ବ୍ରହ୍ମପୁର ଅଫିସ,୧ା୧୦-ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବିଏମ୍ସିର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ସୋମବାର କଡା ସୁରକ୍ଷାରେ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା। ବିଲଡ଼ର ଲଳିତ ମୋହନ ମଙ୍ଗରାଜଙ୍କୁ ପିଣ୍ଟୁ ୨୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ମାମଲାର ଅତିରିକ୍ତ ଜିଲା ଜଜ (ଏଡିଜେ)-୨ ଙ୍କ କୋର୍ଟରେ ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଏଡିଜେ-୨ ଜଗଦୀଶ ପ୍ରସାଦ ମହାନ୍ତି ପ୍ରମାଣ ଅଭାବରୁ ପିଣ୍ଟୁଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି କୁରେଶ ଗୌଡ଼ ଓ ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କୈଳାସ ପଣ୍ଡା, ପ୍ରଭାକର ସାବତ ଓ ଶିବ ନାରାୟଣ ସାହୁ ମକଦ୍ଦମା ପରିଚାଳନା କରୁଥିଲେ। ଧର୍ମର ଜୟ ହେଲା ବୋଲି ପିଣ୍ଟୁ ରାୟ ପ୍ରକାଶ ପରେ କହିଛନ୍ତି।
ପ୍ରକାଶ ଯେ, ପୂର୍ବରୁ ଏହି ମାମଲାରେ ସରକାରୀ ଓକିଲ ଓ ପ୍ରତିପକ୍ଷ ଓକିଲଙ୍କ ମଧ୍ୟରେ ଜବାବ ସୁଆଲ ହୋଇଥିଲା। କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଁ ସୋମବାର ଦିନ ଧାର୍ଯ୍ୟ ହୋଇଥିଲା। ସୂଚନାଯୋଗ୍ୟ, ୨୦୧୫ରେ ଗୋଳନ୍ଥରା ଥାନା ହଳଦିଆପଦରରେ ଜମି କିଣାବିକାକୁ କେନ୍ଦ୍ରକରି ପିଣ୍ଟୁ ଓ ତାଙ୍କ ସହଯୋଗୀମାନେ ବିଲଡ଼ର ଲଳିତ ମୋହନ ମଙ୍ଗରାଜଙ୍କୁ ବନ୍ଧୁକ ଦେଖାଇ ୨୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ ବୋଲି ଲଳିତ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୧୨୮/୧୫ରେ ମାମଲା ରୁଜୁକରି ପିଣ୍ଟୁଙ୍କ ସମେତ ଅନ୍ୟମାନଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା। କୋର୍ଟରେ ବିଲଡ଼ର ଲଳିତଙ୍କ ସମେତ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସେପଟେ ପିଣ୍ଟୁ ନିଜକୁ ନିର୍ଦ୍ଦୋଷ କହିଥିବା ବେଳେ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ବୋଲି କହିଥିଲେ। ଗତ ମାସ ୧୮ ତାରିଖରେ ଗୋଳନ୍ଥରା ପୋଲିସ ଅଭିଯୁକ୍ତଙ୍କଠାରୁ ଜବତ କରିଥିବା ବନ୍ଧୁକ କୋର୍ଟରେ ଦାଖଲ କରିଥିଲା।
ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ
ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...
ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା
ଜଗତ୍ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...
ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…
ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...
ଦାମୀ କାର ଭିତରେ ସିକ୍ରେଟ୍ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…
ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...
ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…
ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ
ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...
୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ
ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...
ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…
ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍ନିକ୍ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...
Archives


