ମଣ୍ଡିରେ ଚାଷୀ ଠକେଇର ଶିକାର ହେଲେ ହେବ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୩ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ମଣ୍ଡିରେ ଶୁକ୍ରବାର ଧାନକିଣା ଶୁଭାରମ୍ଭ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ଆମ ସରକାର ଚାଷୀଙ୍କୁ ଯାହା କଥା ଦେଇଥିଲେ, ତାହା ରଖିଛନ୍ତି। ଚଳିତବର୍ଷ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ଓ ଇନପୁଟ ସହାୟତା ମିଶି ୩୧୦୦ ଟଙ୍କା ମିଳିବ।

ନିର୍ଦ୍ଧାରିତ ଦିନରେ ଚାଷୀ ଧାନ ଧରି ମଣ୍ଡିକୁ ଆସିବେ ଓ ମିଲର୍ସମାନେ ଧାନ ଉଠାଇବେ। ଧାନ ବିକ୍ରି ସମୟରେ ଚାଷୀ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ମଣ୍ଡି ନୋଡାଲ ଅଫିସର ଓ ବିଭାଗୀୟ ଅଧିକାରୀଙ୍କୁ ଜଣାନ୍ତୁ। ଯଦି କୌଣସି ଚାଷୀ ଠକେଇର ଶିକାର ହୁଅନ୍ତି ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ ନାୟକ କହିଥିଲେ।

ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଫସଲର ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ। ସମସ୍ତ ପଞ୍ଜୀକୃତ ଚାଷୀଙ୍କଠୁ ସରକାରୀ ଦରରେ ଧାନକିଣା ଯିବା ସହ ଟଙ୍କା ପ୍ରଦାନ କରାଯିବ ବୋଲି ଉପଜିଲାପାଳ ଅନିଲ କୁମାର ସେଠୀ କହିଥିଲେ।

ମଣ୍ଡି ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲାପାଳ ବିଶ୍ବରଞ୍ଜନ କର, ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ୍‌ ମହାନ୍ତି, ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୁମନ୍ତ ସାହୁ, ଯୋଗାଣ ଅଧିକାରିଣୀ, ମିଶନଶକ୍ତି ବିପିସି, ମା ବାପାଙ୍ଗୀ ଏସଏଚଜି ସଭାପତି ସାଇବାଣି ବିଷୋୟୀ, ସମ୍ପାଦକ ଝୁନୁ ବିଷୋୟୀଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ମିଲର୍ସ, ଚାଷୀ, ପ୍ୟାକ୍ସ ସମ୍ପାଦକ ଓ ଆର୍‌ଏମସି କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ

ବାଲିଗୁଡ଼ା,୨୪।୩(ସଞ୍ଜୟ କୁମାର ପାଣିଗ୍ରାହୀ): ୧୯୩୬ ଅପ୍ରିଲ ୧ ତାରିଖ ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ଉକ୍ତ ଦିବସକୁ ଉତ୍କଳ ଦିବସ ଭାବେ ଓଡ଼ିଶାର...

ଘରେ ପଶି ଯୁବକଙ୍କୁ ହାଣି ଲୁଟିନେଲେ…

ବାଲେଶ୍ବର,୨୪।୩: ବାଲେଶ୍ବର ଜିଲା ସିମୁଳିଆ ଥାନା ବାଟି ପଞ୍ଚାୟତ ବଣଗଢ଼ିଆ ଗାଁରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଗାଁର ଆନନ୍ଦ ବେହେରାଙ୍କ ଘରେ ୫ଜଣ...

କଣ୍ଟିଲୋରେ ରାଷ୍ଟ୍ରପତି

ନୟାଗଡ଼,୨୪ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।...

ଓଡ଼ିଶାରେ ରାଷ୍ଟ୍ରପତି: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୨୪।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ସୋମବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ...

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ୍‌ ରାସ୍ତା ଜବରଦଖଲ: ଉଚ୍ଛେଦ ନ ହେଲେ…

ବରଗଡ଼,୨୪ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରମ ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ରୁ ଦାବି ଜୋର୍‌ ଧରି ଆସିଛି।...

ଘର ଉପରେ ଉପୁଡି ପଡ଼ିଲା ଆମ୍ବଗଛ: ମା’-ପୁଅ ଗୁରୁତର

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଏକ ଚାଳଛପର ଘର ଉପରେ ଏକ...

ରାସ୍ତାରେ ଆଇଇଡି ଖଞ୍ଜିଥିଲେ ମାଓବାଦୀ, ଯବାନଙ୍କ ପିକ୍‌ଅପ୍‌ ଯିବା ସମୟରେ…

ମାଲକାନଗିରି,୨୪ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଓ ଭୋପାଳପାଟନମ୍‌ ଜାତୀୟ ରାଜପଥରେ ମାଓବାଦୀମାନେ ଏକ ବଡ଼ଧରଣର ବିସ୍ଫୋରଣ ଘଟାଇଛନ୍ତି। ବିଜାପୁର ଗୋର୍ଲା ନାଲା ନିକଟରେ...

ଶଙ୍କରଙ୍କ ଦର୍ଶନ ପାଇଁ ଚାରିଧାମ ସାଇକେଲ ଯାତ୍ରାରେ ବାହାରିଲେ ଯୁବକ ଶଙ୍କର

ଦାରିଙ୍ଗବାଡ଼ି,୨୪ା୩(ଅରୁଣ ସାହୁ): ଶଙ୍କରଙ୍କ ଦର୍ଶନ ପାଇଁ ଶଙ୍କର ବାହାରିଛନ୍ତି ସେ ବି ସାଇକଲରେ। ଏଭଳି ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri