ଦଶହରା ଚାନ୍ଦା ଆଦାୟ, ଜୁଆଖେଳ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ,୨୫ା୧୦: ଜିଲାରେ ସୋମବାରଠାରୁ ପାର୍ବଣ ଆରମ୍ଭ । ସେଥିପାଇଁ ବିଭିନ୍ନ ଶକ୍ତିପୀଠ, ମନ୍ଦିରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଦଶହରାରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅପରାଧୀମାନଙ୍କୁ ସାବଡ଼ କରିବା ପାଇଁ ପୋଲିସ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଛି। ବିଶେଷକରି ଜିଲାରେ ପୂଜା ସମୟରେ ଦଶହରା ମାମୁଲି, ଚାନ୍ଦା ନାଁରେ ଲୋକଙ୍କ ଠାରୁ ଜୋରଜବରଦସ୍ତ ବଟି ଆଦାୟ କରାଯାଇଥାଏ। ଏହା ବେଆଇନ ଅଟେ। ଯେଉଁ ବ୍ୟକ୍ତି ଏଭଳି କାର୍ଯ୍ୟରେ ଲିପ୍ତ ରହୁଥିବା ନେଇ ସୂଚନା ଆସିବ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଏଭଳି କୌଣସି ଖବର ପାଇଲେ ତୁରନ୍ତ ଡାଏଲ୍‌-୧୦୦/୧୧୨କୁ ଖବର କରିବା ସହିତ ଥାନାକୁ ଜଣାନ୍ତୁ। କୌଣସି ଅସାମାଜିକଙ୍କୁ ଭୟଭୀତ କରନ୍ତୁ ନାହିଁ। ନିର୍ଭୟ ହୋଇ ପୋଲିସକୁ ଖବର କରନ୍ତୁ। ସେହିପରି ପରମ୍ପରା ନାଁରେ ଚାଲିିଥିବା ଜୁଆଖେଳକୁ ମଧ୍ୟ ପ୍ରଶ୍ରୟ ଦିଆଯିବ ନାହିଁ। ଜୁଆଖେଳ ସମ୍ପର୍କରେ କୌଣସି ସୂଚନା ପାଇଲେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ। ପ୍ରତ୍ୟେକ ଥାନା ପୋଲିସ ପକ୍ଷରୁ ସହରର ପ୍ରବେଶ ପଥରେ ବ୍ଲକିଂ କରାଯାଉଛି। ସନ୍ଦେହଜନକ ଭାବେ ସହର ଭିତରକୁ ଆସୁଥିବା ଓ ବାହାରକୁ ଯାଉଥିବା ସମସ୍ତ ଯାନବାହନକୁ କଡାକଡି ଯାଞ୍ଚ କରାଯାଉଛି। ସେହିପରି ସମସ୍ତ ଜନସାଧାରଣ ଟ୍ରାଫିକ ନିୟମ ପାଳନ କରିବା ସହ ପୋଲିସକୁ ସହଯୋଗ କରିବାକୁ ଏସପି ପରାମର୍ଶ ଦେଇଛନ୍ତି।

ବିଶେଷକରି ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପୂଜା ମଣ୍ଡପ କମିଟିମାନେ ପୂଜା ପେଣ୍ଡାଲରେ ସିସିଟିଭି ଲଗାଇବା ସହ ଭକ୍ତଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୂଜା ପେଣ୍ଡାଲ ନିକଟରେ ଯେପରି ପାର୍କିଂ ଓ ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପୂଜା କମିଟିକୁ ନିର୍ଦ୍ଦେଶ ରହିଛି। ପାର୍ବଣ ସମୟରେ ଜନସାଧାରଣ ସତର୍କ ରହିବା ସହିତ ଆବଶ୍ୟକସ୍ଥଳେ ପୋଲିସର ସହାୟତା ନେଇପାରିବେ ବୋଲି ଏସ୍‌ପି ଏସପି ଡ. ଶ୍ରବଣା ବିବେକ ଏମ. କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri