ପଦ୍ମପୁର, ୧୦।୭ (ଡି.ଏନ.ଏ.): ଭଦ୍ରକ ସଦର ବ୍ଲକର ବ୍ରହ୍ମପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସାମ୍ନାରୁ ଏସ୍ଟିଏଫ୍ (ସ୍ପେଶାଲ ଟାସ୍କଫୋର୍ସ) ଏକ ଚୋରା କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନ୍ ଶନିବାର ଭୋର ସମୟରେ ଜବତ କରିଛି। ତିହିଡ଼ି ଥାନା ଅଞ୍ଚଳରୁ ଚୋରା କୋଇଲା ବୋଝେଇ ପିକ୍ଅପ୍ ଆସୁଥିବା ଖବରପାଇ ଏସ୍ଟିଏଫ୍ ଇଚ୍ଛାପୁର ଛକ ନିକଟରେ ଜଗି ରହିଥିଲା। ଗାଡ଼ିଟି ଦ୍ରୁତଗତିରେ ଭଦ୍ରକ-ଇଚ୍ଛାପୁର ରାସ୍ତାରେ ଆସୁଥିବା ଦେଖି ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଚଢ଼ାଉ କରି ଅଟକାଇଥିଲା। ଏସ୍ଟିଏଫ୍କୁ ଦେଖି ଚାଳକ ଗାଡ଼ି ଛାଡ଼ି ସ୍ଥାନୀୟ ବିଲ ଭିତରକୁ ଦୌଡ଼ି ପଳାଇଥିଲେ। ଗାଡ଼ିରେ ୩ ଟନ୍ରୁ ଊର୍ଦ୍ଧ୍ୱ କୋଇଲା ଥିଲା। ଗାଡ଼ି ମାଲିକଙ୍କ ନଁାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ସୂଚନା ମିଳିଛି।
ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…
ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…
ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ
ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…
ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ
ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

