କାଳିଆ କେଳେଙ୍କାରୀ: ୧୭,୧୭୬ ଅଯୋଗ୍ୟ ହିତାଧିକାରୀ

ଢେଙ୍କାନାଳ ଅଫିସ, ୨୩।୯: ‘କାଳିଆ’ କେଳେଙ୍କାରୀକୁ ନେଇ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ଯୁଆଡ଼େ ଉଣ୍ଡିଲେ ଯୋଜନାରେ ବାରି ହେଉଛି ଦୁର୍ନୀତିର ଗନ୍ଧ। ଦିନ ଯେତିକି ଗଡୁଛି ତାଲିକାରେ ଅଯୋଗ୍ୟଙ୍କ ସଂଖ୍ୟା ସେତିକି ଲମ୍ବି ଚାଲିଛି। ଏଥିରୁ ବାଦ୍‌ ପଡ଼ିନି ଢେଙ୍କାନାଳ। ଅଗଷ୍ଟ ୨୨ ସୁଦ୍ଧା ଜିଲାରେ ୧୭,୧୭୬ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରେ ହିନ୍ଦୋଳ ବ୍ଲକରେ ସର୍ବାଧିକ ଏବଂ କାମାକ୍ଷାନଗର ବ୍ଲକରେ ସର୍ବନିମ୍ନ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଯୋଗ୍ୟତା ନ ଥାଇ ଯୋଜନାରେ ସାମିଲ ହିତାଧିକାରୀଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ତାହା ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଉନାହିଁ।
ଅଯୋଗ୍ୟଙ୍କ ତାଲିକା ସୂଚନା ଫଳକରେ ଲଗାଯାଉ ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗତ ଅଗଷ୍ଟ ୧୪ରେ ସମୀକ୍ଷା କାର୍ଯ୍ୟରେ ଆସିଥିବାବେଳେ ଜିଲାରେ ୪ହଜାର ଅଯୋଗ୍ୟ ହିତାଧିକାରୀ ରହିଥିବା ସୂଚନା ଦେଇଥିଲେ। ହେଲେ ସେପ୍ଟେମ୍ବର ୨୨ ସୁଦ୍ଧା ଏହି ସଂଖ୍ୟା ୧୭,୧୭୬ରେ ପହଞ୍ଚତ୍ଛି।
ଜିଲାର ମୋଟ ୧ଲକ୍ଷ ୬୮ ହଜାର ୨୯୦ ହିତାଧିକାରୀ କାଳିଆ ଯୋଜନାରେ ତାଲିକାଭୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ହଜାର ୧୭୬ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି। ଅବଶିଷ୍ଟ ୧ଲକ୍ଷ ୫୧ହଜାର ୧୧୪ ଜଣ ଯୋଗ୍ୟ। ସଦର ବ୍ଲକ ଅନ୍ତର୍ଗତ ୩୦ ପଞ୍ଚାୟତର ୨୩,୬୯୮ ହିତାଧିକାରୀଙ୍କ ମଧ୍ୟରୁ ୨,୪୦୮ ଜଣଙ୍କୁ ଅଯୋଗ୍ୟ ଭାବେ ଚିହ୍ନଟ କରାଯାଇଛି। ଏହିକ୍ରମରେ ଓଡ଼ାପଡ଼ା ବ୍ଲକର ୨୮ ପଞ୍ଚାୟତର ୧୭,୧୨୮ ହିତାଧିକାରୀଙ୍କ ମଧ୍ୟରୁ ୨,୮୬୩, ଗଁଦିଆ ବ୍ଲକର ୨୯ ପଞ୍ଚାୟତର ୨୩,୩୧୮ ଜଣଙ୍କ ମଧ୍ୟରୁ ୨,୦୧୮, ହିନ୍ଦୋଳ ବ୍ଲକର ୩୫ ପଞ୍ଚାୟତର ୨୮,୧୫୬ ଜଣଙ୍କ ମଧ୍ୟରୁ ୨,୯୪୦, କାମାକ୍ଷାନଗର ବ୍ଲକର ୨୨ ପଞ୍ଚାୟତର ୧୮,୭୫୪ ଜଣଙ୍କ ମଧ୍ୟରୁ ୭୧୫, ଭୁବନ ବ୍ଲକର ୧୮ ପଞ୍ଚାୟତର ୧୭,୮୦୦ ଜଣଙ୍କ ମଧ୍ୟରୁ ୨,୪୩୪, ପରଜଙ୍ଗ ବ୍ଲକର ୨୯ ପଞ୍ଚାୟତର ୨୦,୯୪୫ ଜଣଙ୍କ ମଧ୍ୟରୁ ୨,୩୨୪ ଏବଂ କଙ୍କଡ଼ାହାଡ଼ ବ୍ଲକର ୨୧ ପଞ୍ଚାୟତର ୧୮,୪୯୧ ଜଣଙ୍କ ମଧ୍ୟରୁ ୯୭୪ ହିତାଧିକାରୀ ଅଯୋଗ୍ୟ ଭାବେ ଚିହ୍ନଟ ହୋଇଛନ୍ତି।
ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବାପରେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

ନାମାଙ୍କନପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୨ା୫: ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ...

କାମ ଦେଲାନି ଚାପି, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି...

ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଅଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

ମାରାଥନ ପ୍ରଚାର କଲେ ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକ

କେସିଙ୍ଗା,୨ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩ଟି ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ଗୁରୁବାର ମାରାଥନ ପ୍ରଚାର କରିଛନ୍ତି।...

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

ନଦୀରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା

ଯାଜପୁର,୨ା୫: ଗୁରୁବାର ମା’ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri