Posted inଜାତୀୟ

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଭାଜପା ଏମ୍‌ପି : କଟିଲା ୪୧ ହଜାର ଟଙ୍କା ଚାଲାଣ 

ନୂଆଦିଲ୍ଲୀ,୪।୮: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ମନୋଜ ତିୱାରୀ ଟ୍ରାଫିକ ନିୟମ ଭାଙ୍ଗିବା ମହଙ୍ଗା ପଡିଛି। ବିନା ହେଲମେଟରେ ବାଇକ ଚଳାଇବା ସମେତ ଅନ୍ୟ କେତେକ ନିୟମକୁ ଭାଙ୍ଗିବା ଅପରାଧରେ ଦିଲ୍ଲୀ ପୋଲିସ ତାଙ୍କ ନାଁରେ ୪୧ ହଜାର ଟଙ୍କା ଚାଲାଣ କାଟିଛି। ଏଥିମଧ୍ୟରେ ମନୋଜ ତିୱାରୀଙ୍କୁ ୨୧ ହଜାର ଟଙ୍କା ଏବଂ ଗାଡି ମାଲିକଙ୍କୁ ୨୦ ହଜାର ଟଙ୍କା ଜୋରିମନା କରାଯାଇଛି।
ବୁଧବାର ଭାଜପା ଏମ୍‌ପିମାନେ ଦିଲ୍ଲୀରେ ଏକ ତ୍ରିରଙ୍ଗା ବାଇକ ରାଲି କରିଥିଲେ। ଏହି ସମୟରେ ମନୋଜ ତିୱାରୀ ଏକ ଲାଲ ରଙ୍ଗର ବୁଲେଟ ଚଢି ରାଲିରେ ଯୋଗ ଦେଇଥିଲେ। ତାଙ୍କ ମୁଣ୍ଡରେ ଏକ ସାଫ୍ରନ ପଗଡି ଥିଲା। କିନ୍ତୁ ହେଲମେଟ ନ ଥିଲା। ତାଙ୍କର ଫଟୋ ଟିଭିରେ ଦେଖିବା ମାତ୍ରେ ବହୁ ସଂଖ୍ୟକ ଲୋକ ଟ୍ରାଫିକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାର ଫଟୋ ଟୁଇଟ କରି ଲୋକମାନେ ଟ୍ରାଫିକ ପୋଲିସକୁ ତୀକ୍ଷ୍ଣ ପ୍ରଶ୍ନ ପଚାରି ମଧ୍ୟ ଥିଲେ। ଜଣେ ଏମ୍‌ପିଙ୍କ ପାଇଁ ଆଇନ ଅଲଗା କି? ସାଧାରଣ ଜନତାଙ୍କ ଚାଲାଣ କାଟୁଥିବା ପୋଲିସ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ବୋଲି ମଧ୍ୟ ୟୁଜର୍ସ ପ୍ରଶ୍ନ ଉଠାଇଥିଲେ।
ଏହି ଘଟଣାକୁ ନେଇ ମନୋଜ ତିୱାରୀ ତାଙ୍କ ଭୁଲ ସ୍ବୀକାର କରିଥିଲେ ଏବଂ ଚାଣା ଦେବାକୁ ସେ ପ୍ରସ୍ତୁତ ବୋଲି କହିଥିଲେ। ଏହାସହ ସେ ସମସ୍ତଙ୍କୁ ଟ୍ରାଫିକ ନିୟମ ମାନିବାକୁ ନିବେଦନ କରିଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏମ୍‌ପି ମନୋଜ ତିୱାରୀଙ୍କ ତରଫରୁ ଟ୍ରାଫିକ ନିୟମ ପାଳନ ନ କରିବା ମାମଲାରେ ମୋଟ ୪୧ ହଜାର ଟଙ୍କା ଜମା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ପ୍ରଧାନମନ୍ତ୍ରୀ ମୋଦି, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସମସ୍ତେ ହାତ ଯୋଡ଼ି ପରସ୍ପରକୁ ଅଭିବାଦନ ଜଣାଇଲେ; ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଟଣାଓଟରା ଚାଲିଥିବା ବେଳେ ଶୁକ୍ରବାର ସଂସଦ ଭବନରୁ ଏକ ଆକର୍ଷଣୀୟ ଭିଡିଓ ସାମ୍ନାକୁ ଆସିଛି। ମହାତ୍ମା ଗାନ୍ଧୀ…

Video: ‘ଶିବାଜୀ ପାର୍କ, ଶିବାଜୀ ପାର୍କ…’ ଡାକି ଅଟୋ ଡ୍ରାଇଭର ସାଜିଲେ ଅଭିଜିତ ଦୀପକେ, କେଉଁ ବାର୍ତ୍ତା ଦେବାକୁ ଚାହୁଁଥିଲେ CJP ମୁଖ୍ୟ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଅକ୍ଟୋବର ୨ ଅପରାହ୍ନ ୪ଟାରେ ମୁମ୍ବାଇରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି। ଏହି ବିକ୍ଷୋଭ ଶିବାଜୀ…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?