ବିଦ୍ୟୁତ୍‌ ବିଲ୍‌ କମାଇବା ପାଇଁ ଲାଞ୍ଚ: କନିଷ୍ଠ କିରାଣି ଗିରଫ, ୫ ହଜାର ଟଙ୍କା ଜବତ

ଭବାନୀପାଟଣା,୪।୧୦(ଡି.ଏନ.ଏ.)-କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ଥିବା ୧-ନମ୍ବର ବିଦ୍ୟୁତ୍‌ ସବ୍‌ଡିଭିଜନ୍‌ କନିଷ୍ଠ କିରାଣି ଅଜିତ୍‌ ମିଶ୍ର ବିଦ୍ୟୁତ୍‌ ବିଲ କମାଇ ଦେବା ପାଇଁ ଜଣେ ଉପଭୋକ୍ତାଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ଗିରଫ କନିଷ୍ଠ କିରାଣୀ ମିଶ୍ରଙ୍କୁ କୋର୍ଟଚାଲାଣ କରାଯାଇଥିବା ଭିଜିଲାନ୍ସ ଡିଏସପି ସତ୍ୟବାନ୍‌ ମହାନନ୍ଦ ସୂଚନା ଦେଇଛନ୍ତି । ଏ ନେଇ ଭିଜିଲାନ୍ସ ବିଭାଗ ଏକ ମାମଲା (ନଂ. ୨୭/୧୯) ରୁଜୁ କରିଛି।
ଗୋପୀନାଥପୁର ଗ୍ରାମର ବିଦ୍ୟୁତ୍‌ ଉପଭୋକ୍ତା ସରୋଜ କୁମାର ପାଢୀଙ୍କ ବକେୟା ବିଦ୍ୟୁତ୍‌ ବିଲ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆସିଥିଲା। ଏ ସମ୍ପର୍କରେ ସରୋଜ ବାରମ୍ବାର ପୂର୍ବ ବିଦ୍ୟୁତ୍‌ ଡିଭିଜନ୍‌ ଅଧୀନରେ ଥିବା ସବ୍‌ଡିଭିଜନ୍‌ ୧-ନମ୍ବରକୁ ଜଣାଇ ଆସୁଥିଲେ। ହେଲେ ସମାଧାନ ନ ହେବାରୁ ବାଧ୍ୟହୋଇ ପାଢୀ ବଲାଙ୍ଗୀରସ୍ଥିତ ୱେସ୍କୋ ଅଭିଯୋଗ ପ୍ରକୋଷ୍ଠରେ ନିଜର ଅଭିଯୋଗ ଜଣାଇଥିଲେ। ଉକ୍ତ ଅଭିଯୋଗ ପ୍ରକୋଷ୍ଠ ଦାୟିତ୍ୱରେ ଥିବା କର୍ମଚାରୀ ପାଢୀଙ୍କୁ ତାଙ୍କର ଅଭିଯୋଗ ସବ୍‌ଡିଭିଜନ୍‌ ୧-ନମ୍ବରରେ ହିଁ ସମାଧାନ ହୋଇପାରିବ ବୋଲି କହିଥିଲେ। ପାଢୀ ପୁନର୍ବାର ଉକ୍ତ ସବ୍‌ ଡିଭିଜନ୍‌ ୧-ନମ୍ବରକୁ ଆସି ସେଠାରେ କାର୍ଯ୍ୟରତ କନିଷ୍ଠ କିରାଣି ମିଶ୍ରଙ୍କୁ ଏହାର ସମାଧାନ କରିବା ପାଇଁ କହିଥିଲେ। ମିଶ୍ର ଉକ୍ତ ବକେୟା ବିଦ୍ୟୁତ୍‌ ବିଲର ୨୦ ପ୍ରତିଶତ ହିସାବରେ ୬ ହଜାର ୮୦ ଟଙ୍କା ହେଉଛି। କିନ୍ତୁ ୫ ହଜାର ଟଙ୍କା ଦେଲେ ମୁଁ ୩୦ ହଜାର ଊର୍ଦ୍ଧ୍ୱ ବକେୟା ବିଦ୍ୟୁତ୍‌ ବିଲ୍‌କୁ କମାଇ ୧୦ ହଜାର ଟଙ୍କା କରିଦେବେ କହିଥିଲେ। ଏ ନେଇ ପାଢୀ ଭବାନୀପାଟଣା ଭିଜିଲାନ୍ସ ବିଭାଗରେ ଜଣାଇଥିଲେ। ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶକ୍ରମେ ଗୁରୁବାର ୧୨ଟା ସମୟରେ ପାଢୀଙ୍କ ପୁଅ ସରୋଜ ପାଢୀ କନିଷ୍ଠ କିରାଣି ଅଜିତ୍‌ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଚଢାଉ କରି ଲାଞ୍ଚ ନେଇଥିବା ୫ ହଜାର ଟଙ୍କା ଜବତ କରିବା ସହିତ ମିଶ୍ରଙ୍କୁ ଗିରଫ କରିଥିଲେ। ଏହି ଚଢାଉରେ ଡିଏସ୍‌ପି ସତ୍ୟବାନ୍‌ ମହାନନ୍ଦ ନେତୃତ୍ୱରେ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri