଲାଗିଛି। କାରଣ କମିଟି ଅଧ୍ୟକ୍ଷ ଭାବେ ବିରଞ୍ଚତ୍ଙ୍କ ବିଜୟ ପରେ ଭାଜପା କର୍ପୋରେଟରମାନେ ଉତ୍ସାହିତ ହୋଇ ତାଳି ମାରିବା ଓ ହୁଳହୁଳି ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେବଳ ସେତିକି ନୁହେଁ, ଗୁରୁବାର ଏକାମ୍ର ବିଧାୟକ ବାବୁ ସିଂଙ୍କ ପକ୍ଷରୁ ଗୁଆଝରଠାରେ ଆୟୋଜିତ ଚନ୍ଦନ ଉତ୍ସବରେ ମଧ୍ୟ ବିରଞ୍ଚତ୍ଙ୍କୁ ଦେଖିବାକୁ ମିଳିଥିଲା। ତେବେ ଭାଜପାରେ ମିଶିବା ଚର୍ଚ୍ଚା ସମ୍ପର୍କରେ ବିରଞ୍ଚତ୍ କହିଛନ୍ତି, ଏସବୁ ମିଛି ପ୍ରଚାର। ସେ ଏବେ ବି ଦଳରେ ଅଛନ୍ତି। ଆଗକୁ କିପରି ଭଲ କାମ କରିବେ ସେ ନେଇ ଧ୍ୟାନ ଦେବେ ବୋଲି ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?