ରେମୁଣା ଡାକ୍ତରଖାନାରେ ଅବ୍ୟବସ୍ଥା ନେଇ ଉତ୍ତେଜନା: ତାଲା ପକାଇଲେ, ସିସି କ୍ୟାମେରା ଭାଙ୍ଗିଲେ

ରେମୁଣା, ୫ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ନେଇ ଶୁକ୍ରବାର ବିଳମ୍ବିତ ରାତିରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ ଭଙ୍ଗାରୁଜା କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନାରେ ଲାଗିଥିବା ସିସି କ୍ୟାମେରା ଭାଙ୍ଗିବା ସହ ଆଉଟଡୋରକୁ ତାଲା ପକାଇ ଦେଇଥିଲେ। ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛନ୍ତି। ଶନିବାର ସକାଳେ ସବ୍‌ଇନ୍ସପେକ୍ଟର ନଗରଦୀପ ସେଠୀଙ୍କ ନେତୃତ୍ୱରେ ଘଟଣାର ତଦନ୍ତ କରାଯାଇଛି। ସିଡିଏମ୍‌ଓଙ୍କ ନିର୍ଦ୍ଦେଶରେ ଡାକ୍ତର ଶାନ୍ତିଲତା ଗିଡ଼ି ଅସ୍ଥାୟୀ ଭାବେ ଷ୍ଟୋର ରୁମ୍‌ରେ ଆଉଟଡୋର ଖୋଲି ରୋଗୀଙ୍କୁ ଚିକିତ୍ସା କରିଛନ୍ତି। ମଧ୍ୟାହ୍ନରେ ପରିସ୍ଥିତି ସ୍ବାଭାବିକ ହୋଇଛି। ଏଭଳି ଅବ୍ୟବସ୍ଥା ପ୍ରତିବାଦରେ ଆସନ୍ତା ୧୬ତାରିଖରେ ରେମୁଣା ବ୍ୟବସାୟ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସଂଘ ସଭାପତି ଭରତ ଚନ୍ଦ୍ର ପୋଥାଳ ଚେତାବନୀ ଦେଇଛନ୍ତି।
ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଘୋଷଣା ହେବା ପରେ ମଧ୍ୟ ଅବସ୍ଥାରେ ସୁଧାର ଆସିନି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯେତିକି ଡାକ୍ତର ରହିବା କଥା ଏଠାରେ ରହୁନାହାନ୍ତି। ସବୁ ସମୟରେ ଜିଲା ମୁଖ୍ୟ ଡାକ୍ତରଖାନାରୁ ଡାକ୍ତର ଡେପୁଟେଶନରେ ଆସୁଛନ୍ତି। ସ୍ଥାୟୀ ଡାକ୍ତର ଭାବେ ଡା. ରାମଚନ୍ଦ୍ର କିସ୍କୁ ବର୍ଷେ ହେଲା ନିଯୁକ୍ତି ହେବା ପରେ ଜିଲାରୁ ଡେପୁଟେଶନ ବନ୍ଦ ହୋଇଯାଇଛି। ଫଳରେ ଦିନରାତି ସେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଡାକ୍ତର କିସ୍କୁ ଦିନରାତି ଡ୍ୟୁଟି କରିବା ସମ୍ଭବ ନୁହେଁ ବୋଲି ୩ଦିନ ପାଇଁ ଛୁଟିରେ ଯାଇ ଛୁଟି ସମ୍ପ୍ରସାରଣ କରି କରିଚାଲିଛନ୍ତି। ଚଳିତମାସ ପହିଲାଠାରୁ ରାତିରେ କାୈଣସି ଡାକ୍ତର ଡ୍ୟୁଟି କରୁ ନ ଥିବାରୁ ଲୋକେ ନାହଁି ନ ଥିବା ଅସୁବିଧା ଭୋଗୁଛନ୍ତି। ଏପରିକି ଗତ ୨ତାରିଖ ରାତିରେ ଅଠାନ୍ତର ଗାଁର ହରିଦାସ ଉଚ୍ଚ ରକ୍ତଚାପରେ ପୀଡ଼ିତ ହୋଇ ଚିକିତ୍ସା ହେବାକୁ ଆସି ଡାକ୍ତର ନ ଥିବାରୁ ମୃତ୍ୟୁବରଣ କରିଥିଲେ। ସେହିପରି ଶୁକ୍ରବାର ରାତି ୧୧ଟା ବେଳେ ମନ୍ଦାରପୁରର ଲମ୍ବୋଦର ଦାସ ଛାତିରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତରଖାନା ଆସିଥିଲେ। ହେଲେ ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

ନାମାଙ୍କନପତ୍ର ଦାଖଲ କଲେ ବିଧାନସଭା ପ୍ରାର୍ଥିନୀ ଲତିକା ପ୍ରଧାନ

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନରେ କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟିକା...

ଜୋରଦାର ହେବ ବାରବାଟୀ-କଟକ ନିର୍ବାଚନ ଲଢ଼େଇ

କଟକ, ୩ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ମାତ୍ର ଅଳ୍ପଦିନ ବାକି ରହିଥିବାବେଳେ ସରଗରମ ହେବାରେ ଲାଗିଛି କଟକ ରାଜନୀତି। ଏପରି କି ସମସ୍ତ ନିର୍ବାଚନମଣ୍ଡଳୀ ଅପେକ୍ଷା ଏବେ ରୋଚକ...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଫେସ୍‌ବୁକ୍‌ରେ ପୁତନା ବଧ ଶେୟାର କରି ଜେଲ୍‌ ଗଲେ ଯୁବକ

ନୟାଗଡ଼,୩ା୫(ଲୋକନାଥ ମିଶ୍ର):ଫେସ୍‌ବୁକ୍‌ର ଆମ ପାଇଁ ବଡ଼ ଆମ ନୟାଗଡ଼ ଚ୍ୟାନେଲରେ ପୁତନା ବଧ ଫଟୋ ଶେୟାର କରି ନୟାଗଡ଼ ସଦର ଥାନା ହରିପୁର ଗଁାର ରମାକାନ୍ତ...

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି

ଭୁବନେଶ୍ୱର,୩।୫: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ...

ନାମାଙ୍କନପତ୍ର ଦାଖଲ କଲେ ନିପନ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ନିପନ କୁମାର ଦାଶ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି ।...

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri