Posted inଖେଳ

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା ତାଲିକାରେ ସେ ସୂର୍ଯ୍ୟକୁମାର ଯାଦବଙ୍କ ସମକକ୍ଷ ହୋଇଛନ୍ତି। ୨୦୨୬ରେ ଏଯାଏ ଅଭିଷେକ ୬୮ଟି ଛକା ମାରିଥିବା ବେଳେ, ସୂର୍ଯ୍ୟକୁମାର ୨୦୨୨ରେ ଏହି ସଂଖ୍ୟା ହାସଲ କରିଥିଲେ।
ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ମାତ୍ର ୩୦ଟି ବଲ୍‌ରୁ ୬୯ ରନ୍‌ର ଦମ୍‌ଦାର ଇନିଂସ ଖେଳିଥିଲେ। ଏହି ପାଳିରେ ସେ ୬ଟି ଚୌକା ସହ ୫ଟି ଛକା ମାରିଥିଲେ। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଭାରତକୁ ଦ୍ରୁତ ଆରମ୍ଭ ଦେଇଥିଲା। ଏହି ପାଞ୍ଚଟି ଛକା ସହ ୨୦୨୬ରେ ତାଙ୍କ ମୋଟ ଛକା ସଂଖ୍ୟା ୬୮ରେ ପହଞ୍ଚିଛି। ଫଳରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାର ରେକର୍ଡରେ ସେ ସୂର୍ଯ୍ୟକୁମାରଙ୍କ ସହ ମିଳିତ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି।

ଗୋଟିଏ ବର୍ଷରେ ସର୍ବାଧିକ ଛକା

– ୬୮ ଛକା ଅଭିଷେକ ଶର୍ମା (୨୦୨୬)
– ୬୮ ଛକା ସୂର୍ଯ୍ୟକୁମାର ଯାଦବ (୨୦୨୨)
– ୫୪ ଛକା ଅଭିଷେକ ଶର୍ମା (୨୦୨୫)
– ୫୨ ଛକା ଈଶାନ କିଶନ (୨୦୨୬)
– ୪୫ ଛକା ସାହିବଜାଦା ଫରହାନ (୨୦୨୫)

ଅଭିଷେକଙ୍କ ଏହି ସଫଳତାର ଆଉ ଏକ ବିଶେଷତ୍ୱ ରହିଛି। ସେ ୨୦୨୫ ଓ ୨୦୨୬ଦୁଇଟି କ୍ୟାଲେଣ୍ଡର ବର୍ଷରେ ୫୦ରୁ ଅଧିକ ଛକା ମାରିଛନ୍ତି। ଏହି ଫର୍ମାଟ୍‌ରେ ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ତାଙ୍କୁ ଅନ୍ୟ ବ୍ୟାଟରଙ୍କଠାରୁ ସ୍ବତନ୍ତ୍ର କରିଛି।

ଅନ୍ତର୍ଜାତୀୟ ଟି-୨୦ରେ ଭାରତ ପାଇଁ ସର୍ବାଧିକ ଛକା ମାରିଥିବା ବ୍ୟାଟରଙ୍କ ତାଲିକାରେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ପରେ ଅଭିଷେକ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ବ୍ୟାଟ୍‌ରୁ ଏଯାଏ ଏହି ଫର୍ମାଟ୍‌ରେ ୧୪୧ଟି ଛକା ବାହାରିଛି। ଏହି ରେକର୍ଡ ଅଭିଷେକଙ୍କ ବଢ଼ୁଥିବା ପ୍ରଭାବ ଓ ଆକ୍ରମଣାତ୍ମକ ଖେଳର ଆଉ ଏକ ପ୍ରମାଣ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?