ଦୋଷ ମାନିଲେ ଅଧିକାରୀ: ନାମ ଲେଖାଇଥିବା ପିଲାଙ୍କର ଅସୁବିଧା ହେବନି: ନିର୍ଦ୍ଦେଶକ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ୨ ନାମଲେଖା କ୍ଷେତ୍ରରେ ବଡ଼ଧରଣର ତ୍ରୁଟି ଧରିତ୍ରୀ ଦୃଷ୍ଟିକୁ ଆସିବାପରେ ଏନେଇ ‘ପିଲା ଯିବେ କୁଆଡ଼େ’ ଶୀର୍ଷକ ଖବର ସୋମବାର ପ୍ରକାଶ ପାଇଥିଲା। ଖବର ଏହା ଥିଲା ଯେ, ଗତ ୧୯ତାରିଖରେ ରାଜ୍ୟର ବିଭିନ୍ନ ସରକାରୀ ଜୁନିଅର କଲେଜଗୁଡିକୁ ପରିଷଦର ସାମସ୍‌(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ) ପକ୍ଷରୁ ପିଲାଙ୍କ ଆଡ୍‌ମିଶନ ଲାଗି ତାଲିକା ପଠାଯାଇଥିଲା। ସେହି ତାଲିକା ଅନୁଯାୟୀ ଛାତ୍ରୀଛାତ୍ରମାନେ ନାମ ଲେଖାଇଥିଲେ। ମାତ୍ର ୨୦ ତାରିଖରେ ପରିଷଦ ପକ୍ଷରୁ ଆଉ ଏକ ଚିଠି କଲେଜଗୁଡ଼ିକରେ ପହଞ୍ଚତ୍ଥିଲା, ଯେଉଁଥିରେ ୧୯ ତାରିଖର ନାମଲେଖା ତାଲିକା ଭୁଲ୍‌ ଥିବା ଦର୍ଶାଯାଇଥିଲା। ଏପରିକି ୨୧ ତାରିଖରେ ଆଉ ଏକ ତାଲିକା ପହଞ୍ଚତ୍ବ ବୋଲି କୁହାଯାଇଥିଲା। ଏହାପରେ ୧୯ ତାରିଖରେ ନାମ ଲେଖାଇଥିବା ପିଲାମାନଙ୍କୁ କଲେଜରୁ ରସିଦ୍‌ ମିଳିଥିବା ସତ୍ତ୍ୱେ ଟଙ୍କା ଫେରାଇ ନେବାକୁ କଲେଜ କର୍ତ୍ତୃପକ୍ଷ ଜଣାଇଥିଲେ। ଫଳରେ ରାଜ୍ୟର ପ୍ରାୟ ୨୦ ହଜାର ଛାତ୍ରୀଛାତ୍ର ସେମାନଙ୍କ ପାଠପଢ଼ା ଭବିଷ୍ୟତକୁ ଚିନ୍ତାରେ ପଡ଼ିଯାଇଥିବାବେଳେ ଦୋଷ ଲୁଚାଇବା ପାଇଁ ଅଧିକାରୀମାନେ ଜୋରଦାର ଉଦ୍ୟମ କରିଥିଲେ। କିନ୍ତୁ ଖବର ପ୍ରକାଶ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ୍‌ ଓ ସାମସ୍‌ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‌(ପିଏମ୍‌ୟୁ) ଅଫିସର ଇନ୍‌ଚାର୍ଜ(ଓଆଇସି) ଭାଗୀରଥି କାଣ୍ଡି ଦୋଷ ହୋଇଥିବା ସୋମବାର ସ୍ବୀକାର କରିଛନ୍ତି।
ପରିଷଦ ନିର୍ଦ୍ଦେଶକ ସିଲ୍‌ କହିଛନ୍ତି, ଯେଉଁ ପିଲାମାନଙ୍କ ନାମଲେଖାରେ ତ୍ରୁଟି ହୋଇଛି ତା’ର ସମାଧାନ ତୁରନ୍ତ କରାଯିବ। ସେମାନଙ୍କୁ ଯଥାଶୀଘ୍ର ଆଡ୍‌ମିଶନ ମିଳିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ସମସ୍ୟା ଉପୁଜିବା ପରେ କଲେଜ କର୍ତ୍ତୃପକ୍ଷମାନେ ପ୍ରଥମେ ସାମସ୍‌ ପିଏମ୍‌ୟୁ ଓଆଇସି କାଣ୍ଡିଙ୍କୁ ଜଣାଇଥିବା କହିଥିଲେ। ମାତ୍ର ଏହି ଘଟଣା ସମ୍ପର୍କରେ ତାଙ୍କୁ କେହି ଅବଗତ କରି ନ ଥିବା କହି କାଣ୍ଡି ରବିବାର କଲେଜ କର୍ତ୍ତୃପକ୍ଷମାନଙ୍କ ମୁଣ୍ଡରେ ଦୋଷ ଲଦି ଦେଇଥିଲେ। ସୋମବାର ଏ ସମ୍ପର୍କିତ ଅଧିକ ଖବର ସଂଗ୍ରହ ବେଳେ କାଣ୍ଡି କହିଛନ୍ତି, ଏମିତି ଭୁଲ୍‌ ହୋଇଯାଏ। ନିଶ୍ଚିତ ଏହାର ସମାଧାନ କରାଯିବ।
ଅପରପକ୍ଷରେ ଏଭଳି ତ୍ରୁଟିକୁ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶକ ସିଲ୍‌ ଏବଂ କାଣ୍ଡିଙ୍କୁ ତାଗିଦ୍‌ କରାଯାଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଥିବା ସତ୍ତ୍ୱେ ଏତେଦିନ ପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ଏବଂ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ସମସ୍ୟା ସମାଧାନ କରି ଆସନ୍ତା ୫ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri