Posted inଖେଳ

ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ରୋହିତ୍‌ଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଦୁର୍ଦ୍ଦର୍ଷ ଓପନର୍‌ ରୋହିତ୍‌ ଶର୍ମାଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ରୋହିତ୍‌ଙ୍କ ବ୍ୟତୀତ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟିନୀ ରେସ୍‌ଲର ଭିନେଶ ଫୋଗତ୍‌, ଟେବୁଲ ଟେନିସ ଚାମ୍ପିୟନ ମନିକା ବାତ୍ରା ଓ ପାରା ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ମାରିୟାପ୍ପାନ ଥଙ୍ଗାଭେଲୁଙ୍କ ନାମ ମଧ୍ୟ ଖେଳରତ୍ନ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି। ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟିର ବୈଠକ ମଙ୍ଗଳବାର ବସିଥିଲା। ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ୍‌, ହକି ଖେଳାଳି ସର୍ଦ୍ଦାର ସିଂ ପ୍ରମୁଖ ଏହି ଚୟନ କମିଟିର ସଦସ୍ୟ ରହିଛନ୍ତି। ବୈଠକ ପରେ ଏହି ୪ ଜଣ ଖେଳାଳିଙ୍କ ନାମ କ୍ରୀଡ଼ା ସମ୍ମାନ ପାଇଁ କେନ୍ଦ୍ରକୁ ସୁପାରିସ କରାଯାଇଛି।
ପରଠାରୁ ପ୍ରଥମ ଥର ଲାଗି ୪ ଜଣ ଖେଳାଳିଙ୍କ ନାମ ଏହି ସମ୍ମାନଜନକ ପୁରସ୍କାର ଲାଗି ସୁପାରିସ କରାଯାଇଛି। ୨୦୧୬ରେ ରିଓ ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ, ଜିମ୍ନାଷ୍ଟ ଦୀପା କର୍ମାକର, ରେସଲର ସାକ୍ଷୀ ମଲିକ ଓ ଶୁଟର୍‌ ଜିତୁ ରାଇଙ୍କୁ ମିଳିଥ ଭାବେ ଏହି ପୁରସ୍କାର ମିଳିଥିଲା। ଅପରପକ୍ଷରେ ୪ର୍ଥ ଭାରତୀୟ କ୍ରିକେଟର୍‌ ଭାବେ ରୋହିତ୍‌ ଖେଳରତ୍ନ ପୁରସ୍କାର ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିପୂର୍ବରୁ ବ୍ୟାଟିଂ ଲିଜେଣ୍ଡ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ଏହି ସମ୍ମାନଜନକ ପୁରସ୍କାର ଲାଭ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଫୁଟ୍‌ବଲ ଖେଳାଳି ବୋରିସ୍‌ ସିଂଙ୍କୁ କରୋନା

ନୂଆଦିଲ୍ଲୀ, ୨୧ା୮ (ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ଭାରତର ୨୦୧୭ ଫିଫା ବିଶ୍ୱକପ୍‌ ଦଳର ଅନ୍ୟତମ ସଦସ୍ୟ ବୋରିସ୍‌ ସିଂ ଥଙ୍ଗ୍‌ଜମ୍‌ଙ୍କର ପଜିଟିଭ୍‌ ଆସିଛି। କରୋନାରେ ସଂକ୍ରମିତ...

ସୁପ୍ରିମକୋର୍ଟଙ୍କ ଶରଣରେ ବିସିସିଆଇ

ନୂଆଦିଲ୍ଲୀ,୨୦।୧: ଭାରତରେ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଗତ ଜୁଲାଇ ୨୭ରେ ଶେଷ ହେବାକୁ ଥିବାବେଳେ ବୋର୍ଡ ସଚିବ ଜୟ ଶାହାଙ୍କ...

ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମତି ଲୋଡିଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୩୦ା୬ (ପି.ଟି.)-ଦେଶର ୫୭ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅସ୍ଥାୟୀ ମାନ୍ୟତା ଦେବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦିଲ୍ଲୀ...

କୋହଲିଙ୍କ ଦ୍ୱିଶତକ ପରେ ଏମିତି ସେଲିବ୍ରେଶନ କଲେ ଅନୁଷ୍କା

ପୁଣେ,୧୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା...

ଏସିଆ କପ୍‌ରେ ଆଜି ଭାରତର ଶେଷ ମ୍ୟାଚ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ

ଦୁବାଇ,୮।୯: ୟୁଏଇରେ ଚାଲିଥିବା ଏସିଆ କପ ୨୦୨୨ରେ ଆଜି ଭାରତ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ଏସିଆ କପ ଫାଇନାଲ ଦୌଡ଼ରୁ ବାଦ୍‌...

ଡେବ୍ୟୁ ପୂର୍ବରୁ ଭାଇ ହାର୍ଦ୍ଦିକଙ୍କୁ ଆଲିଙ୍ଗନ କରି ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର, ଆକାଶକୁ ଚାହିଁ…

ପୁଣେ,୨୩।୩: ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମରେ ମଙ୍ଗଳବାର ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଖେଳ ଜାରି ରହିଛି। ଟେଷ୍ଟ ଏବଂ ଟି୨୦ ସିରିଜରେ ଇଂଲଣ୍ଡକୁ ହରାଇବା...

ଜିତିବାକୁ ହେଲେ ସିଏସକେକୁ କରିବାକୁ ପଡ଼ିବ ୧୭୬ ରନ୍‌, ଟାର୍ଗେଟ୍‌ ଦେଲା ଆରଆର

ଚେନ୍ନାଇ,୧୨।୪: ଆଇପିଏଲ ସିରିଜ ୧୬ର ୧୭ ତମ ମ୍ୟାଚ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରାଜସ୍ଥାନ ରୟାଲର୍ସ...

ପ୍ରଥମ ଦିନିକିଆ: ଓ୍ବେଷ୍ଟଇଣ୍ଡିଜର ସହଜ ବିଜୟ

ଲକ୍ଷ୍ନୌ,୭।୧୧- ଏଠାରେ ବୁଧବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ୨୧ଟି ବଲ ବାକି ରଖି ୭ ଉଇକେଟରେ ଅତି ସହଜରେ...

Advertisement
Archives

Model This Week