ଦାରିଙ୍ଗବାଡିରେ କଫି ଚାଷ କରିବା ପାଇଁ ଚାଷୀଙ୍କୁ ପରାମର୍ଶ, ହଳଦୀ ପରି ଦେଶ ବିଦେଶରେ…

ଦାରିଙ୍ଗବାଡି, ୨୭।୧ (ଅରୁଣ ସାହୁ): ସୋମବାର ଦାରିଙ୍ଗବାଡିଠାରେ ଅନନ୍ୟା ଓ ପିଟୁସି କମ୍ୟୁନିକେଶନ ତରଫରୁ ଜାତୀୟ ସ୍ତରୀୟ ଦିନିକିଆ ମସଲା ଜାତୀୟ ଓ କଫି ଚାଷ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବାଲିଗୁଡା ଉପଜିଲାପାଳ ଡ. ରୀନା ପ୍ରଧାନ ,ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ,ଓଡ଼ିଶା କଫି ବୋର୍ଡ ତରଫରୁ ବିଶ୍ୱରଂଜନ ଭୋଇ ,କୋରାପୁଟ କଫି ଫାର୍ମର ସଭାପତି ସୁଶାନ୍ତ ପଣ୍ଡା ଯୋଗ ଦେଇଥିଲେ। ସେହିପରି ଆପେଡା ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ, ଓୟୁଏଟିରୁ ଡ଼. ପ୍ରଭୁ ଚରଣ ଲେଙ୍କା ,ସ୍ପାଇସ ବୋର୍ଡ ସହକାରୀ ନିର୍ଦ୍ଦେଶକ ଭିଜେନ୍ସି.ଭି ଏବଂ ଉଚ୍ଚ ପତନ ଗବେଷଣା କେନ୍ଦ୍ରର ଡ. ପର୍ଶୁରାମ ସିଆଳ ପ୍ରମୁଖ ଯୋଗ ଦେଇଥିଲେ। ସମ୍ମିଳନୀରେ ମୁଖ୍ୟତଃ ମସଲା ଜାତୀୟ ଚାଷ ଅଦା ,ହଳଦୀ, ଗୋଲ ମରିଚ, ଡାଲ ଚିନି , ଅଳେଇଚ ଭଳି ଦାରିଙ୍ଗବାଡିରେ କଫି ଚାଷ କରିବା ପାଇଁ ସମ୍ମିଳନୀରେ ଉପସ୍ଥିତ ଥିବା ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଦାରିଙ୍ଗବାଡିରେ କଫି ଚାଷ ପାଇଁ ଉପଯୁକ୍ତ ଜଳବାୟୁ ରହିଛି ତେଣୁ ଏଠାରେ କଫି ଚାଷ କଲେ ଏଠାକାର ଚାଷୀମାନେ ବହୁତ ଲାଭବାନ ହେବେ ଓ ହଳଦୀ ପରି ଦାରିଙ୍ଗବାଡିର କଫିକୁ ମଧ୍ୟ ଦେଶ ବିଦେଶରେ ସ୍ବତନ୍ତ୍ରତା ମିଳିପାରିବ ବୋଲି ଆଲୋଚନା କରାଯାଇଛି। ଏହି ଅବସରରେ କନ୍ଧମାଳ ଏମ୍‌ପି ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି , ଅଦା ହଳଦୀଠୁ ଆରମ୍ଭ କରି ଗୋଲ ମରିଚ, ଡାଲଚିନି, ଗୁଜୁରାତି, ଅଳେଇଚ ମସଲା ଜାତୀୟ ଖାଦ୍ୟ ଭଳି କଫି ଚାଷକୁ କିଭଳି କିପରି ଆଗକୁ ବଢ଼ାଇ ହେବ, ସେନେଇ ଆଲୋଚନା ହୋଇଛି। ସେହିଭଳି କୋରାପୁଟ କଫି ବୋର୍ଡ ବରିଷ୍ଠ ସମ୍ପର୍କ ଅଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦାରିଙ୍ଗବାଡିରେ କଫି ଚାଷ ପାଇଁ ପରିବେଶ ବହୁତ ସନ୍ତୁଳିତ, ସଠିକ୍‌। ଦେଖାରଖା ଓ ପରିଚାଳନା କଲେ ଚାଷୀ ବହୁତ ଲାଭବାନ ହେବେ। ଦାରିଙ୍ଗବାଡି କଫି ବାବଦରେ ପଚାରିବାରୁ ସେ କହିଛନ୍ତି, ଏହାର ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଛି ଧୀରେ ଧୀରେ ଏହାକୁ ଯଦି ଟେକ୍ନିକାଲ ଗାଇଡାନ୍ସ ଲୋକ ଓ ଚାଷୀଙ୍କ ପାଖରେ ପହଞ୍ଚାଇ ଦେବା ତେବେ ଏହା ନିହାତି ଭାବେ ଦାରିଙ୍ଗବାଡି ତଥା କନ୍ଧମାଳ କଫି ଆଗକୁ ବଢ଼ିବ ବୋଲି କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବାକୁ ଟ୍ରଲର ଧକ୍କା ଦେବା ପରେ…

ଟେନ୍‌ସା,୨ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ଜାମୁଡିହି ଟୋଲ୍‌ ଗେଟ୍‌ ସମ୍ମୁଖରେ ଏକ ଟ୍ରଲର ଓଡି…

Odisha Floods: ବନ୍ୟାଞ୍ଚଳ ବୁଲିଲେ ଜିଲାପାଳ, ସ୍ଥିତି ଅନୁଧ୍ୟାନ କରି…

ଚାନ୍ଦବାଲି,୨ା୮(କିଷାନ ପାତ୍ର): ଭଦ୍ରକ ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଜଳ ଘେରାଉ କରିଥିବା…

ପ୍ଲାଷ୍ଟିକ ମୁଦ୍ରା ପ୍ରଚଳନ ପରେ କାଗଜ ନୋଟଗୁଡିକ କ’ଣ କରିବ RBI, ସେଗୁଡିକୁ କିପରି ନଷ୍ଟ କରାଯିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ନୋଟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବାରୁ, ଅନେକ ଲୋକ ଭାବୁଛନ୍ତି ଯେ ବର୍ତ୍ତମାନର କାଗଜ ନୋଟ ଗୁଡିକର କଣ ହେବ।…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri