ଝାରସୁଗୁଡ଼ାରେ ହେବ ମେଡିକାଲ କଲେଜ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ଝାରସୁଗୁଡ଼ାରେ ପ୍ରସ୍ତାବିତ ୧୦୦ ଆସନ ବିଶିଷ୍ଟ ଶ୍ରୀ ଶ୍ରୀ ରବିଶଙ୍କର ମେଡିକାଲ କଲେଜ ଓ ୱେଲ୍‌ନେସ୍‌ ସେଣ୍ଟର ପ୍ରତିଷ୍ଠା ହେବାକୁ ଯୋଜନା ଚାଲିଛି। ଏ ନେଇ ସୋମବାର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା। ସରକାରୀ ଓ ଘରୋଇ ସହଭାଗିତାରେ ପ୍ରତିଷ୍ଠା ହେବାକୁ ଥିବା ଏହି ମେଡିକାଲ କଲେଜ ପାଇଁ ଖୁବ୍‌ଶୀଘ୍ର ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର୍‌) ଉପସ୍ଥାପନ କରାଯିବ। ପରବର୍ତ୍ତୀ ସମୟରେ ଡାଇରେକ୍ଟୋରେଟ ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ(ଡିଏମ୍‌ଇଟି)ର ଅନୁମୋଦନ ପାଇବା ପରେ ସରକାରୀ ସ୍ତରରେ ଏଥିପାଇଁ ନିଷ୍ପତ୍ତି ନିଆଯିବ। ପ୍ରାୟ ୫୦ ଏକର ଜମିରେ ପ୍ରସ୍ତାବିତ ୱେଲ୍‌ନେସ୍‌ ସେଣ୍ଟର ମଧ୍ୟରେ ଆୟୁର୍ବେଦ, ନେଚରୋପାଥି, ଯୋଗ, ପଞ୍ଚକର୍ମ ଓ ମାନସିକ ସ୍ବାସ୍ଥ୍ୟ ଭଳି ବିଭିନ୍ନ ସୁବିଧା ରହିବ ବୋଲି ବୈଠକରୁ ସୂଚନା ମିଳିଛି। ବୈଠକର ଆଲୋଚନା ଅନୁସାରେ ମେଡିକାଲ କଲେଜ ଓ ୱେଲ୍‌ନେସ୍‌ ସେଣ୍ଟର ଅଲଗା ସ୍ଥାନରେ ନିର୍ମାଣ କରାଯିବ। ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜରେ କ୍ଲିନିକାଲ ସୁବିଧା ସହ ଏଠାରେ ଡାକ୍ତରୀ ପାଠ ପଢ଼ିବାକୁ ଥିବା ଛାତ୍ରୀଛାତ୍ରଙ୍କ ପାଇଁ ମେଡିକାଲ ପାଠ୍ୟକ୍ରମର ବ୍ୟବସ୍ଥା ରହିବ। ଏହି ବୈଠକରେ ଡିଏମ୍‌ଇଟି, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ, ଆୟୁଷ ନିର୍ଦ୍ଦେଶକ ସାମିଲ ଥିବାବେଳେ ପ୍ରସ୍ତାବିତ ମେଡିକାଲ କଲେଜ ପକ୍ଷରୁ ଅଶୋକ ଗାନ୍ଧୀ, ପୱନ୍‌ ସୁଲତାନିଆଙ୍କ ସହ ଏକ ପ୍ରତିନିଧିମଣ୍ଡଳୀ ବୈଠକରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଧାର୍ଯ୍ୟ

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ପୌର ନିର୍ବାଚନ ଲାଗି ତାରିଖ ଘୋଷଣା କରାଯିବା ପରେ ଏହାକୁ ନେଇ ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନରେ ମାତ୍ରାଧିକ ଖର୍ଚ୍ଚ ଏଡ଼ାଇବାକୁ...

ରାଜ୍ୟରେ ବଳାତ୍କାର ମାମଲା ବଢିଚାଲିଛି, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର, ୩।୧୨(ବ୍ୟୁରୋ): ପୁରୀରେ ଘଟିଥିବା ଲଜ୍ଜାଜନକ ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଏବଂ ଭାଜପା ରାଜ୍ୟ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ନବୀନ ନିବାସ ଘେରାଉ କରିଥିବାବେଳେ...

ଅନୁପ, ବର୍ଦ୍ଧନଙ୍କୁ କୋର୍ଟରେ ହାଜର କଲା ପୋଲିସ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ, ବ୍ରଜରାଜନଗର(ଡି.ଏନ.ଏ.), ୧୯ା୨:ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବ୍‌ଲି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ...

ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିପାଉଛି : ମନ୍ତ୍ରୀ

ଭୁବନେଶ୍ୱର, ୮।୩(ବ୍ୟୁରୋ): ଓଡ଼ିଶା ଗତ ୧୦୦ ବର୍ଷରେ ଛୋଟବଡ଼ ୧୩୫ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି। ଗତ ୨୦ବର୍ଷ ମଧ୍ୟରେ ରାଜ୍ୟ ୩୨ଥର ବନ୍ୟା, ବାତ୍ୟା,...

ନାବାଳିକା ବଳାତ୍କାର ମାମଲାରେ ୧୦ବର୍ଷ ଜେଲ୍‌ ଦଣ୍ଡାଦେଶ

ଭବାନୀପାଟଣା,୧୦।୩: ନାବାଳିକା ବଳାତ୍କାର ମାମଲାରେ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର...

୪ ଜିଲା ପାଇଁ ୩୬ ପିଜି ଡାକ୍ତରଙ୍କୁ ନିଯୁକ୍ତି

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପିଜି ଡାକ୍ତରମାନଙ୍କୁ କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଏବଂ ନୂଆପଡ଼ା ଜିଲାଗୁଡ଼ିକରେ କୋଭିଡ୍‌...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଉକିଆ

କୋକସରା,୨୦ା୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ କିଛି ନିର୍ବାଚିତ ଜନପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀଙ୍କ...

ଆଜି ଉତ୍ତର, ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୧।୮(ବ୍ୟୁରୋ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି। ଏହା ଫଳରେ ରାଜ୍ୟରେ ବର୍ଷାର ପରିମାଣ କମିଯାଇଛି। ଶନିବାର ବଲାଙ୍ଗୀରରେ ସର୍ବାଧିକ ୧୨ ମିଲିମିଟର...

Advertisement
Archives

Model This Week