କରଜ ଚିନ୍ତାରେ ଜୀବନ ହାରିଲେ ଯୁବଚାଷୀ

ରଘୁନାଥପୁର,୯ା୧(ରାଜେନ୍ଦ୍ର ନାରାୟଣ ସିଂହ):ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ବୁଧବାର ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଧାନ ଫସଲ ଉଜୁଡ଼ି ଯିବା ପରେ କରଜ ଶୁଝିବା ଚିନ୍ତାରେ ତଅଁରା ବିଲସାହିର ପ୍ରହଲ୍ଲାଦ ପରିଡ଼ାଙ୍କ ସାନପୁଅ ଯୁବଚାଷୀ ଅଶୋକ(୩୮) ନିଜ ଘରେ ବେକରେ ଗାମୁଛା ବାନ୍ଧି ଜୀବନ ହାରିଛନ୍ତି।
ଅଶୋକ ନିଜ ଜମି ସହ ନିକଟସ୍ଥ ବିଜୟ କୁମାର ପରିଡ଼ା, ବାବୁଲାଲ ପରିଡ଼ା, ଦୟାନିଧି ରାଉତ, ନିଶାକର ମହାନ୍ତି ଓ ପ୍ରକାଶ ସାମଲଙ୍କଠାରୁ ୧୦ ଏକର ଜମି ଆଣି ଭାଗଚାଷ କରିଥିଲେ। ବୁଧବାର ସକାଳୁ ଧାନ କିଆରିକୁ ଯାଇ ଉଜୁଡ଼ି ଯାଇଥିବା ଫସଲକୁ ଦେଖି ମ୍ରିୟମାଣ ହୋଇ ଘରକୁ ଫେରି ଆସିଥିଲେ। ଘରେ ସ୍ତ୍ରୀ ମାମିନା ନାୟକଙ୍କୁ ଏତେ ଗୁଡ଼ିଏ ଧାନ ଫସଲ ନଷ୍ଟ ହୋଇଗଲା, ଖାଇବା କ’ଣ, କରଜ କେମିତି ଶୁଝିବା କହି ବ୍ୟସ୍ତ ହୋଇପଡ଼ିଥିଲେ। ମାମିନା ଅଶୋକଙ୍କୁ ବୁଝାଶୁଝା କରି ଚା ପିଇବାକୁ ଦେଇ ଗାଧୋଇବାକୁ ଚାଲି ଯାଇଥିଲେ। ମାନସିକ ଭାରସାମ୍ୟ ହରାଇ ଅଶୋକ ଘର ଭିତରେ ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲି ପଡ଼ିଥିଲେ। ମାମିନା ଗାଧୋଇ ଆସି ଏହା ଦେଖି ପଡ଼ୋଶୀଙ୍କୁ ଡାକ ପକାଇଥିଲେ। ତୁରନ୍ତ ଅଶୋକଙ୍କୁ ସ୍ଥାନୀୟ ରେଢୁଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ରଘୁନାଥପୁର ଥାନା ଏସ୍‌ଆଇ ଯୋଗେଶ୍ୱର ବେହେରା ପହଞ୍ଚତ୍ ମୃତଦେହ ଜବତ କରିଥିଲେ। ଏ ସମ୍ପର୍କରେ ମୃତ ଅଶୋକଙ୍କ ସ୍ତ୍ରୀ ମାମିନାଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ଅପମୃତ୍ୟୁ ମାମଲା (୧/୨୫) ରୁଜୁ କରି ମୃତଦେହକୁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଧାନ ଫସଲରେ ବ୍ୟାପକ କ୍ଷତି ଓ କରଜ ଶୁଝିବା ଚିନ୍ତାରେ କିଛିଦିନ ହେବ ଅଶୋକ ଚାପଗ୍ରସ୍ତ ଥିଲେ ବୋଲି ମଝିଆ ଭାଇ ପ୍ରମୋଦ କହିଛନ୍ତି। ଏହାଛଡ଼ା ସେ ସୋସାଇଟି, ଏସ୍‌ଏଚଜି ଗ୍ରୁପ ଓ ଅନ୍ୟାନ୍ୟ ହାତ ଉଧାରିରେ ୩ ଲକ୍ଷ ଟଙ୍କା ଋଣ କରି ଚାଷରେ ବିନିଯୋଗ କରିଥିବାନେଇ ମାମିନା ପ୍ରକାଶ କରିଛନ୍ତି। ଘରେ ତାଙ୍କ ସ୍ତ୍ରୀ ସହ ଏକ ୭ ବର୍ଷର ଝିଅ ଅଛନ୍ତି। ଅଶୋକ ଋଣ ଶୁଝିବା ଚିନ୍ତାରେ ଜୀବନ ହାରିବା ପରେ ତାଙ୍କ ପରିବାର ଉପାୟଶୂନ୍ୟ ହୋଇପଡ଼ିଛନ୍ତି। ସରପଞ୍ଚ ବଟକୃଷ୍ଣ ନାୟକ ଓ ସମିତି ସଭ୍ୟା ଶାନ୍ତିଲତା ଦ୍ୱିବେଦୀ ସାନ୍ତ୍ୱନା ଦେବା ସହ ଆନୁଷଙ୍ଗିକ ସହଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri