ଘର ଭାଙ୍ଗିଦେଇଛି ପ୍ରଶାସନ, ହସ୍ପିଟାଲରେ ମୃତଦେହ

ବଲାଙ୍ଗୀର,୯।୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକର ତବଲବାଞ୍ଜି ଗାଁରେ ବିସ୍ଥାପନର ଏକ କରୁଣ ଚିତ୍ର ଲୋକଲୋଚନକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଆହତ ପୁଅକୁ ବଞ୍ଚାଇବା ପାଇଁ ପରିବାର ଲୋକେ ହସ୍ପିଟାଲରେ ଥିବା ବେଳେ ଲୋୟର ସୁକ୍‌ତେଲ ପ୍ରକଳ୍ପ ଉଚ୍ଛେଦକାରୀ ଟିମ୍‌ ସେମାନଙ୍କ ଘର ଭାଙ୍ଗି ଦେଇଛନ୍ତି। ଶନିବାର ହସ୍ପିଟାଲରେ ଚିକିତ୍ସାଧୀନ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ପରିବାର ଲୋକେ ପୁଅର ମୃତଦେହ ଗାଁକୁ ଆଣିବାକୁ ଚାହୁଁଥିଲେ ମଧ୍ୟ ପ୍ରଶାସନ ଘର ଭାଙ୍ଗି ଦେଇଥିବାରୁ ଦାହ ସଂସ୍କାର ଓ ଶୁଦ୍ଧିକ୍ରିୟା କେଉଁଠି କରିବେ ସେ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି।
ପ୍ରକାଶ ଯେ, ତବଲବାଞ୍ଜି ଗାଁର ଖଗେଶ୍ୱର ଭୋଇଙ୍କ ପୁଅ ସୁମନ୍ତ (୨୫) ଗତ ଜୁଲାଇ ୨୬ ତାରିଖ ଦିନ ଏକ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇଥିଲେ। ତାଙ୍କୁ ପରିବାର ଲୋକେ ପ୍ରଥମେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଏବଂ ପରେ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରୁଥିଲେ। ଫଳରେ ସେମାନେ ଘରେ ତାଲା ପକାଇ ବୁର୍ଲା ଯାଇଥିଲେ। ଏତିକି ବେଳେ ଉଚ୍ଛେଦକାରୀ ଟିମ୍‌ ସମ୍ପୃକ୍ତ ଘରର ତାଲା ଭାଙ୍ଗି ସମସ୍ତ ଜିନିଷପତ୍ର ଉଠାଇ ନେଇ ଘର ଭାଙ୍ଗି ଦେଇଥିବା ଗଁା ଲୋକେ କହିଛନ୍ତି। ପୁଅକୁ ହସ୍ପିଟାଲରେ ଛାଡି ପରିବାର ଲୋକେ ଆସି ପାରିନଥିଲେ ବି ପ୍ରଶାସନ ସେମାନଙ୍କ ଅନୁପସ୍ଥିତିରେ ଘର ଭାଙ୍ଗି ଦେଇଥିଲା। ଶନିବାର ଚିକିତ୍ସାଧୀନ

ଅବସ୍ଥାରେ ସୁମନ୍ତଙ୍କ ମୃତ୍ୟୁ ଘଟିଛି। ରବିବାର ମୃତଦେହ ବ୍ୟବଚ୍ଛେଦ ହେବ। ଏହାପରେ ମୃତଦେହ ତବଲବାଞ୍ଜି ଫେରାଇବାକୁ ପରିବାର ଲୋକେ ଇଚ୍ଛା କରୁଥିଲେ ହେଁ ପ୍ରଶାସନ ଗାଁ ଘର ଭାଙ୍ଗି ଦେଇଥିବାରୁ ସେମାନେ ଗାଁକୁ ଫେରିଲେ ଅଡୁଆରେ ପଡିବେ ବୋଲି ମୃତ ସୁମନ୍ତଙ୍କ ଭାଇ ଗୋବିନ୍ଦ କହିଛନ୍ତି। ମୃତଦେହକୁ ଦେଓଗଁା ନିକଟସ୍ଥ ସାଲେପାଲିକୁ ନେଇକରି ଯିବେ ଏବଂ ସେଠାରେ ଦାହ ସଂସ୍କାର କରିବେ ବୋଲି ଜଣାଇଛନ୍ତି। ଏହି ଘଟଣା ଜଣାପଡିବା ପରେ ତବଲବାଞ୍ଜି ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ହସ୍ପିଟାଲରେ ପୁଅକୁ ଚିକିତ୍ସା କରୁଥିବା ବେଳେ ପ୍ରଶାସନ ସେମାନଙ୍କ ଘର ଭାଙ୍ଗି ଦେବା ଠିକ୍‌ ହୋଇନାହିଁ ବୋଲି ଗାଁ ଲୋକେ କ୍ଷୋଭର ସହ କହିଛନ୍ତି। ବିସ୍ଥାପିତଙ୍କୁ ପ୍ରଶାସନ କିଭଳି ହତାଦର ଏବଂ ଅମାନବୀୟ ବ୍ୟବହାର କରୁଛି ଏହା ତାର ଜ୍ୱଳନ୍ତ ଉଦାହାରଣ ବୋଲି ଗାଁ ଲୋକେ କହିଛନ୍ତି। ଏନେଇ ଲୋୟର ସୁକ୍‌ତେଲ ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ ଅଜୟ ବେହେରାଙ୍କୁ ପଚରାଯିବାରେ ଏହି ପରିବାର ପୂର୍ବରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇସାରିଥିଲେ। ତବଲବାଞ୍ଜି ଘରୁ ଜିନିଷପତ୍ର ନେଇ ସାରିଥିଲେ। ଆଉ ଅଳ୍ପ କିଛି ଜିନିଷପତ୍ର ରହିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିିରେ ସେସବୁ ଜିନିଷପତ୍ର ଉଠାଇ ନିଆଯାଇ ଘର ଭଙ୍ଗାଯାଇଥିଲା ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ଲୋୟର ସୁକ୍‌ତେଲ ପ୍ରକଳ୍ପ ଜଳଭଣ୍ଡାରରେ ପୂର୍ଣ୍ଣ କ୍ଷମତାରେ ଜଳ ସଂରକ୍ଷଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ଦିନ ଲୋୟର ସୁକ୍‌ତେଲ ଡ୍ୟାମ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ସ୍ଥିର ହୋଇଛି। ଏହି କାରଣରୁ ଜିଲା ପ୍ରଶାସନ ଏବଂ ଲୋୟର ସୁକ୍‌ତେଲ ପ୍ରକଳ୍ପ ଟିମ୍‌ ଯୁଦ୍ଧକାଳୀନ ଭିତ୍ତିରେ ତବଲବାଞ୍ଜି ଗଁାରେ ବିସ୍ଥାପନ ପ୍ରକ୍ରିୟା ଜାରି ରଖିଛନ୍ତି। ଗତ ୪ ତାରିଖଠାରୁ ଏହି ଗାଁ ରେ ପ୍ରଶାସନ ଘର ଭଙ୍ଗା ଅଭିଯାନ ଆରମ୍ଭ କରିଛି।
ପ୍ରଥମ ଦିନ ଗାଁ ଲୋକେ ବିରୋଧ କରି ଧାରଣା ଦେବାରୁ ପ୍ରଶାସନ ଗାଁ ରେ ଘର ଭାଙ୍ଗି ପାରିନଥିଲା। ଦ୍ୱିତୀୟ ଦିନ ଧାରଣାରତ ଲୋକଙ୍କୁ ପୋଲିସ ଭ୍ୟାନରେ ପୂରାଇ ପ୍ରଶାସନ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?