ଧାମରାରେ ଧରା ହେଲା ହ୍ବେଲସାର୍କ

ଚାନ୍ଦବାଲି, ୨୫।୯ (ଡି.ଏନ.ଏ.): ଭଦ୍ରକ ଜିଲା ଧାମରା ମତ୍ସ୍ୟ ପୋତାଶ୍ରୟ ଅଧୀନରେ ଥିବା ଚନ୍ଦନିପାଳ ମାଛଧରା ବେସ୍‌ରୁ ବୁଧବାର ଏକ ବିରଳ ମାଛ ଧରା ହୋଇଛି। ଏହାର ନାମ ହ୍ବେଲସାର୍କ ହୋଇଥିବା ବେଳେ ଓଜନ ୧ କୁଇଣ୍ଟାଲରୁ ଅଧିକ। ଏହାକୁ ଲକ୍ଷାଧିକ ଟଙ୍କାରେ ନିଲାମ କରାଯାଇଛି। ରାଜ୍ୟ ବାହାରର ଜଣେ ବ୍ୟବସାୟୀ ଏହାକୁ ନିଲାମ ଧରିଥିବା କୁହାଯାଉଛି। କିନ୍ତୁ ତାହା ଠିକ୍‌ କି ନୁହେଁ ସ୍ପଷ୍ଟ ଜଣାପଡ଼ିନାହିଁ। କାରଣ  ଏହାକୁ ଧରିଥିବା ମତ୍ସ୍ୟଜୀବୀ ସମୁଦ୍ରରେ ଛାଡି ଦେଇଥିବା କହିଛନ୍ତି।
ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିବା ଏକ ବୋଟ୍‌ର ଧୀବରମାନେ ବୁଧବାର ଚନ୍ଦନିପାଳ ମାଛଧରା ଜେଟି(ବେସ୍‌)କୁ ଫେରିଆସିଥିଲେ। ସେମାନଙ୍କ ଜାଲରେ ଏହି ବିଶାଳ ମାଛ ଛନ୍ଦି ହୋଇପଡ଼ିଥିବା ଦେଖି ୧୦ ମତ୍ସ୍ୟଜୀବୀଙ୍କ ସହାୟତାରେ ପାଣିରୁ ବୋଟ ଉପରକୁ ଅଣାଯାଇଥିଲା। ପୂର୍ବରୁ ଧାମରା ଅଞ୍ଚଳରେ ଏପରି ମାଛ କେବେ ଧରା ହୋଇଥିବା ନଜିର ନାହିଁ ବୋଲି ମତ୍ସ୍ୟଜୀବୀ କହିଛନ୍ତି। ତେବେ ଚନ୍ଦନିପାଳରେ ଏଭଳି ମାଛ ଧରାହେବା ନେଇ ଏକ ଭିଡିଓ ଭାଇରାଲ ହୋଇଥିବାର ଘଟଣା ଚର୍ଚ୍ଚାକୁ ଆସିଥିଲା। ଏ ସମ୍ପର୍କରେ ବନ ବିଭାଗକୁ ପଚାରିବାରୁ ସେମାନଙ୍କ ପାଖରେ କୌଣସି ଖବର ନ ଥିବା କହିଛନ୍ତି। କେତେକ ମତ୍ସ୍ୟଜୀବୀ କହିଛନ୍ତି, ହ୍ବେଲସାର୍କ ସମୁଦ୍ରରେ ଶୈବାଳ(ପ୍ଲାଙ୍କଟନ), ମାଛ ଅଣ୍ଡା ଓ ଛୋଟମାଛଙ୍କୁ ଖାଦ୍ୟ ଆକରରେ ଗ୍ରହଣ କରିଥାନ୍ତି। ଏହି ମାଛ ସମୁଦ୍ର ମଧ୍ୟରେ ଅତି ଧୀରଗତିରେ ଚଳାଚଳ କରିଥାନ୍ତି। ସେମାନେ ପାଟି ମେଲାକରି ସମୁଦ୍ରରେ ଗତି କଲାବେଳେ ନିଜର ଖାଦ୍ୟକୁ ପାଟି ମଧ୍ୟକୁ ଟାଣି ନେଇଥାନ୍ତି। ଆକାରରେ ବଡ଼ ହେଲେ ମଧ୍ୟ ହିଂସ୍ର ନୁହଁନ୍ତି। ଏଣୁ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀ ଓ ବୁଡ଼ାଳିଙ୍କ ପ୍ରତି ହ୍ବେଲସାର୍କ କୌଣସି ବିପଦ ସୃଷ୍ଟି କରି ନ ଥାନ୍ତି। ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଙ୍ଗଠନ(ଆଇସିୟୁଏନ) ପକ୍ଷରୁ ଏହା ବିରଳ ପ୍ରାଣୀ ଭାବେ ଗଣାଯିବା ପରଠାରୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହି ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଫଳରେ ସମୁଦ୍ରରୁ ଏହାକୁ ଧରିବା ଓ ବିକ୍ରି କରିବା ବେଆଇନ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri