କେନ୍ଦ୍ରାପଡ଼ାରୁ ହଟିବେ ଅନୁପ୍ରବେଶକାରୀ

ଭୁବନେଶ୍ୱର,୩ା୧୦(ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ: କେନ୍ଦ୍ରାପଡ଼ା ଜିଲାରୁ ଅନୁପ୍ରବେଶକାରୀଙ୍କୁ ତଡ଼ାଯିବ। ଖୁବ୍‌ଶୀଘ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏନେଇ ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ(ଆରଜିଆଇ)ଙ୍କୁ ଚିଠି ଲେଖି ଜଣାଇଛନ୍ତି। ୨୦୧୮ ନଭେମ୍ବର ୨୬ ତାରିଖରେ ଆଇନଜୀବୀ ମୋହିତ ଅଗ୍ରଓ୍ବାଲ ଏନେଇ ଓଡ଼ିଶା ହାଇକୋର୍ଟରେ ଏକ ରିପୋର୍ଟ ଫାଇଲ କରିଥିଲେ। କେନ୍ଦ୍ରାପଡ଼ା ଜିଲାରେ ନ୍ୟାଶନାଲ ରେଜିଷ୍ଟ୍ରାର ଅଫ୍‌ ସିଟିଜେନ(ଏନ୍‌ଆରସି) ଲାଗୁ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ। ଏ ଦିଗରେ ପଦକ୍ଷେପ ନେବାକୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ଆଇନଜୀବୀଙ୍କ ଦ୍ୱାରା କରାଯାଇଥିବା କେତେକ ପରାମର୍ଶ ଆଧାରରେ ଆବଶ୍ୟକ ପଦକ୍ଷେପ ନେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବିଷୟରେ ଅଗ୍ରଓ୍ବାଲଙ୍କୁ କୋର୍ଟ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ (ଲିଗାଲ) ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆଙ୍କୁ ପରାମର୍ଶ ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୫ ଜାନୁୟାରୀ ୧୩ ତାରିଖରେ କେନ୍ଦ୍ରାପଡ଼ା ଜିଲାରେ ୧୬୪୯ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସ୍ଥାନାନ୍ତର ନୋଟିସ ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିଲା। ଏଥିରେ ମହାକାଳପଡ଼ା ବ୍ଲକର ୧୫୫୧, ରାଜନଗର ବ୍ଲକର ୩୦ ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ୬୮ ଜଣ ଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୧ ଜନଗଣନା ଅନୁଯାୟୀ ଜିଲାରେ ୭୬ ହଜାର ବଙ୍ଗଭାଷୀ ଥିବା ନେଇ ଉଲ୍ଲେଖ କରାଯାଇଛି। ଏପରି କି ୨୦୧୯ ସାଧାରଣ ନିର୍ବାଚନ ଭୋଟର ତାଲିକା ଅନୁସାରେ ଜିଲାରେ ୩୯ ହଜାର ବଙ୍ଗଭାଷୀ ଭୋଟ ପରିଚୟ ପତ୍ର ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ହଜାରରୁ ଊର୍ଦ୍ଧ୍ୱ ବଙ୍ଗଭାଷୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନକାର୍ଡ ମଧ୍ୟ ଯୋଗାଇ ଦିଆଯାଇଛି। କେନ୍ଦ୍ରାପଡ଼ାରେ ବେଆଇନ ବାଂଲାଦେଶୀ ରହୁଥିବା ନେଇ ଅନେକ ସମୟରେ ବିରୋଧୀ ଦଳ ବିଧାନସଭାରେ ମଧ୍ୟ ଉଠାଇଛନ୍ତି। ତେବେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀଙ୍କୁ ସେଠାରୁ ହଟାଇବାକୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଦୀର୍ଘ ୧୪ ବର୍ଷ ହେବ କୌଣସି ପଦକ୍ଷେପ ନେଇ ନାହାନ୍ତି। ଅନ୍ୟ ପକ୍ଷରେ ଯେଉଁମାନଙ୍କୁ ଦେଶାନ୍ତର ନୋଟିସ ଦିଆଯାଇଛି ସେମାନଙ୍କ ମଧ୍ୟରୁ କେତେଜଣ କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଅନ୍ୟମାନେ ରାଜନୈତିକ ଛତ୍ରଛାୟା ତଳେ ଆଶ୍ରୟ ନେଇଛନ୍ତି। ବିଶେଷ କରି ରାଜନୈତିକ ଫାଇଦା ଉଠାଇବା ପାଇଁ ବିଭିନ୍ନ ସମୟରେ ଅନୁପ୍ରବେଶକାରୀଙ୍କୁ ଭୋଟ ପରିଚୟ ପତ୍ର, ରାଶନକାର୍ଡ ଦିଆଯାଇଛି। ଏପରି କି ଅନୁପ୍ରବେଶକାରୀ ଜାଣିବା ପରେ ମଧ୍ୟ ଜିଲାପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଅନୁପ୍ରବେଶକାରୀଙ୍କୁ ରୋକିବାକୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏହି ଜିଲାରେ ସେମାନଙ୍କ ସଂଖ୍ୟା ବେଳକୁ ବେଳ ଆଶାତୀତ ଭାବେ ବୃଦ୍ଧି ପାଇ ଚାଲିଛି। ସେମାନେ ମୁଖ୍ୟତଃ ଜଳ ପଥ ଓ କଲିକତା ବାଟ ଦେଇ ଓଡ଼ିଶାକୁ ପ୍ରବେଶ କରୁଛନ୍ତି। ଆସାମରେ ଏନଆରସି ଲାଗୁ ହେବା ପରେ ସମଗ୍ର ଦେଶରେ ଏହାକୁ ଲାଗୁ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri