ଲକ୍ଷ୍ମୀ ବିଳାସ ବ୍ୟାଙ୍କ ବିରୋଧରେ ପିସିଏ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯-୯: ରିଜର୍ଭ ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ବିରୋଧରେ ପ୍ରମ୍ପଟ କରେକ୍ଟିଭ ଆକ୍ସନ(ପିସିଏ)କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବ୍ୟାଙ୍କର ନିର୍ଦ୍ଦେଶକଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଏହା ଷ୍ଟକ ଏକ୍ସଚେଞ୍ଜକୁ ଶନିବାର ସୂଚନା ଦେଇଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଉକ୍ତ ଅଭିଯୋଗ ଉପରେ ତଦନ୍ତ କରୁଛି। ବୃହତ୍ତ ପରିମାଣର ଏନ୍‌ପିଏ, ବିପଦ ପରିଚାଳନା ଲାଗି ପର୍ଯ୍ୟାପ୍ତ ପୁଞ୍ଜି ଅଭାବ ଏବଂ ଲଗାତାର ୨ ବର୍ଷ ଧରି ଆସେଟ ଉପରେ ନକାରାତ୍ମକ ରିଟର୍ନ ଭଳି ଅସୁବିଧାକୁ ବିଚାର କରି କେନ୍ଦ୍ରୀୟ ବ୍ୟାଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ବ୍ୟାଙ୍କ ବୋର୍ଡ ବିରୋଧରେ ଠକେଇ ଏବଂ ଅର୍ଥ ହେରଫେରର ନେଇ ଗୁରୁତର ଅଭିଯୋଗ ଆସିଛି। ଇଣ୍ଡିଆ ବୁଲ୍‌ସ ହାଉସିଂ ଫାଇନାନ୍ସ ଏବଂ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ମିଶ୍ରଣ ନେଇ ପ୍ରସ୍ତାବ ରହିଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ଉକ୍ତ ବ୍ୟାଙ୍କ ଲାଗି ସମସ୍ୟା ସୃଷ୍ଟି କରିବା ନେଇ ଆଶଙ୍କା କରାଯାଉଛି। ମିଶ୍ରଣ ପ୍ରସ୍ତାବ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କର ମଞ୍ଜୁରୀ ଅପେକ୍ଷାରେ ରହିଛି।
ଆର୍ଥତ୍କ ବର୍ଷ ୨୦୧୯ରେ ବ୍ୟାଙ୍କର ନେଟ୍‌ ଏନ୍‌ପିଏ ୭.୪୯% ରହିଛି। ସେହିଭଳି ପୁଞ୍ଜି ପର୍ଯ୍ୟାପ୍ତତା ଅନୁପାତ ୭.୨୨% ଏବଂ ସମ୍ପତ୍ତିରୁ ରିଟର୍ନ (-)୨.୩୨% ରହିଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ବ୍ୟାଙ୍କ ୮୯୪.୧୦ କୋଟି କ୍ଷତି ସହିଛି। ପିସିଏ କାର୍ଯ୍ୟାନୁଷ୍ଠାନ ଦ୍ୱାରା ବ୍ୟାଙ୍କର ପର୍‌ଫରମାନ୍ସ ବୃଦ୍ଧି, ଦୈନଦିନ କାର୍ଯ୍ୟ ପ୍ରଣାଳୀରେ ଦକ୍ଷତା, ଜମା ଗ୍ରହଣ ଏବଂ ପୁନଃ ନେଣଦେଣରେ ସୁଧାର ଆସିବା ନେଇ ବ୍ୟାଙ୍କ ଆଶାବାଦି ରହିଛି। କେବଳ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ନୁହେଁ ରାଷ୍ଟ୍ରାୟତ୍ତ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ମଧ୍ୟ ପିସିଏ ପରିସରରେ ଅଛନ୍ତି। ଏହି ମାମଲାରେ ତଦନ୍ତକାରୀ ଏଜେନ୍ସିଗୁଡିକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri