ନୂଆପଡା ପଞ୍ଚାୟତ ସମିତି ବୈଠକ: ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସମୁଚିତ ମର୍ଯ୍ୟାଦା ମିଳୁନାହିଁ; ବୈଠକ ପ୍ରାରମ୍ଭରେ ଝଡ

ନୂଆପଡା ଅଫିସ,୨୭ା୯-ନୂଆପଡା ଜିଲା ସଦର ବ୍ଲକ ସବୁ କ୍ଷେତ୍ରରେ ଅବହେଳିତ। ଏଠାରେ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ରହିଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଏକ ପ୍ରକାର ଭୁଶୁଡି ପଡିିଛି। ବିଭିନ୍ନ ସମୟରେ ଏଠିକାର ଜନପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଉଛି। ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ମଧ୍ୟ ସମୁଚିତ ଦୃଷ୍ଟି ଦେଉନାହାନ୍ତି ବୋଲି ପଞ୍ଚାୟତିରାଜ ପ୍ରତିନିଧିମାନେ ଅଭିଯୋଗ ଆଣିଛନ୍ତି। ଗୁରୁବାର ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଯୋଗଦେଇ ପ୍ରତିନିଧିମାନେ ଏହି ଅଭିଯୋଗ କରିଛନ୍ତି ।
ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ତାରେଶ୍ୱରୀ ସାହୁ ସଭାପତିତ୍ୱ କରିଥିଲେ। ବିଡିଓ ସୁବେଦାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଚିନିଲାଲ ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ଭାନୁପ୍ରତାପ ସିଂ ମାଝି, କଳାହାଣ୍ଡି ଏମପିଙ୍କ ପ୍ରତିନିଧି ହୋମସିଂ ମାଝି, ନୂଆପଡା ବିଧାୟକଙ୍କ ପ୍ରତିନିଧି ରାମଲାଲ ହଂସ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ସମିତି ସଭ୍ୟ, ସରପଞ୍ଚ ଏବଂ ଅନ୍ୟାନ୍ୟ ପଞ୍ଚାୟତିରାଜ ପ୍ରତିନିଧି ସମୂହ ଯୋଗଦେଇଥିଲେ। ବୈଠକ ପ୍ରଥମରୁ ହିଁ ସଭ୍ୟାସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷର ଝଡ ଦେଖାଦେଇଥିଲା। ସରପଞ୍ଚମାନଙ୍କୁ ଉଚିତ ମର୍ଯ୍ୟାଦା ଦିଆଯାଇ ନ ଥିବା ନେଇ କକ୍ଷତ୍ୟାଗ କରିଥିଲେ। ସରପଞ୍ଚ ସଂଘ ସଭାପତି ଭରତଲାଲ ରାଉତ ଏବଂ ଉପସଭାପତି ଓମପ୍ରକାଶ କଲାରଙ୍କ ନେତୃତ୍ୱରେ ୨୫ରୁ ଊର୍ଦ୍ଧ୍ୱ ସରପଞ୍ଚ ବିଡିଓଙ୍କ ଚ୍ୟାମ୍ବର ସମ୍ମୁଖରେ ଧାରଣାରେ ବସିଯାଇଥିଲେ। ସେମାନଙ୍କୁ ନିଜର ଅଧିକାର ନ ମିଳିବା ପର୍ଯ୍ୟନ୍ତ ବୈଠକରେ ବସିବେ ନାହିଁ ବୋଲି ଅଡି ବସିଥିଲେ। ପରେ ବ୍ଲକ ଅଧ୍ୟକ୍ଷା, ବିଡିଓ, ଜିଲା ପରିଷଦ ଉପାଧ୍ୟକ୍ଷ ଆସି ବୁଝାଶୁଝା କରିବା ପରେ ବୈଠକରେ ଯାଇ ବସିଥିଲେ । ଏହି ଅବସରରେ ସରପଞ୍ଚ ସଂଘ ସଭାପତି ରାଉତ ବ୍ଲକ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ବ୍ଲକରେ ଦୀର୍ଘ ଦିନ ଧରି ଏବିଡିଓ, ସହକାରୀ ଯନ୍ତ୍ରୀ ପଦବୀ ଖାଲି ପଡିଛି। ବ୍ଲକ କାର୍ଯ୍ୟାଳୟରେ ରୀତିମତ ଅଭିଯୋଗ ଶୁଣାଣି ଶିବିର ହେଉନାହିଁ। ଏନଏଫଏସଏ କିମ୍ବା ସାମାଜିକ ସୁରକ୍ଷା ଯୋଜନାରେ ଠିକ ଭାବେ ପ୍ରତିନିଧିମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉ ନ ଥିବାବେଳେ ହରିଶ୍ଚିନ୍ଦ୍ର ଯୋଜନାରେ ଦୀର୍ଘ ଦିନ ହେଲା ଅନୁଦାନ ଦିଆଯାଉ ନ ଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତ କାର୍ଯ୍ୟାଳୟରେ ଠିକ ଭାବେ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକମାନେ ଉପସ୍ଥିତ ରହୁନାହାନ୍ତି। ଏସବୁ ଉପରେ ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ହେଉ ନ ଥିଲେ ହେଁ ତାରି କୌଣସି ସମାଧାନ ହେଉନାହିଁ। ତେବେ ଏସବୁ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ବ୍ଲକ ଅଧ୍ୟକ୍ଷା ସାହୁ କହିଥିଲେ। ଏହା ପରେ ବ୍ଲକ ଶିକ୍ଷା ଉପରେ ଆଲୋଚନା ହେଲା ବେଳେ ଶିକ୍ଷକ ସହ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଏହିଭଳି କୃଷି, ଖାଦ୍ୟ ଯୋଗାଣ, ମଙ୍ଗଳ ବିଭାଗ ଉପରେ ଆଲୋଚନା ହୋଇଥିଲା। ନୂଆପଡା ବ୍ଲକକୁ କିପରି ସୁସଙ୍ଗଠିତ କରି ଏକ ନମ୍ବର ବ୍ଲକ ଭାବରେ ଗଢାଯାଇ ପାରିବ ସେ ଉପରେ ଅତିଥିମାନେ ମତ ରଖିଥିଲେ। ବିଡିଓ ପ୍ରଧାନ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri