ରୁଷିଆ ଅରବପତିଙ୍କୁ ବିଷ ଦିଆଯାଇଥିବା ଆଶଙ୍କା

କିଭ୍‌,୨୯୩: ରୁଷୀୟ ଅରବପତି ରୋମାନ ଆବ୍ରାମୋଭିଚ୍‌ ଏବଂ ୟୁକ୍ରେନ୍‌ର ଦୁଇ ଶାନ୍ତି ପ୍ରତିନିଧିଙ୍କୁ କିଭ୍‌ରେ ବିଷ ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଶାନ୍ତି ଆଲୋଚନାକୁ ଭଣ୍ଡୁର କରିବାକୁ ମସ୍କୋ ଏପରି କରିଥାଇପାରେ ବୋଲି ସୋମବାର ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି। ବିଲିୟନେୟାର ରୋମାନ ଆବ୍ରାମୋଭିଚ୍‌ଙ୍କ ଉପରେ ନିକଟରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲେ। ୟୁକ୍ରେନ୍‌ର ଅନୁରୋଧ କ୍ରମେ ଶାନ୍ତି ଆଲୋଚନା ନିମନ୍ତେ ରୋମାନ୍‌ ମାର୍ଚ୍ଚ ୩ରେ କିଭ୍‌ ଯାଇଥିଲେ। ସେ କିଭ୍‌ରେ ୟୁକ୍ରେନ୍‌ର ୨ ପ୍ରତିନିଧିଙ୍କ ସହ ମିଟିଂ କରିବା ପରେ ସମସ୍ତ ୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ଆଖି ଲାଲ ପଡ଼ିଯିବା ସହ ଚର୍ମରୁ ଚୋପା ଛାଡ଼ିବା ଏବଂ ମୁହଁରେ ଅଜବ ଲକ୍ଷଣ ଦେଖାଯାଇଥିଲା ବୋଲି ଏହି ଆମେରିକୀୟ ଖବରକାଗଜ ପ୍ରକାଶ କରିଛି। ବାସ୍ତବରେ ଏହା ପଛରେ କିଏ ରହିଛି ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ମସ୍କୋର କେତେଜଣ କଠୋରପନ୍ଥୀ ଏପରି କାମ କରିଥିବା ସନ୍ଦେହ କରାଯାଉଛି। ସମସ୍ତ ୩ ଜଣ ଏବେ ସୁସ୍ଥ ଅଛନ୍ତି। ତେବେ ହତ୍ୟା ଉଦ୍ଦେଶ୍ୟରେ ନୁହେଁ ବରଂ ସେମାନଙ୍କୁ ଚେତାବନୀ ଦେବା ପାଇଁ ବିଷ ଦିଆଯାଇଥିବା ଅନ୍‌ଲାଇନ ଇନଭେଷ୍ଟିଗେଶନ ସଂସ୍ଥାର କ୍ରିଷ୍ଟୋ ଗ୍ରୋଜେଭ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସମେତ ୧୬ ରାଜ୍ୟକୁ ହାଇ ଆଲର୍ଟ; IMD ର ବଡ଼ ଚେତାବନୀ

ନୂଆଦିଲ୍ଲୀ,୩।୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ଉତ୍ତର ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ଅଙ୍ଗନବାଡି ଗୃହ ପାଇଁ ବ୍ଲକ ଘେରାଉ: ଆନ୍ଦୋଳନରେ ସାମିଲ ହେଲେ କୁନି କୁନି ପିଲା

ଜଗନ୍ନାଥପ୍ରସାଦ,୩।୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଚାରିକୋଣିଆ ଗୌଡ଼ ସାହିରେ ଅଙ୍ଗନବାଡି…

ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପରଲୋକ, ଶୋକବ୍ୟକ୍ତ କଲେ କଳାହାଣ୍ଡି ଏମପି

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ପତ୍ନୀ ଶ୍ରୀମତୀ ମାଝୀ (୫୭)ଙ୍କ ଗୁରୁବାର ବିଳମ୍ବିତ…

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

ଭୂକମ୍ପ ଭଗ୍ନାବଶେଷ ଭିତରୁ ୭ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କାରକାସ୍‌,୩।୭: ଭେନେଜୁଏଲାରେ ଦୁଇଟି ଭୂକମ୍ପ ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ ବଞ୍ଚିବାର ଏକ ଉଲ୍ଲେଖନୀୟ କାହାଣୀ ସାମ୍ନାକୁ ଆସିଛି। ପ୍ରାୟ ୭ ଦିନ ଧରି ଏକ ଶପିଂ…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ବରଗଡ଼ରେ ଠକସଂସ୍ଥା ଠାବ ଘଟଣାର ଫିଟୁଛି ଗୁମର: ପୋଲିସକୁ ଫେରାଦ ହେଲେ ଯୁବତୀଯୁବକ

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ):ଚାକିରି ଦେବା ଆଳରେ ଯୁବତୀ, ଯୁବକଙ୍କୁ ଠକେଇ କରି ବରଗଡ଼ ପୋଲିସ ହାତରେ ଧରାପଡ଼ିଥିବା ଠକସଂସ୍ଥାର ଗୁମର ଫିଟିବାରେ ଲାଗିଛି। ଏହି ଠକସଂସ୍ଥା ଦ୍ୱାରା ଶତାଧିକ…

ୟୁକ୍ରେନ୍‌ ଆକ୍ରମଣର ପ୍ରତିଜବାବ, ରୁଷିଆ ଆକ୍ରମଣରେ କିଭ୍‌ରେ ୨୦ ମୃତ

କିଭ୍‌,୩।୭(ପି.ଟି.): ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୧୧ ଘଣ୍ଟିଆ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri