୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ନିଜର ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟ୍‌ଙ୍କୁ ନିଜର ପତ୍ନୀ କରିବେ। ଆସନ୍ତା ମାସ ଜୁଲାଇ ୫ ତାରିଖରେ ଏକ ବ୍ୟକ୍ତିଗତ ସମାରୋହରେ ଆମିର ଏବଂ ଗୌରୀ ପରସ୍ପରର ହାତ ଧରିବେ । ଏହି ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ କିଛି ଅତି ନିକଟତର ବନ୍ଧୁ ସାମିଲ ହେବେ ବୋଲି ଜଣାପଡ଼ିଛି ।
ଆମିର ଗତ ବର୍ଷ (୨୦୨୫) ନିଜର ୬୦ତମ ଜନ୍ମଦିନ ଅବସରରେ ଗୌରୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସ୍ପଷ୍ଟ କରିଥିଲେ। ଗଣମାଧ୍ୟମ ସାମ୍ନାରେ ତାଙ୍କୁ ସମସ୍ତଙ୍କ ସହ ପରିଚିତ କରାଇଥିଲେ । ଆମିର କହିଥିଲେ ଯେ ସେ ଗୌରୀଙ୍କୁ ବିଗତ ୨୫ ବର୍ଷ ହେବ ଜାଣିଛନ୍ତି। କିନ୍ତୁ ୨୦୨୩ ମସିହାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହା ଗୌରୀଙ୍କର ଦ୍ୱିତୀୟ ବିବାହ ହେବ। ପ୍ରଥମ ବିବାହରୁ ଗୌରୀଙ୍କର ଏକ ୭ ବର୍ଷର ପୁଅ ମଧ୍ୟ ଅଛି।
ଗୌରୀ ବେଙ୍ଗାଲୁରୁର ବାସିନ୍ଦା ଏବଂ ଚଳଚ୍ଚିତ୍ର ଦୁନିଆ ସହ ତାଙ୍କର ସେଭଳି କୌଣସି ସିଧାସଳଖ ସମ୍ପର୍କ ନାହିଁ। ସେ ଜଣେ ବ୍ୟବସାୟୀ ଏବଂ ତାଙ୍କର ଏକ ସେଲୁନ ବ୍ୟବସାୟ ରହିଛି, ଯାହାକୁ ତାଙ୍କ ମା’ ଆରମ୍ଭ କରିଥିଲେ । ଏହାଛଡ଼ା ସେ ବୁଟିକ୍‌ରେ କନସଲ୍ଟିଂ ଡିଜାଇନର୍‌ ଭାବେ କାମ କରି ସାରିଛନ୍ତି । ବର୍ତ୍ତମାନ ସେ ଆମିର ପ୍ରଡକ୍ସନ କମ୍ପାନୀ ସହ ମଧ୍ୟ ଜଡ଼ିତ ଅଛନ୍ତି ।
ଆମିରଙ୍କର ଏହା ତୃତୀୟ ବିବାହ ହେବ। ଏହା ପୂର୍ବରୁ ସେ ଦୁଇଥର ବିବାହ କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ। ଆମିର ୧୯୮୬ ମସିହାରେ ରିନା ଦତ୍ତାଙ୍କୁ ବିବାହ କରିଥିଲେ। ତେବେ ୨୦୦୨ ମସିହାରେ ଦୁହିଁଙ୍କର ତଲାକ ହୋଇଥିଲା। ଏହା ପରେ ୨୦୦୫ ମସିହାରେ ସେ କିରଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ, କିନ୍ତୁ ୨୦୨୧ ମସିହାରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । କିରଣଙ୍କ ସହ ଛାଡ଼ପତ୍ରର ଦୁଇ ବର୍ଷ ପରେ ଆମିର ଓ ଗୌରୀ ରିଲେସନସିପ୍‌ଙ୍କୁ ଆସିଥିଲେ ।
ଆମିରଙ୍କର ପୂର୍ବ ଦୁଇଟି ବିବାହରୁ ୩ ଜଣ ସନ୍ତାନ ଅଛନ୍ତି । ପ୍ରଥମ ପତ୍ନୀ ରିନାଙ୍କଠାରୁ ତାଙ୍କର ଏକ ପୁଅ ଜୁନୈଦ ଖାନ ଏବଂ ଝିଅ ଆଇରା ଖାନ ଅଛନ୍ତି । ସେହିପରି ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କଠାରୁ ତାଙ୍କର ଆଜାଦ ନାମକ ଏକ ପୁଅ ଅଛି । ନିକଟରେ ଆମିରଙ୍କ ବଡ଼ ପୁଅ ଜୁନୈଦଙ୍କ ଅଭିନୀତ ଫିଲ୍ମ ‘ଏକ୍‌ ଦିନ’ ରିଲିଜ ହୋଇଥିଲା, ଯାହାକୁ ଆମିର ନିଜେ ପ୍ରଡ୍ୟୁସ କରିଥିଲେ ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri