ସହର ଅଭିମୁଖେ ଗୋଠଖଣ୍ଡିଆ ହାତୀ

ଜଳେଶ୍ୱର,୧୦।୭(ଡି.ଏନ.ଏ.): ୩ଦିନ ଧରି ଏକ ଗୋଠଖଣ୍ଡିଆ ହାତୀ ରାଇବଣିଆର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ଘଟାଇ ଚାଲିଥିବା ବେଳେ ଶନିବାର ଅପରାହ୍ନରେ ସୁବର୍ଣ୍ଣରେଖା ନଦୀ ପାରି ହୋଇ ଜଳେଶ୍ୱର ସହର ଅଭିମୁଖେ ଚାଲିଛି ା
ବନ କର୍ମଚାରମାନେ ହାତୀକୁ ଘଉଡାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି ା ଜଳେଶ୍ୱର ସହରରେ ହାତୀ ପଶିଲେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଆଶଙ୍କାରେ ବନବିଭାଗ ପକ୍ଷରୁ ପୋଲିସ ସହାୟତା ଲୋଡାଯାଇଛି ା
ବିଳମ୍ବିତ ରାତିରେ ଏକ ଗୋଠଖଣ୍ଡିଆ ହାତୀ ବରଡିହାସ୍ଥିତ ଜଙ୍ଗଲରେ ପହଞ୍ଚିଥିଲା। ଲୁହାପଡା ଜଙ୍ଗଲରେ ଗତ ଶୁକ୍ରବାର ହାତୀକୁ ଦେଖିବାକୁ ମିଳିଥିଲା। ନାରାୟଣପୁର ଗାଁର କରିନା କିସ୍କୁର ଘର ଭାଙ୍ଗିବା ସହିତ ତାଙ୍କ ଘରେ ଥିବା ଧାନ, ଚାଉଳ ଓ ପନିପରିବା ଖାଇ ନଷ୍ଟ କରିଥିଲା ା
ପ୍ରାଣ ବିକଳରେ କରିନା କିସ୍କୁ ଅନ୍ୟ ଘରେ ଆଶ୍ରୟ ନେଇଥିବା ବେଳେ ହାତୀ ଭୋର ସମୟରେ ତାଙ୍କ ଘରକୁ ୨ୟ ଥର ଆକ୍ରମଣ କରିଥିଲା। ସକାଳେ ହାତୀକୁ ସୁବର୍ଣ୍ଣରେଖା ନଦୀକୂଳ ଶ୍ରୀରାମପୁର ପଞ୍ଚାୟତର ଗୁରୁଦାସପୁରଠାରେ ଦେଖିବାକୁ ମିଳିଥିଲା ା
ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳରେ ହାତୀଟି ବୁଲୁଥିବା ବେଳେ ସନ୍ଧ୍ୟାରେ ହଠାତ୍‌ ବଜାରଶୋଳଠାରେ ସୁବର୍ଣ୍ଣରେଖା ନଦୀ ପାରି ହୋଇଥିବା ଜଣାଯାଇଛି ା ହାତୀ ଜଳେଶ୍ୱର ଅଭିମୁଖେ ଯାଉଥିବା ଦେଖି ଜଳେଶ୍ୱର ରେଞ୍ଜର ଜୟଶ୍ରୀ ମୁର୍ମୁ ବିଭିନ୍ନ ଅଞ୍ଚଳରୁ କର୍ମଚାରୀଙ୍କୁ ଆଣି ମୁତୟନ କରିଛନ୍ତି। ବରଡିହା ଫରେଷ୍ଟର ଦେବରାଜ ରାଉତଙ୍କ ନେତୃତ୍ୱରେ ଫରେଷ୍ଟଗାର୍ଡ ଦୁଷ୍ମନ୍ତ ଜେନା, ମନୋହର ସିଂ, ଅବୈତନିକ ବନ୍ୟାପ୍ରାଣୀ ତତ୍ତ୍ୱାବଧାରକ ଅଶ୍ୱନୀ ଦାସ ପ୍ରମୁଖ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ା ରାତିରେ ଜଳେଶ୍ୱର ସହରରେ ହାତୀ ପ୍ରବେଶ କରିବା ଭୟରେ ରେଞ୍ଜର ମୁର୍ମୁ ପୋଲିସ ସହାୟତା ଲୋଡିଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର…

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କଲେ ସ୍ବାମୀ: ଆଉ ତା’ପରେ ଘଟିଲା…

ବାଲେଶ୍ୱର,୨୦ା୫(ବାଞ୍ଛାନିଧି ଦେ):ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍‌ ଅଭିଯୋଗରେ ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନୁଯାୟୀ, ବିବାହ…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri